Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଯଦି ରିଲେସନର ବ୍ରେକଅଫ୍ ଆସୁଛି, ନିଜର ପରିସ୍ଥିତି ସହ ପାଖରେ ଥିବା ପିଲାକୁ କିପରି ସମ୍ଭାଳିବେ ?

16/12/2018 at 7:30 PM

ଆପଣଙ୍କର ବୈବାହିକ ଜୀବନରେକିଛି ବ୍ରେକ୍ ଅଫ ଘଟିଛି କି ? ଯଦି ହଁ …ଭାଙ୍ଗିପଡ଼ି ନାହାଁନ୍ତି ତ ? ଭାଙ୍ଗିପଡ଼ନ୍ତୁ ନାହିଁ ।ନିଜେ ଯଦି ଭାଙ୍ଗିପଡ଼ିବେ ଆପଣଙ୍କ ପାଖରେ ଥିବା ଛୋଟ ପିଲାଟି ବି ମାନସିକ ଭାବେ ଭାଙ୍ଗିପଡ଼ିବ । ସେମିତିହେଲେ ନା ଆପଣ ପରିସ୍ଥିତିକୁ ସାମନା କରିପାରିବେ ନା ପିଲାଟିକୁ ଭବିଷ୍ୟତପାଇଁ ଗଢ଼ିପାରିବେ । ଆପଣଙ୍କଭବିଷ୍ୟତ ଯାହା ହେଉ ପିଲାଟିର ଭବିଷ୍ୟତକୁ ତ ପୁଣି ଦେଖିବେ କି ନାହିଁ। ସେଥିପାଇଁ ଆପଣ ନିଶ୍ଚିତଭାବେଧୈର୍ଯ୍ୟର ସହ ସମୟକୁ ସାମନା କରିବାକୁ ପଡ଼ିବ ।

-ନିଜେ ପ୍ରଥମେ ନିଜକୁଦୃଢ଼ ରଖନ୍ତୁ, ଭାବନ୍ତୁ ଯାହା ହେବାର ଥିଲା ହୋଇଯାଇଛି । ନିଜ ଅପେକ୍ଷା ନିଜ ପାଖରେ ଥିବା ପିଲାକୁବେଶୀ ଗୁରୁତ୍ଵ ଦିଅନ୍ତୁ । ନିଜେ ଉଭୟ ମାଆ-ବାପା ଦାୟିତ୍ଵ ତୁଲାଉଛନ୍ତି ମାନେ ଧର୍ଯ୍ୟର ସହ ପିଲାଟିରକଥା ଶୁଣନ୍ତୁ । ଆଉ ମାନସିକ ଭାବେ ତାକୁ ସମର୍ଥନ ଦିଅନ୍ତୁ । ତା ମାନେ ନୁହେଁ ତାକୁ ଜିଦଖୋର ସ୍ଵଭାବରକରିବା । ତାକୁ ଯଥା ସମ୍ଭବ ବୁଝିବାକୁ ଚେଷ୍ଟାକରନ୍ତୁ । ତାର ଅଭାବବୋଧକୁ ଦୂର କରିବାକୁ ଚେଷ୍ଟାକରନ୍ତୁ ।

-ପିଲାଟି ସହିତ ଆସ୍ତେଆସ୍ତେ ଭଲକରି ମିଶିବାକୁ ଚେଷ୍ଟା କରନ୍ତୁ । ସାଙ୍ଗଭଳି ବ୍ୟବହାର କରନ୍ତୁ ଯାହା ସବୁକଥା ସେୟାର କରିବାକୁ ଭୟ କରିବ ନାହିଁ ।

-ଅତୀତର ଘଟିଯାଇଥବାଘଟଣାକୁ କେବେ ବାରମ୍ବାର ପିଲାଟିର ଆଗରେ ପ୍ରକାଶ କରନ୍ତୁ ନାହଁ । ପଜିଟିଭ ଭାବରେ ସବୁକଥା ସେୟାରକରନ୍ତୁ । ବେଶି ଫେମିଲାର ଭାବେ ମିଶନ୍ତୁ , ଯାହା ପିଲାଟିକୁ ଲାଗିବ ଆପଣ ନାଲି ଆଖି ଦେଖାଉଥିବାଜଣେ ବୟସ୍କ ଅଭିଭାବକ ନୁହଁନ୍ତି ।

