Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ବିଜେପିରେ ଯୋଗ ଦେଲେବି ସଚିନ ପାଇଲଟ ହୋଇପାରିବେନି ରାଜସ୍ଥାନ ମୁଖ୍ୟମନ୍ତ୍ରୀ !

12/07/2020 at 6:27 PM

ଜୟପୁର ୧୨।୭: ରାଜସ୍ଥାନ ପଲିଟିକାଲ ଡ୍ରାମା ବେଳକୁ ବେଳ ରୋଚକ ହେବାରେ ଲାଗିଛି। ତେବେ ରାଜନୀତି ଗଣିତର ଚିଠା ଏଠି ଏତେ ଅଡୁଆ ଯେ ଏହାର ଖିଅ ପାଇବା ମହାମହା ରଥୀଙ୍କ ଲାଗି ମଧ୍ୟ ଅସମ୍ଭବ। ମିଳୁଥିବା ସୂଚନା ଅନୁସାରେ ସଚ୍ଚିନ ପାଇଲଟଙ୍କ ଗୋଷ୍ଠୀର ବିଧାୟକମାନେ ମାନେସର ଓ ଗୁଡଗାଓଁର ହୋଟେଲରେ ଅବସ୍ଥାନ କରୁଛନ୍ତି। ଏଥିରେ ପାଇଲଟ ଦିଲ୍ଲୀରେ ରହୁଥିବା ବେଳେ ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ସେ ଅସନ୍ତୁଷ୍ଟ ନା ଜ୍ୟୋତିରାଦିତ୍ୟଙ୍କ ଭଳି କୌଣସି ବଡ ରାଜନୈତିକ ନିଷ୍ପତ୍ତି ନେବେ ?

ତେବେ ବିଜେପିକୁ ଯାଉଥିବା କଂଗ୍ରେସ ନେତାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଅଥବା ପ୍ରଧାନମନ୍ତ୍ରୀ ଭଳି ପଦପଦବୀ ମିଳିବାର ସମ୍ଭାବନା ନାହିଁ। ଏଥିରେ ଯଦି ଦଳୀୟ ନୀତିନିୟମକୁ ଜଳାଞ୍ଜଳି ଦିଆଯାଏ ତେବେ ହୁଏତ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ଏହା ହେଲେ କ୍ଷମତାର ସମୀକରଣ ମଧ୍ୟ ସମ୍ଭବ ହେବ। ଯଦି ମଧ୍ୟପ୍ରଦେଶ ରଣନୀତି ରାଜସ୍ଥାନରେ ଲାଗୁ କରାଯାଏ ତେବେ ଏଠାରେ ଏହା ଏତେଟା ସହଜ ନୁହେଁ। ତାର ବଡ କାରଣ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ରାଜ୍ୟ ବିଧାନସଭାରେ ତାଙ୍କ ଦଳର ୧୦୭  ବିଧାୟକ ଥିବା ବେଳେ ତାଙ୍କୁ ଅନ୍ୟ ଦଳ ଓ ନିର୍ଦ୍ଦଳୀୟ ୧୮ ବିଧାୟକଙ୍କ ସମର୍ଥନ ରହିଛି।

ଏଥିରେ ସଚ୍ଚିନ ପାଇଲଟଙ୍କୁ ମିସାଇ ମାତ୍ର ୨୪ ଜଣ ବିଧାୟକ ଅଛନ୍ତି।  ଯଦି ଏମାନେ ଏକକାଳୀନ ସରକାରରୁ ଓହରି ବି ଯାଆନ୍ତି ଏଠାରେ କମଲନାଥଙ୍କ ପରି ଗେହଲୋତ ସରକାରଙ୍କ ଲାଗି ସେପରି କୌଣସି ସମସ୍ୟା ଉପୁଜିବନି। କାରଣ କଂଗ୍ରେସରୁ ୨୪ ଜଣ ଚାଲିଗଲେ ଗେହଲତଙ୍କ ସରକାରରେ ଦଳର ୮୩ ଜଣ ବିଧାୟକ ରହିଯିବେ।

ଏଠାରେ ବିଜେପି ଓ ରାଲୋପା ମେଣ୍ଟର ୭୫ ଜଣ ବିଧାୟକ ଅଛନ୍ତି।  ଏଠାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଲାଗି କଂଗ୍ରେସକୁ  ୮୯ ସଦସ୍ୟଙ୍କ ସମର୍ଥନ ଦରକାର। କଂଗ୍ରେସର ନିଜସ୍ୱ ୮୩ ଓ ୬ ନିର୍ଦ୍ଦଳୀୟଙ୍କୁ ସାମିଲ କଲେ ଗେହଲତଙ୍କ ସରକାର ବିଶ୍ୱାସମତ ପ୍ରମାଣିତ କରିବାକୁ ଯଥେଷ୍ଟ।  ଏଥିଲାଗି ଗେହଲତଙ୍କ ନିକଟରେ  ପୂର୍ବରୁ ୧୮ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।  ହେଲେ ବିଜେପି ଲାଗି ଏଠାରେ ନିର୍ଦ୍ଦଳୀୟ ଓ ଅନ୍ୟ ଦଳରୁ ଆଉ ୧୪ ଜଣ ସଦସ୍ୟ ଆବଶ୍ୟକ। ଏଣୁ ପାଇଲଟ କଂଗ୍ରେସକୁ ଧୋକା ଦେଲେ ବି ଏଠାରେ ଗେହଲୋତଙ୍କୁ କମଲନାଥଙ୍କ ଅବସ୍ଥା ଭୋଗିବାକୁ ପଡିବ ନାହିଁ।

ହୁଏତ ଏଥିଲାଗି ସଚ୍ଚିନଙ୍କୁ ବିଜେପି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ଦେଇ ନପାରେ ଏଣୁ କେନ୍ଦ୍ରମନ୍ତ୍ରୀ ପଦ ଲାଗି ପାଇଲଟ ଏତେବଡ ଭୁଲ  କରି ନ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

   Related Posts