Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ନ୍ୟୁଜିଲାଣ୍ଡରେ ଖେଳିବାର ଅଫର ! ଜାଣନ୍ତୁ କ’ଣ କହିଲେ ସ୍କଟ୍ ଷ୍ଟାଇରିସ୍

29/10/2020 at 4:07 PM

ନୂଆଦିଲ୍ଲୀ ୨୯।୧୦: ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଘୋଷଣା କରିଥିବା ତିନି ଫର୍ମାଟ୍‌ରେ ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଗୋଟିଏ ହେଲେ ଫର୍ମାଟ୍‌ରେ ସ୍ଥାନ ମିଳିନାହିଁ। ହରଭଜନ ସିଂହଙ୍କ ସମେତ ଅନେକ କ୍ରିକେଟ୍‌ରଙ୍କଠୁ ନେଇ ସାଧାରଣ କ୍ରିକେଟ୍‌ପ୍ରେମୀ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ନମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି। ହରଭଜନ ସିଂହ ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ବି ସୂର୍ଯ୍ୟକୁମାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିଲା। ଲାଗୁଥିଲା ଖେଳାଳି ଜଣକ ପଡିଆକୁ ଓହ୍ଲାଇବାକୁ ଅପେକ୍ଷା କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ଏହି ଖେଳାଳି ଗତକାଲି ପଡିଆକୁ ଓହ୍ଲାଇବା ମାତ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ୪୩ଟି ବଲରୁ ୭୯ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଚୟନକର୍ତ୍ତାଙ୍କୁ ନିଜର ଜବାବ ଦେଇଛନ୍ତି।

ସୂର୍ଯ୍ୟକୁମାର ଯାଦବ ଏହି ଇନିଂସ ଜରିଆରେ ଦେଶ-ବିଦେଶ କ୍ରିକେଟ୍‌ରଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କିରଣ ପୋଲାର୍ଡ ସୂର୍ଯ୍ୟକୁମାରଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତୀୟ ଦଳରେ ସ୍ଥାନ ନମିଳିବାରୁ ଏହି ଖେଳାଳି ନିଶ୍ଚୟ ନିରାଶ ହୋଇଥିବେ। ନ୍ୟୁଜିଲାଣ୍ଡର ସ୍କଟ୍ ଷ୍ଟାଇରିସ୍‌ ଗୋଟିଏ ପାଦ ଆଗକୁ ବଢି ସୂର୍ଯ୍ୟକୁମାରଙ୍କୁ ବିଦେଶରେ ଖେଳିବାକୁ ଅଫର ଦେଇଛନ୍ତି।

ସ୍କଟ୍  ଷ୍ଟାଇରିସ୍ ଟ୍ଵିଟ୍ କରିଛନ୍ତି, ଯଦି ସୂର୍ଯ୍ୟକୁମାର ଯାଦବ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଖେଳିବାକୁ ଚାହୁଁଛନ୍ତି ତେବେ ବିଦେଶ ଯାଇ ପାରିବେ। ନ୍ୟୁଜିଲାଣ୍ଡ ମଧ୍ୟ ହୋଇପାରେ। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ତଥା କୋଚ୍ ଟମ୍ ମୁଡି ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଦଳରେ ସ୍ଥାନ ନମିଳିବା ଉପରେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସେ ଟ୍ଵିଟ୍ କରିଛନ୍ତି, ସୀମିତ ଓଭର କ୍ରିକେଟ୍ ଦିନିକିଆ ହେଉ କି ଟି-୨୦ ପାଇଁ ଭାରତୀୟ ଦଳରେ ସୂର୍ଯ୍ୟକୁମାରଙ୍କୁ ଜାଗା ନମିଳିବା ମୋର ବୁଝିବା ବାହାରେ।

   Related Posts