Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଜାରି ହେଲା ଆଡଭାଇଜରି, ପୋଲିସ କର୍ମଚାରୀ ଟ୍ରାଫିକ୍ ନିୟମ ଉଲଂଘନ କଲେ କେତେ ଟଙ୍କାର ଚାଲାଣ କାଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

6/09/2019 at 9:27 PM

ନୂଆଦିଲ୍ଲୀ୬|୯: ଟ୍ରାଫିକ ନିୟମକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି। ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନୂଆ ଟ୍ରାଫିକ୍ ନିୟମରେ ସାଧାରଣ ଓ ମଧ୍ୟବିତ୍ତ ଲୋକ ଅଣନିଃଶ୍ବାସି ହୋଇ ସାରିଲେଣି। ଏପରିକି ଗାଡ଼ି ଦାମଠାରୁ ଅଧିକ ଚାଲାଣ ଯାତ୍ରୀଙ୍କଠାରୁ କଟାଯାଉଛି। ଟ୍ରାଫିକ ନିୟମ ଉଲଂଘନ କଲେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଛି। ଏଥିପାଇଁ ୨୩ ହଜାର ଟଙ୍କାଠାରୁ ୫୯ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଉଛି। ହେଲେ ସାଧାରଣ ଲୋକଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଛି। ଯଦି ଟ୍ରାଫିକ୍ ପୋଲିସ ନିୟମ ଉଲଂଘନ କରନ୍ତି ତେବେ ସେମାନେ ପାଇଁ କେତେ ଟଙ୍କାର ଚାଲାଣ କଟାଯିବ? ଏଥିପାଇଁ  ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏକ ଆଡଭାଇଜରି ଜାରି କରିଛି।

ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ଆଡଭାଇଜରି ଜାରି କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ପୋଲିସ କର୍ମଚାରୀମାନେ ଟ୍ରାଫିକ ନିୟମ ଉଂଲଘନ କରନ୍ତି ତେବେ ସେମାନେ ଦୁଇଥର ଜରିମାନା ଦେବେ। ସେମାନଙ୍କ ପାଇଁ ଦୁଇଥର ଚାଲାଣ କଟାଯିବ। ଟ୍ରାଫିକ୍‌ ପୋଲିସମାନେ ଦୁଇଥର ତଣ୍ଡ ଗଣିବେ।

ସିଧା କଥାରେ କହିବା ଯଦି ସାଧାରଣ ଗାଡି ଚାଳକ ବିନା ହେଲମେଟ୍‌ ଗାଡି ଚଳାଇଲେ ତାଙ୍କଠାରୁ ୧୦୦୦ ଟଙ୍କାର ଚାଲାଣ କଟାଯିବ। ତେବେ ବିନା ହେଲମେଟ୍‌ରେ ଟ୍ରାଫିକ ପୋଲିସ ଧରା ପଡ଼ିଲେ ତାଙ୍କଠାରୁ ୨୦୦୦ ହଜାର ଟଙ୍କାର ଚାଲାଣ କଟାଯିବ। ଟ୍ରାଫିକ୍ ପୋଲିସ ନିୟମ ଉଲଂଘନ କଲେ ମୋଟର ଭେହିକିଲ ଆକ୍ଟରେ ତାଙ୍କଠାରୁ ଦୁଇଗୁଣ ଫାଇନ ଆଦାୟ କରାଯିବ ବୋଲି ବୋଲି ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ନୂଆ ଆଡଭାଇଜରି ଜାରି କରିଛନ୍ତି।

   Related Posts