Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସୁପ୍ରିମକୋର୍ଟ ଯଦି କହିବେ ତେବେ ୨୬ ଜାନୁୟାରୀରେ ହେବନି ଚାଷୀଙ୍କ ଟ୍ରାକ୍ଟର ପରେଡ: ଟିକାୟତ

15/01/2021 at 4:19 PM

ନୂଆଦଲ୍ଲୀ ୧୫।୧: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷିଆଇନକୁ ନେଇ  ଚାଷୀ ଓ ସରକାର ଏବେ ମୁହାଁମୁହିଁ ଅବସ୍ଥାରେ । ଏଥିରେ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀମାନେ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ପରେଡରେ ଟ୍ରାକ୍ଟର ପଶେଇବେ ବୋଲି କହିଛନ୍ତି।  ଯଦି ସୁପ୍ରିମକୋର୍ଟ କୁହନ୍ତି ତେବେ ଏଥିରୁ ଚାଷୀ ନିବୃତ୍ତ ହୋଇପାରନ୍ତି ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ।

ଯଦି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦଖଲ ଦେବେ ହୁଏତ ଚାଷୀମାନେ ଜାନୁୟାରୀ ୨୬ ବଦଳେ ଅନ୍ୟ କୌଣସି ଦିନ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରିପାରନ୍ତି। ନଚେତ ପୂର୍ବ ଘୋଷଣା ମୁତାବକ ଚାଷୀଙ୍କର ଟ୍ରାକ୍ଟର ପରେଡ ନିଶ୍ଚିତ ଅନୁଷ୍ଠିତ ହେବ ବୋଲି ଟିକାୟତ କହିଛନ୍ତି। ସରକାର ଓ ଚାଷୀଙ୍କ ମଧ୍ୟରେ ଶୁକ୍ରବାର ଆଇନକୁ ନେଇ ନବମ ପର୍ଯ୍ୟାୟ ଆଲୋଚନା ବେଳେ ଟିକାୟତ ଏପରି ମନ୍ତବ୍ୟ ଦେଇଛନ୍ତି।

ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏହି ଆଲୋଚନା ସୁପ୍ରିମକୋର୍ଟଙ୍କ ୪ ସଦସୀୟ କମିଟି ଗଠନ ପରେ ଆୟୋଜିତ ହେଉଛି। ଅନ୍ୟପକ୍ଷରେ କେନ୍ଦ୍ର କୃଷିମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ସହ ଚାଷୀ ପ୍ରତିନିଧିଙ୍କ ଆଲୋଚନାରେ ସରକାର ଆଇନ ପ୍ରତ୍ୟାହାର କରିବେନି ବୋଲି ସଫାସଫା ଶୁଣେଇଛନ୍ତି। ଏଥିରେ କୃଷକ ନେତାଙ୍କୁ ଆଇନରେ ଯାହା ସଂଶୋଧନ ଲାଗି ପରାମର୍ଶ ଦେବାକୁ ଦୁଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ କୃଷକ ପ୍ରତିନିଧିମାନେ ବୈଠକରେ କେନ୍ଦ୍ର ସରକାରଙ୍କ ପରାମର୍ଶକୁ ଅଗ୍ରାହ୍ୟ କରିଦେଇଥିବା ଜଣାପଡିଛି।

   Related Posts