Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ସୋମବାର ଅଫିସ ଯିବାକୁ ପ୍ରସ୍ତୁତି କରୁଥିଲେ ଜାଣନ୍ତୁ କ’ଣ ରହିଛି ଗୃହମନ୍ତ୍ରାଳୟଙ୍କ Guide line

19/04/2020 at 1:22 PM

ନୂଆଦିଲ୍ଲୀ ୧୯।୪: କରୋନା ଲକଡାଉନ୍ ଯୋଗୁ ସବୁକିଛି ଠପ୍ ହୋଇଯାଇଛି। ଏଣୁ ଉପୁଜିଥିବା ପରିସ୍ଥିତିକୁ ସ୍ୱଭାବିକ କରିବା ଲାଗି କେନ୍ଦ୍ର ସରକାର ସୋମବାରଠାରୁ ଲକଡାଉନ୍‌ରେ ସାମାନ୍ୟ ରିହାତି ଦେଇଛନ୍ତି। ଏଣୁ  ୨୦ ଏପ୍ରିଲରୁ ଖୋଲିବାକୁ ଥିବା ଅଫିସ, ଫ୍ୟାକ୍ଟ୍ରି ଓ ପ୍ରଡକ୍ସନ ୟୁନିଟିରେ କ’ଣ ସବୁ ସତର୍କତା ଅବଲମ୍ବନ କରିବାକୁ ହେବ ସେ ନେଇ ଗୃହମନ୍ତ୍ରାଳୟ ମାର୍ଗଦର୍ଶନ ଜାରି କରିଛନ୍ତି। ଯାହାକୁ ବୈଶ୍ୱିକ ମହାମାରୀରୁ ରକ୍ଷା ପାଇବା ଲାଗି କଡାକଡି ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଗୃହମନ୍ତ୍ରାଳୟଙ୍କ ଗାଇଡଲାଇନ
ଏଥିଲାଗି ସମସ୍ତ ଅନୁଷ୍ଠାନକୁ ପ୍ରଥମେ ଡିସଇନଫେକ୍ଟ କରିବାକୁ ପ୍ରାଧାନ୍ୟ ଦିଆଯାଇଛି। ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ବିଲ୍ଡିଂ, ପ୍ରବେଶ ଫାଟକ, କେଫେଟରିଆ ଓ କ୍ୟାଣ୍ଟିନ୍, ମିଟିଂ ରୁମ, କନଫରେନ୍ସ ହଲ, ଓପନ ଏରିଆ, କାନ୍ଥ ଓ ମାଟିର ସମ୍ପୂର୍ଣ୍ଣ ବିଶୋଧନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୂରରୁ ଆସିବାକୁ ଥିବା କର୍ମଚାରୀଙ୍କ ଲାଗି କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।

ସେହିପରି କାର୍ଯ୍ୟାଳୟ ଅଥବା ଫ୍ୟାକ୍ଟ୍ରି ପକ୍ଷରୁ କର୍ମଚାରୀଙ୍କ ପରିବହନ ଲାଗି ବ୍ୟବହୃତ ବାହନରେ ମୋଟ ପରିବହନ କ୍ଷମତାର ଯେପରି ୩୦-୪୦ପ୍ରତିଶତରୁ ଅଧିକ ଯାତ୍ରୀ ନ ଉଠନ୍ତି ତାହା କର୍ତ୍ତୃପକ୍ଷ ନିଶ୍ଚିତ କରିବେ। କାର୍ଯ୍ୟାଳୟ ଅଥବା ଫ୍ୟାକ୍ଟ୍ରି ପରିସରକୁ ପ୍ରବେଶ ପୂର୍ବରୁ ସମସ୍ତ ବାହନକୁ ବିଶୋଧିତ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ଅଫିସକୁ ଆସୁଥିବା ଓ ସେଠାରୁ ବାହାରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି।

   Related Posts