-ଆପଣ ପିଲାଟିକୁ ଏତେଗେହ୍ଲା କରନ୍ତୁନି ଯେ ପାଠଶାଠ ନ ପଢ଼ି ଜିଦଖୋର ହେଇଯାଉ । ମିଶିବା ସହିତ ଅଳ୍ପ ଗାଇଡ଼ୟାନ୍ସ ରହିବା ଦରକାର ।

-ପିଲାଟିକୁ କୌଣସି ସଂପର୍କର ଅଭାବକୁ ଅନୁଭବ କରିବାକୁ ଦିଅନ୍ତୁ ନାହିଁ, ଅନେକ ସମୟରେ ଏକା ଏକା ସମୟ କାଟିବାକୁ ଦିଅନ୍ତୁ ନାହଁ । ତା ସହଯେତିକି ସମୟ ଅଧିକ ପାଉଛନ୍ତି ;କାଟନ୍ତୁ । ଫଳରେ ସେ ସମୟର ବ୍ୟବଧାନ ପାଇବ ନାହଁ ଅନ୍ୟକିଛି କଥାଭାବିବାକୁ ।

-ପିଲାଟିକୁ ନିଜର ଦାୟିତ୍ଵରୁମୁକୁଳିବା ପାଇଁ ହଷ୍ଟେଲ କି ଡ଼େ ବୋର୍ଡ଼ିଙ୍ଗ ସ୍କୁଲରେ ଛାଡ଼ନ୍ତୁ ନାହଁ । ଅନ୍ୟମାନଙ୍କର ଗର୍ଡ଼ିଆନ ଦେଖା କରିବାକୁ  ଆସିବା ବେଳେ ନିଶ୍ଵୟ ପିଲାଟିର ମନରେ ଦୁଃଖ ଆସିବ । ସେଥିପାଇଁ ନିଜ ତତ୍ତ୍ଵାବଧାନରେରଖନ୍ତୁ ।

-ସମୟ ପାଇଲେ ପିଲାଟିସହିତ ବିଭିନ୍ନ ଏଣ୍ଟରଟେନମେଣ୍ଟରେ ଟାଇମ ଦିଅନ୍ତୁ ।

-ବିଭିନ୍ନ ସମୟରେ କାର୍ଟୁନକିମ୍ବା  ମଜାଳିଆ ଚିତ୍ର,ଗପ କିମ୍ବା ଜୋକସ କହି ପିଲାଟି ସହିତ ମିଶିଯାନ୍ତୁ ।

-ପିଲାଟି ଯଦି ଜିଦ ଧରୁଥାଏ,ତାହେଲେ ଆଗେ ବୁଝିବାକୁ ଚେଷ୍ଟା କରନ୍ତୁ କଣ ଚାହୁଁଛି । ତାପରେ ଯଥାସମ୍ଭବ ପୂରଣ କରନ୍ତୁ ନହେଲେଭଲ କରି ବୁଝେଇଦିଅନ୍ତୁ । ଯେମିତି ଆଉ କୌଣସି ସମୟରେ ଜିଦ ଧରିବ ନାହିଁ ।

-ପିଲାଟିକୁ ମଝିରେ ମଝିରେକୌଣସି ନୂଆ ଜାଗାକୁ ବୁଲେଇ ନିଅନ୍ତୁ । ତା ପସନ୍ଦର ଜିନିଷ ବି କିଣି ଦିଅନ୍ତୁ, ଖୁସି କରିବାକୁ ।ଯଦି ଆପଣ କିଛି ମନ ଊଣା କରୁଛନ୍ତି , ତାହେଲେ ସେ କାହାର ନା କାହାର ଅଭାବକୁ ଅନୁଭବ କରିବ ।

-ପିଲାଟିକୁ ବିଭିନ୍ନସମୟରେ କାହାଣୀ ମାଧ୍ୟମରେ ବଡ଼ ଲୋକଙ୍କ ଜୀବନୀ ସଂବନ୍ଧରେ କୁହନ୍ତୁ । ଯାହା ପିଲାଟି ଉପରେ ଅନୁକୂଳପ୍ରଭାବ ପକାଇବ ।

-ଏଭଳି ପିଲାଟି ସହିତମିଶିଯାନ୍ତୁ, ଯାହାକି ପିଲାଟି ଭାବିବ, ତା ପାଇଁ ଆପଣ ହେଉଛନ୍ତି ପିଲାଟିର ଶ୍ରେଷ୍ଠ ମଣିଷ ପୃଥିବୀର।

   Related Posts