ଭାରତ-ନ୍ୟୁଜଲାଣ୍ଡ ସେମିଫାଇନାଲ: ଦୁଇଘଣ୍ଟା ପରେ ଖେଳ ଆରମ୍ଭ ହେଲେ ଭାରତ ପାଇଁ ଟାର୍ଗେଟ ହେବ ୪୬.୧ ଓଭରରେ ୨୩୭

Published By : Prameya-News7 Bureau | July 09, 2019 IST

ଭାରତ-ନ୍ୟୁଜଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ବକପ ସେମିଫାଇନାଲ ବର୍ଷା ଯୋଗୁଁ ବାଧା ପ୍ରାପ୍ତ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ଦଳ ବର୍ଷା ହେବାବେଳକୁ ୪୬.୧ ଓଭର ଖେଳି ୫ୱିକେଟ ହରାଇ କରିଥିଲା ୨୧୧ରନ । ଯଦି ବର୍ଷା ଦୁଇ ଘଣ୍ଟାଠାରୁ ଅଧିକ ସମୟ ଚାଲେ ତାହେଲେ ନ୍ୟୁଜଲାଣ୍ଡ ଆଉ ଖେଳିବ ନାହିଁ ।

ଭାରତକୁ ୪୬ଓଭର ଖେଲିବାକୁ ମିଳିବ ଓ ଟାର୍ଗେଟ ହେବ ୨୩୭ । ଯଦି ୪୬ ଓଭର ଖେଳ ହେବା ପାଇଁ ସମୟ ନମିଳେ ତାହେଲେ ଭାରତକୁ ୨୦ ଓଭର ଖେଳିବାକୁ ଦିଆଯିବ ଏବଂ ଟାର୍ଗେଟ ରହିବ ୧୪୮ । ଯଦି ବର୍ଷା ଜମାରୁ ନକମେ ତାହେଲେ ଆସନ୍ତା କାଲି ମ୍ୟାଚ ଖେଳାଯିବ । ଯେଉଁଠି ମ୍ୟାଚ ରହିଥିଲା ସେଠାରୁ ଆରମ୍ଭ ହେବ । ସୂଚନାଯୋଗ୍ୟ ଯେ, ମ୍ୟାଚ ବାଧାପ୍ରାପ୍ତ ହେବାବେଳକୁ ନ୍ୟୁଜିଲାଣ୍ଡର ରସ ଟେଲର ଓ ଟମ ଲାଥାମ କ୍ରିଚରେ ନଟଆଉଟ ଥିଲେ ।

ଲୁଇସ ଡକୱର୍ଥ ନିୟମ ଅନୁସାରେ ଆଜି ଯଦି ଭାରତକୁ ୪୬ ଓଭର ଖେଳିବାକୁ ଦିଆଯାଏ ତାହେଲେ ଭାରତ ପାଇଁ ଲକ୍ଷ୍ୟ ୨୩୭ ହୋଇଥିବାବେଳେ  ୪୦ ଓଭର ଖେଳିବାକୁ ଦିଆଗଲେ ଲକ୍ଷ୍ୟ ହେବ ୨୨୩ । ସେହିଭଳି ୩୫ ଓଭର ଖେଳିବାକୁ ଦିଆଗଲେ ଲକ୍ଷ୍ୟ ହେବ ୨୦୯ ଓ ୩୦ ଓଭର ଖେଳିବାକୁ ଦିଆଗଲେ ଟାର୍ଗେଟ ହେବ ୧୯୨ । ୨୫ ଓଭର ଯଦି ଖେଳିବାକୁ ଦିଆଗଲା ତାହେଲେ ଟାର୍ଗେଟ ହେଉଛି ୧୭୨ ଏବଂ ୨୦ ଓଭର ଖେଳିବାକୁ ଦିଆଗଲେ ଟାର୍ଗେଟ ହେବ ୧୪୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.