Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି, ଯାହା ପାଖରେ ପ୍ରମାଣ ଅଛି ସେ କୋର୍ଟ ଯାଆନ୍ତୁ

29/10/2021 at 7:38 PM

ଭୁବନେଶ୍ଵର ୨୯।୧୦: ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଏବଂ ଆଲୋଡନ ସୃଷ୍ଟି କରିଥିବା ମମିତା ମେହେର ଜଘନ୍ୟ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଯଦି ତାଙ୍କ ବିରୋଧରେ କିଛି ପ୍ରମାଣ ଅଛି ତେବେ କୋର୍ଟକୁ ଯିବାକୁ ଚ୍ୟାଲେଞ୍ଜ କରିଛନ୍ତି ଦିବ୍ୟଶଙ୍କର। ଯଦି ଅଭିଯୋଗ ପ୍ରମାଣିତ କରିଦିଅ ତେବେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜନୀତି ଛାଡି ଦେବି ବୋଲି ଦମ୍ଭୋକ୍ତି ପ୍ରକାଶ  କରିଛନ୍ତି ଦିବ୍ୟଶଙ୍କର। ଏପରିକି ତିନି ଗଣମାଧ୍ୟମ ନାଁରେ ମଧ୍ୟ ମାନହାନୀ ମୋକଦ୍ଦମା କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର।

ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଏବଂ ଆଲୋଡନ ସୃଷ୍ଟି କରିଛି ମମିତା ମେହେର ଜଘନ୍ୟ ହତ୍ୟା ମାମଲା। ପଲ୍ଲୀରୁ ଦିଲ୍ଲୀ ଯାଏଁ ଉଠୁଛି ପଡୁଛି ମମିତା ମେହେର ହତ୍ୟା କେସ୍। ଏହି ଲୋମହର୍ଷଣକାରୀ ଘଟଣାରେ ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ମଧ୍ୟ ଉଠିଛି। କେବଳ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରି ପୋଲିସ ପ୍ରଶାସନ ଓ ସରକାର ପକ୍ଷରୁ ଆଉ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବାରୁ ତାତି ଉଠିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଅନ୍ୟପଟେ ବିଜେଡି ସରକାର ଉପରେ ଚାପ ବଢିବାରେ ଲାଗିଛି। ଅନେକ ତୁମ୍ବିତୋଫାନ ଏଂ ଦୀର୍ଘ ସମୟର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅଭିଯୋଗ ପରେ ସଙ୍ଗୀନ ଅଭିଯୋଗ ଆସିବା, ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଓ ତୁମ୍ବି ତୋଫାନ ଏବଂ ଘନ ଘନ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ସରକାର ବିରୋଧରେ ଗର୍ଜିବା ପରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଶୁକ୍ରବାର ପ୍ରେସ୍ ବିବୃତି ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଉ କହିଛନ୍ତି ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ।

ସେ କହିଛନ୍ତି ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବାର ଆବଶ୍ୟକତା ରହିଛି। ଜଣେ ବାପା ହିସାବରେ ମମିତାଙ୍କ ପରିବାରର ଦୁଃଖ ବୁଝି ପାରୁଛି। ରାଜନୀତିରେ ଯୋଗ ଦେବା ବେଳେ ବାୟୁସେନା ଆଦର୍ଶକୁ ଆଣିଥିଲି। ମୁଁ ପଛେ କ୍ଷତିଗ୍ରସ୍ତ ହେବି କିନ୍ତୁ କାହାକୁ ଦୁଃଖ ଭୋଗ କରିବାକୁ ଦେବିନି। ମୋ ନାଁରେ ଗଣମାଧ୍ୟମରେ ମିଥ୍ୟା ପ୍ରଚାର ହେଉଛି। ତେଣୁ ମୁଁ ୩ଟି ଗଣମାଧ୍ୟମ ସଂସ୍ଥା ନାଁରେ ମାନହାନୀ ମୋକଦ୍ଦମା କରିଛି।

ସେ କହିଛନ୍ତି, ମୋର ନିରବତାକୁ ନେଇ ପ୍ରଶ୍ନ କରାଯାଉଛି। ଏଭଳି ସମ୍ବେଦନଶୀଳ ଘଟଣାରେ ଆଇନ ଅନୁଯାୟୀ ବିଚାର ହେବ। ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ଦୂରେଇ ରହୁଥିଲି। ଗଣମାଧ୍ୟମରେ ଏଭଳି ପ୍ରଚାର ମୋ ପରିବାରକୁ ପ୍ରଭାବିତ କରିଛି। ତେଣୁ ମନ୍ତବ୍ୟ ରଖିବାକୁ ନିଷ୍ପତ୍ତି ନେଲି ବୋଲି ଦିବ୍ୟଶଙ୍କର କହିଛନ୍ତି। କିଛି ଗଣମାଧ୍ୟମ ଓ ବିରୋଧୀ ଦଳ ମୋତେ ବଦନାମ କରୁଛନ୍ତି। ଜନ ପ୍ରତିନିଧି ମାନେ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ପରେ ସେଠାରେ ଯଦି ଅପରାଧ ଘରେ ସେଥିପାଇଁ ସେମାନେ ଦାୟୀ ନୁହନ୍ତି। ମୋ ବିରୋଧରେ ଯଦି ପ୍ରମାଣ ଅଛି ତେବେ କୋର୍ଟକୁ ଯାଅ ବୋଲି ଦିବ୍ୟଶଙ୍କର ବିରୋଧୀ ଦଳ ଏବଂ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଲୋକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେବି ବୋଲି ଦିବ୍ୟଶଙ୍କର କହିଛନ୍ତି।

   Related Posts