ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସତର୍କ! କରୋନା ନିୟମ ଭାଙ୍ଗିଲେ ହେବ ୫ ବର୍ଷ ଜେଲ ଓ ଦେବାକୁ ପଡ଼ିବ ଜରିମାନା

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭/୧୦: କରୋନା କାଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଏବେଠୁ ହୋଇଯାଆନ୍ତୁ ସତର୍କ। ଭାରତୀୟ ରେଲଓ୍ବେ ଏକ ଅଭିଯାନ ଆରମ୍ଭ କରିଛି। ଯାତ୍ରା ସମୟରେ କରୋନା ସଂକ୍ରମଣ କରାଇଲେ ହେବ ୫ ବର୍ଷ ଜେଲ । ଏ ନେଇ ଉତ୍ତର ପଶ୍ଚିମ ରେଳବାଇ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି। କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଉତ୍ତର ପଶ୍ଚିମ ରେଳଓ୍ବେର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁନୀଲ ବେନିଓ୍ବାଲ କହିଛନ୍ତି ଯଦି କୌଣସି ବ୍ୟକ୍ତି ରେଳ ଷ୍ଟେନର ବା ଟ୍ରେନରେ କରୋନା ଗାଇଡଲାଇନ ପାଳନ ନ କରନ୍ତି ଓ କରୋନା ସଂକ୍ରମଣ ପ୍ରସାର ପାଇଁ ଦୋଷୀ ବୋଲି ଜଣାପଡ଼ନ୍ତି ତେବେ ରେଲଓ୍ବେ ଏମିତି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଯଦି ବ୍ୟକ୍ତି ଜାଣିଶୁଣି କୋଭିଡ ପ୍ରୋଟୋକଲ ଭାଙ୍ଗନ୍ତି ତାଙ୍କ ବିରୋଧରେ ରେଲଓ୍ବେ ଆକ୍ଟ ୧୯୮୯ ଅଧିନୀରେ ପାଞ୍ଚ ବର୍ଷ ଜେଲ ଓ ଜରିମାନା କରାଯିବ। ଯଦି ଯାତ୍ରୀ ଟ୍ରେନରେ ମାସ୍କ, ସାମାଜିକ ଦୂରତ୍ବ, କରୋନା ସଂକ୍ରମଣ ଥାଇ ଯାତ୍ରା କରିବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦଣ୍ଡ ଜିଆଯିବ ଏହା ସହ ଦଣ୍ଡର ପ୍ରାବଧାନ ମଧ୍ୟ ନିଶ୍ଚିତ କରାଯାଇଛି।

ସୂଚନା​‌ଯୋଗ୍ୟ କରୋନା ସଂକ୍ରମଣ ମହାମାରୀକୁ ଧ୍ୟାନରେ ରଖି ରେଲଓ୍ବେ ପ୍ରଥମେ କେବଳ ରିଜର୍ଭ ଟ୍ରେନ ଚଳାଉଛି। ଏହା ସହ ଟ୍ରେନରେ ପୂରାପୂରି ହେଲଥ ପ୍ରୋଟୋକଲ ପାଳନ କରାଯିବ। ତେବେ ଯେଉଁ ଯାତ୍ରୀଙ୍କ ପାଖରେ କନଫର୍ମ ଟିକେଟ୍ ରହିଛି ସେମାନଙ୍କୁ ଷ୍ଟେସନରେ ଆସିବାକୁ ଅନୁମତି ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.