Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆପଣଙ୍କ ସହ ଘଟୁଛି କି ଏସବୁ ? ହୋଇଥାଇପାରେ ତନ୍ତ୍ର ପ୍ରୟୋଗ

6/11/2019 at 3:55 PM

ଆଜିକାଲି ସମସ୍ତେ ଆଧୁନିକ ଚିନ୍ତାଧାରା ରଖିଥାଆନ୍ତି। ଏଥିରୁ ଆମେ କିଛି ପୁରୁଣା କଥାକୁ ମାନି ଚଳିବାବେଳେ କିଛି କଥାକୁ ହେୟଜ୍ଞାନ କରିଥାଉ। ଆଜିର ବୈଜ୍ଞାନିକ ଯୁଗରେ ଯଦି କେହି ତନ୍ତ୍ର-ମନ୍ତ୍ର କିମ୍ବା ତାନ୍ତ୍ରିକ କ୍ରିୟା ବିଷୟରେ କହିଥାଏ ତେବେ ଆମେ ସହଜରେ ଏହାକୁ ବିଶ୍ବାସ କରି ନଥାଉ। କିନ୍ତୁ ଆଜି ବି ଏପରି କିଛି ଘଟଣା ଘଟିଥାଏ ଯେଉଁଥିରେ ତନ୍ତ୍ର ମନ୍ତ୍ର ପ୍ରୟୋଗ କରାଯାଇଥାଏ।

ଯଦି ଆପଣଙ୍କ ମଧ୍ୟରୁ କାହାକୁ ଏସବୁ ବିଷୟରେ ସନ୍ଦେହ ହୁଏ ଯେ କେହି ତନ୍ତ୍ର ମନ୍ତ୍ର କରିଛି ତେବେ ରାତିରେ ଶୋଇବାବେଳେ ଆପଣଙ୍କ ତକିଆ ତଳେ ଏକ ସବୁଜ ଲେମ୍ବୁ ରଖି ଶୁଅନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେ ଯଦି କୌଣସି ପ୍ରକାରର ନକରାତ୍ମକ ଶକ୍ତି ଆଖପାଖରେ ଥିବ ତେବେ ସେହି ନକରାତ୍ମକ ଶକ୍ତି ସେହି ଲେମ୍ବୁରେ ସମାହିତ ହୋଇଯିବ। ଯଦି ସକାଳେ ଉଠିବାପରେ ଲେମ୍ବୁ ଶୁଖିଯାଇଥିବ କିମ୍ବା ଲେମ୍ବୁର ରଙ୍ଗ କଳା ପଡ଼ିଯାଇଥିବ ତେବେ ଏହାର ଅର୍ଥ ଆପଣଙ୍କ ଉପରେ ତାନ୍ତ୍ରିକ କ୍ରିୟାର ପ୍ରଭାବ ରହିଛି।

ଏହା ସହିତ ଆପଣଙ୍କ ସହିତ ଯଦି ଏପରି କିଛି ଘଟୁଥାଏ ତେବେ ଆପଣ ନିଶ୍ଚିତ ହୋଇଯାଆନ୍ତୁ ଯେ ଆପଣଙ୍କ ଉପରେ କୌଣସି ତାନ୍ତ୍ରିକ କ୍ରିୟାର ପ୍ରଭାବ ହେଉଛି।

  • ଭୋକ ଲାଗୁଥିଲେ ମଧ୍ୟ ଖାଉଥିବାବେଳେ ଖାଇ ହୁଏ ନାହିଁ।
  • ଘରେ ସକାଳେ ସନ୍ଧ୍ୟାରେ ପୂଜା କରିବାବେଳେ କିଛି ନା କିଛି ବାଧା ହୋଇଥାଏ।
  • ଘରର ମନ୍ଦିରରେ ହଠାତ୍ କୌଣସି ଦୁର୍ଘଟଣା ଘଟିବା।
  • ପରିବାରର ସଦସ୍ୟ ଜଣକ ପରେ ଜଣେ ରୋଗରେ ପଡ଼ିବା।
  • ଶରୀରରେ ହଠାତ୍ ନୀଳ ରଙ୍ଗର ଦାଗ ହେବା।

ଯଦି ଆପଣଙ୍କ ସହ ଏସବୁ ଘଟଣା ଘଟୁଛି ତେବେ ଆପଣ ନିଶ୍ଚିତ ରୂପେ ତାନ୍ତ୍ରିକ କ୍ରିୟାର ଶିକାର ହୋଇଛନ୍ତି। ଏପରି ପରିସ୍ଥିତିରେ ରାତିରେ ଶୋଇବାବେଳେ ଏକ ଲୋଟାରେ ପାଣି ଭର୍ତ୍ତି କରି ରଖନ୍ତୁ ଏବଂ ସକାଳେ ଏହି ପାଣିକୁ ଟବରେ ଢ଼ାଳି ଦିଅନ୍ତୁ। ଯଦି କୌଣସି ତନ୍ତ୍ରର ପ୍ରଭାବ ଥିବ ତେବେ ୩ଦିନରୁ ଏକ ସପ୍ତାହ ମଧ୍ୟରେ ସେହି ଗଛ ଶୁଖିଯିବ।

   Related Posts