ବର୍ଷା ଯୋଗୁ ଯଦି ଆଇସିସି ୱାର୍ଲଡ କପ୍ ଫାଇନାଲ ମ୍ୟାଚ୍ ବାତିଲ ହୁଏ ଜାଣନ୍ତୁ କ’ଣ ହେବ

Published By : Prameya-News7 Bureau | July 13, 2019 IST

ଲର୍ଡସ: ଆଇସିସି ୱାର୍ଲଡ କପ ପାଇଁ ରବିବାର ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ୍।   ପ୍ରସିଦ୍ଧ ଲର୍ଡସ ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କୁ ନେଇ  ଏବେବି ଆଶଙ୍କା ଦୂର ହୋଇନି। ଯଦି ଫାଇନାଲ ମ୍ୟାଚ୍ ରେ ବର୍ଷା ହୁଏ ତେବେ କ’ଣ ହେବ ସେ ନେଇ ଚିନ୍ତାରେ ସମସ୍ତେ। ଯଦି ବର୍ଷା ହୁଏ ତେବେ ମ୍ୟାଚ୍ ବାତିଲ ହେବା ନିଶ୍ଚିତ। ତେବେ ରିଜର୍ଭ ଡେରେ ଯଦି ବିଜେତାଙ୍କୁ ଚୟନ କରି ନହେଲା ତେବେ ସୁପର ଓଭର ଉପରେ ନିର୍ଭର କରାଯିବ। ତେବେ ଏହା ବି ଯଦି ବିଫଳ ହୁଏ ଫାଇନାଲକୁ ଯାଇଥିବା ୨ ଟିମ୍ ମଧ୍ୟରୁ ଗୋଟିଏ ନିଶ୍ଚିତ ଚାମ୍ପିୟନ ଟାଇଟଲ ନେବ। ତେବେ ଏଭଳି ପରିସ୍ଥିତିରେ କେଉଁ ଟିମ୍ କୁ ଆଇସିସି ଚାମ୍ପିୟନ ଘୋଷଣା କରିପାରନ୍ତି ଆସନ୍ତୁ ଜାଣିବା।

{"id":133341}

ବିଶ୍ୱକପ ଦ୍ୱାଦଶ ସଂସ୍କରଣର ଲର୍ଡସରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପ୍ରଥମ ମ୍ୟାଚ୍ ନୁହେଁ। ପୂର୍ବରୁ ଟୁର୍ଣ୍ଣାମେଣ୍ଟର କେତେଗୁଡିଏ ମ୍ୟାଚ୍ ମଧ୍ୟ ଏଠାରେ ଖେଳାଯାଇଛି। ଯେଉଁ ମ୍ୟାଚ୍ ଖେଳାଯାଇଛି ଏଠାରେ ବିଜୟୀ ହୋଇଥିବା ଟିମ୍ ବିଶାଳ ସ୍କୋର କରିବାର ରେକର୍ଡ ରହିଛି। ଏଣୁ ଲର୍ଡସରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ରେ ମଧ୍ୟ ବଡ ସ୍କୋର ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶାୟୀ ଅଛନ୍ତି। ତେବେ ଏଠାରେ ଟୁର୍ଣ୍ଣାମେଣ୍ଟର କେତେକ ମ୍ୟାଚ୍ ବର୍ଷା ଯୋଗୁ ମଧ୍ୟ ବାତିଲ ହୋଇଥିଲା। ସେ କଥା ମଧ୍ୟ କ୍ରିକେଟ୍ ପ୍ରେମୀ ଭୁଲି ନାହାନ୍ତି। ଏଣୁ ଫାଇନାଲ ମ୍ୟାଚ୍ ରେ ବର୍ଷାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡିଛନ୍ତି। 

{"id":133342}

୧୪ ଜୁଲାଇ ବିଶ୍ୱକପ୍ ଫାଇନାଲ। ଯଦି ବର୍ଷା ହୁଏ ତେବେ ୧୫ ଜୁଲାଇ ରିଜର୍ଭ ଡେ ରହିଛି। ଏଣୁ ଜୁଲାଇ ୧୪ ରବିବାର ଫାଇନାଲ ଡେ ଦିନ ଯଦି ବର୍ଷା ହୁଏ ଯେଉଁ ପର୍ଯ୍ୟନ୍ତ ଖେଳାଯାଇ ପାରିବ ସେଇଠୁ ମ୍ୟାଚ୍ ବନ୍ଦ ରହିବ। ପରଦିନ ରିଜର୍ଭ ଡେରେ ପୁଣି ଖେଳ ସେଇଠୁ ଆରମ୍ଭ ହୋଇ ଚାମ୍ପିୟନ ଚୟନ ପର୍ଯ୍ୟନ୍ତ ଚାଲିବ। ଯଦି ୧୫ ତାରିଖ ଦିନ ବର୍ଷା ହୁଏ ଓ ଖେଳ ବାତିଲ କରାଯାଏ ତେବେ ଆଇସିସି ଉଭୟ ଟିମ୍ ଙ୍କୁ ଚାମ୍ପିୟନ ଘୋଷଣା କରିବେ। ତେବେ ଯଦି ଏହା ହୁଏ ତେବେ ଆଇସିସି ବିଶ୍ୱକପ୍ ରେ ଏହା ହେବ ପ୍ରଥମ ଘଟଣା। ହେଲେ ଏହା ପୂର୍ବରୁ ଏଭଳି ଏକ ପରିସ୍ଥିତି ଯୋଗୁ ୨୦୦୨ ଚାମ୍ପିୟନସ ଟ୍ରଫି ମ୍ୟାଚ୍ ରେ ଭାରତ ଓ ଶ୍ରୀଲଙ୍କାକୁ ମିଳିତ ଚାମ୍ପିୟନ ଘୋଷଣା କରାଯାଇଥିବାର ଇତିହାସ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.