Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ ଉପରେ କିଙ୍ଗସ୍‌ର ବିଜୟ, ୯ ଓ୍ବିକେଟ୍‌ରେ ଜିତିଲା ପଞ୍ଜାବ
  • ||
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||

ଆପଣଙ୍କ ଘରେ ଏମିତି କୌଣସି ଘଣ୍ଟା ଅଛି କି ? ଯଦି ଥାଏ ତାହେଲେ ଏହିସବୁ କ୍ଷତି ଘଟିବ, ଜାଣନ୍ତୁ ପ୍ରତିକାର

22/10/2018 at 4:10 PM

ଭୁବନେଶ୍ବର ୨୨|୧୦:  ମନୁଷ୍ୟ ଜୀବନ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଉଥିବା ସ୍ଥିତି ଉପରେ ବାସ୍ତୁଶାସ୍ତ୍ରରେ ବିସ୍ତାର ଭାବେ ଉଲ୍ଲେଖ ରହିଛି । ଫଳିତ ବାସ୍ତୁରେ କୁହାଯାଇଛି ଯେ, ଯଦି ଆପଣଙ୍କ ଘରେ ବନ୍ଦ ହୋଇଯାଇଥିବା ବା ଭାଙ୍ଗିଯାଇଥିବା କାନ୍ଥ ଘଣ୍ଟା ଅଛି ତେବେ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ ହୋଇଯିବ । ଯଦି ଆପଣ ଏହି ସବୁ କଥା ଉପରେ ଧ୍ୟାନ ରଖିବେ ତେବେ ଏହି ଦୁର୍ଭାଗ୍ୟକୁ ଏଡାଇପାରିବେ । ଏ ସମ୍ବନ୍ଧରେ ଆସନ୍ତୁ ଜାଣିବା…

ଘରେ ବନ୍ଦ ହୋଇଯାଇଥିବା ଅଥବା ଭାଙ୍ଗି ଯାଇଥିବା ଘଣ୍ଟା ଲଗାନ୍ତୁ ନାହିଁ । ଏହାଦ୍ବାରା ଘର ଉପରେ ସକରାତ୍ମମ ପ୍ରଭାବ କମ୍ ପଡିଥିବାବେଳେ ନକରାତ୍ମକ ପ୍ରଭାବ ଅଧିକ ପଡିଥାଏ । ଏଥିଯୋଗୁଁ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ ମଧ୍ୟ ହୋଇପାରେ ।

ଘରର ମୁଖ୍ୟ ଦ୍ବାର ଉପରେ ମଧ୍ୟ ଘଣ୍ଟା ଲଗାନ୍ତୁ ନାହିଁ । ଏହା ଫଳରେ ଘର ବାହାରେ ଥିବା ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ ଏବଂ ଆପଣଙ୍କ ଘରେ ଅଶାନ୍ତି ବୃଦ୍ଧି ପାଇପାରେ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଯମରାଜ ବାସ କରିଥାନ୍ତି । ଏହି ଦିଗକୁ ମଧ୍ୟ ନିଶ୍ଚଳର ପ୍ରତୀକ ବୋଲି  ଧରାଯାଇଥାଏ । ଏହି ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଆପଣଙ୍କ ଶୁଭ ସମୟ ନିଶ୍ଚଳ ହୋଇଯାଏ ଏବଂ ଆପଣଙ୍କୁ ସଫଳତା ମିଳିନଥାଏ ।

ଘରର ଦକ୍ଷିଣ ଦିଗ ଘରର ମୁରବିଙ୍କ ଦିଗ ବୋଲି ଧରାଯାଇଥାଏ । ଏଥିପାଇଁ ଏହି ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଘରର ମୁଖିଆଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ ।

କାନ୍ଥ ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗରେ ଲଗାଇବା ଦ୍ବାରା ଶୁଭ ଫଳ ମିଳିଥାଏ । ପୂର୍ବ ଦିଗରେ ଲଗାଯାଇଥିବା ଘଣ୍ଟା ଘରର ପରିବେଶକୁ ଭଲ ରଖିଥାଏ । ପଶ୍ଚିମ ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଘରର ସଦସ୍ୟଙ୍କୁ ନୂଆ ସୁଯୋଗ ମିଳିଥାଏ । ଉତ୍ତର ଦିଗରେ ଲଗାଯାଇଥିବା ଘଣ୍ଟା ଘରକୁ ଆର୍ଥିକ କ୍ଷତିକୁ ରକ୍ଷା କରିଥାଏ ।

   Related Posts