ଅଧିକାଂଶ ଲୋକେ ପରିବା ମଧ୍ୟରୁ ଫୁଲ କୋବି ଖାଇବା ପସନ୍ଦ କରନ୍ତି। ଫୁଲକୋବିରେ କ୍ୟାଲସିଅମ୍, ପ୍ରୋଟିନ, କାର୍ବୋହାଇଡ୍ରେଟ୍ ଓ ଲୌହ ତତ୍ତ୍ବ ବ୍ୟତୀତ ଭିଟାମିନ ଏ, ବି, ସି ଆୟୋଡିନ ଓ ପୋଟାସିଅମ୍ ଭରପୁର ମାତ୍ରାରେ ଥାଏ। ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। କ୍ୟାଲସିଅମ ମାତ୍ରା ଅଧିକ ଥିବାରୁ ଫୁଲକୋବି ଖାଇବା ଶରୀର ପାଇଁ ଭଲ ହୋଇଥାଏ।
{"id":171406}ଫୁଲକୋବିକୁ ଲୋକେ ଭିନ୍ନ ଭିନ୍ନ ଭାବେ ରାନ୍ଧି ଖାଆନ୍ତି। କିଏ କୋବି ତରକାରୀ ଖାଇବାକୁ ଭଲ ପାଏ ତ କିଏ କୋବି ଆଚାର ଖାଇବା ପସନ୍ଦ କରେ। ଏହା ବ୍ୟତୀତ କୋବିର ଅନେକ ଆଇଟମ୍ ଅଛି। କୋବିକୁ ଯେମିତି ରାନ୍ଧିଲେ ମଧ୍ୟ ଏହା ଖାଇବା ପାଇଁ ସ୍ବାଦିଷ୍ଟ ଲାଗେ। କଞ୍ଚା କୋବି ଖାଇଲେ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ହେଲେ କିଛି ଲୋକଙ୍କ ପାଇଁ ଫୁଲକୋବି ଖାଇବା ବିଷାକ୍ତ ଜିନିଷ ଖାଇବା ସହ ସମାନ।
{"id":171413} wp:list- ଯେଉଁମାନଙ୍କୁ ଥାଇରଏଡ ସମସ୍ୟା ଥାଏ ସେମାନଙ୍କୁ କୋବି ଖାଇବା ଅନୁଚିତ୍। ଏହା ଦ୍ବାରା ଶରୀରର T3, T4 ହର୍ମନ ବଢିପାରେ।
- ଯେଉଁମାନଙ୍କର ପିତ୍ତ କୋଷ ବା କିଡନୀରେ ପଥର ସମସ୍ୟା ଥାଏ ସେମାନଙ୍କ ପାଇଁ କୋବି ଖାଇବା ଭୟଙ୍କର ହୋଇପାରେ।
- କୋବିରେ କ୍ୟାଲସିଅମ୍ ମାତ୍ରା ଅଧିକ ଥାଏ ଏଥିପାଇଁ ଶରୀରରେ ୟୁରୀକ ଏସିଡ୍ ଅଧିକ ଥିଲେ କୋବି ଖାଇବା ଅନୁଚିତ୍। କାରଣ ଏହା ଦ୍ବାରା ଶରୀରରେ ଏସିଡ ମାତ୍ରା ବଢିଯିବ।
କୋବି ଖାଇବାର ଫାଇଦା ହେଉଛି- ଯଦି କାହାର ପେଟ ସମସ୍ୟା ଅଛି ତାହେଲେ କୋବିକୁ ଚାଉଳ ପାଣିରେ ୧୦ ମିନିଟ୍ ଯାଏଁ ଫୁଟାଇ କୋବିକୁ କଳା ଲୁଣ ସହ ଖାଇବା ଜରୁରୀ। ଏହା ଦ୍ବାରା ପେଟ ସମସ୍ୟା ଦୂର ହେବ। ହାଡ ଗଣ୍ଠି ଦରଜ ହେବାର ସମସ୍ୟା ଥିଲେ କୋବି ଓ ଗାଜର ରସ ବରାବର ମିଶାଇ ଲଗାତାର ଭାବେ ପିଇଲେ ୨ ମାସ ମଧ୍ୟରେ ଏହି ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ କୋବି ଖାଇଲେ ଓଜନ କମିବ। କାରଣ ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି ଯାହା ଚର୍ବି କମ କରାଏ।