ଯଦି ୨ରୁ ୩ ମାସରେ ସ୍ଥିତି ନ ସୁଧୁରେ ତେବେ ବିପଦରେ ପଡିଯିବ ୨୦ ପ୍ରତିଶତ ଲୋକଙ୍କ ଚାକିରି

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭।୦୩: ମିଳିତ ଜାତି ସଂଘ ଦ୍ଵାରା ଦିଆଯାଇଥିବା ଚେତାବନୀ ଅନୁଯାୟୀ ସମଗ୍ର ଦୁନିଆରେ କରୋନା କାରଣରୁ ୨.୫ କୋଟି ଲୋକ ବେରୋଜଗାର  ହୋଇଯିବେ। ଏଥିରେ ବିଶ୍ଵ ଅର୍ଥ ବ୍ୟବସ୍ଥାକୁ ୩.୬ ଲକ୍ଷ କୋଟି ଡଲାରର ଝଟକା ଲାଗିବ। ଏଥିରେ ଆର୍ଥିକ ଓ ଶ୍ରମ ସଙ୍କଟ ଅଧିକ ଘନିଭୂତ ହେବ। ହିନ୍ଦୁସ୍ଥାନ ଅଟୋମୋବାଇଲ, ରିୟଲ ଷ୍ଟେଟ୍, ବିମାନ, ସିନେମା ଓ ମନରୋଞ୍ଜନ, ପର୍ଯ୍ୟଟନ ସହିତ ଅନେକ ସେକ୍ଟରରେ କରୋନାର ଓଲଟା ପ୍ରଭାବ ପଡିଛି। ଏଥିରେ ଏହି ସବୁ ସେକ୍ଟରରେ କାମ କରୁଥିବା ଲକ୍ଷାଧିକ ଲୋକଙ୍କ ଚାକିରି ଉପରେ ମଧ୍ୟ ସଙ୍କଟର ବାଦଲ ଘେରି ରହିଛି। ଚାଇନାରେ ଜାନୁଆରୀ-ଫେବୃଆରୀରେ ୫୦ ଲକ୍ଷ ଲୋକ କରୋନାର ଆର୍ଥିକ କୁପ୍ରଭାବ କାରଣରୁ ରୋଜଗାର ହରାଇଛନ୍ତି।

{"id":244949,"sizeSlug":"large"}

ରିକ୍ରୁଟମେଣ୍ଟ ଏଜେନ୍ସି ମୁତାବକ, କରୋନା ଭାଇରସ୍‌ରେ ହୋଟେଲ, ଭ୍ରମଣ ଓ ପର୍ଯ୍ୟଟନ, ଖାଦ୍ୟ, ନିର୍ମାଣ ଓ ମନୋରଞ୍ଜନ ପରି ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ଉପରେ ସବୁଠୁ ଅଧିକ ପ୍ରଭାବ ପଡିବାର ସମ୍ଭାବନା ରହିଛି। ଏହା ସହିତ ଅଣ ସଂଗଠିତ କ୍ଷେତ୍ର ଉପରେ ମଧ୍ୟ ଏହାର କୁପ୍ରଭାବ ପଡିବ। ଯଦି ୨-୩ ମାସରେ ସ୍ଥିତି ଏମିତି ଜାରି ରହେ ତେବେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ୧୫-୨୦ ପ୍ରତିଶତ ହ୍ରାସ ହୋଇପାରେ।

ଇଲେକ୍ଟ୍ରୋନିକ ବଜାରର ଅବସ୍ଥା ହୋଇପାରେ ଖରାପ

ଭାରତରେ ଅନେକ ଉଦ୍ୟୋଗ  ପାଇଁ ଯୋଗାଣ ସଙ୍କଟ ମଧ୍ୟରେ ଆଗାମୀ ଦିନରେ ବଡ ଧରଣର ବେରୋଜଗାରୀ ସମ୍ଭାବନା ଅଧିକ ରହିଛି। ଚାଇନିଜ ବସ୍ତୁ ଉପରେ ନିର୍ଭର ମୋବାଇଲ, ଇଲେକ୍ଟ୍ରୋନିକ୍ସ, ଅଟୋ ମୋବାଇଲ  ପରି ସେକ୍ଟରରେ ଦ୍ରୁତ ଗତିରେ ଷ୍ଟକ୍ ସମାପ୍ତ ହେବାରେ ଲାଗିଛି। ଶିଳ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ଏମିତି ସ୍ଥିତି ଦୁଇ ତିନି ମାସ ରହିଲେ ମ୍ୟାନୁଫେକଚରିଂଠୁ ନେଇ ରିଟେଲର୍ସ  ପର୍ଯ୍ୟନ୍ତ ଅନେକ ସ୍ତରରେ କାର୍ଯ୍ୟ ବନ୍ଦ ହେବ। ଏଥିରେ ବେରୋଜଗାରୀ ବଢିବାର ସମ୍ଭାବନା ଅଧିକ ରହିଛି।

{"id":244950,"sizeSlug":"large"}

ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନର ସଭାପତି ଅରବିନ୍ଦର ଖୁରାନାଙ୍କ ଅନୁଯାୟୀ, ଯଦି ୧୫-୨୦ ଦିନ ପର୍ଯ୍ୟନ୍ତ ସପ୍ଲାଇ ସ୍ଵାଭାବିକ ନହୁଏ ତେବେ ସ୍ଥିତି କଠିନ ହୋଇପାରେ। ଭାରତରେ ସବୁଠୁ ଅଧିକ ବିପଦ ସ୍ଵରୋଜଗାର, ଠିକାରେ କାମ କରୁଥିବା ଲୋକ ଓ ଦିନ ମଜୁରିଆଙ୍କ ଉପରେ ରହିଛି। ଏକ ଅନୁମାନ ଅନୁଯାୟୀ ଦେଶର ୪୦ ଲକ୍ଷରୁ ଅଧିକ ଅସ୍ଥାୟୀ କର୍ମଚାରୀ ଉପରେ ଆଗାମୀ ଦୁଇ ତ୍ରୈମାସ କଠିନ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.