ପିଓକେରେ ପଶି ଆତଙ୍କୀ ଶିବିରକୁ ଧ୍ୱଂସ କରିବୁ- ପାକିସ୍ତାନକୁ କାଶ୍ମୀର ରାଜ୍ୟପାଳଙ୍କ କଡ଼ା ଚେତାବନୀ
21/10/2019 at 9:17 PM

ଶ୍ରୀନଗର ୨୧।୧୦ – ପାକିସ୍ତାନକୁ କାଶ୍ମୀର ରାଜ୍ୟପାଳଙ୍କ କଡ଼ା ଚେତାବନୀ । ପିଓକେରେ ପଶି ଆତଙ୍କୀ ଶିବିରକୁ ଧ୍ୱଂସ କରିବୁ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହେ।ଇଛି । ପାକିସ୍ତାନ ଗୁଳିର ଜବାବ ଭାରତ ତେ।ପରେ ଦେଇଛି । ଭାରତୀୟ ସେନା ପକ୍ଷରୁ କରାଯାଇଥିବା ତୃତୀୟ ଷ୍ଟ୍ରାଇକ୍ କୁ ସ୍ୱାଗତ କରିଛନ୍ତି ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଆତଙ୍କବାଦୀ ଶିବିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାକୁ ସେ ଚେତାବନୀ ଦେଇଛନ୍ତି । ଯଦି ଆତଙ୍କବାଦୀ ନ ସୁଧୁରନ୍ତି ତାହା ହେଲେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶିବାକୁ ପଛାଇବାକୁ ନାହିଁ ବେ।ଲି ରାଜ୍ୟପାଳ କହିଛନ୍ତି ।
ରବିବାର ଆତଙ୍କବାଦୀମାନେ କୁପୱାଡ଼ା ଜିଲ୍ଲା ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ । ଭାରତୀୟ ସେନା କିଛି ସମୟରେ ଏହାର କଡ଼ା ଜବାବ ଦେଇଥିଲା । ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ଭଳି କରିଥିଲା ତେ।ପେ ଷ୍ଟ୍ରାଇକ୍ । ପିଓକେକୁ ଲକ୍ଷ୍ୟ କରି ବେ।ମା ବର୍ଷଣ କରାଯାଇଥିଲା । ଭାରତର କାର୍ଯ୍ୟାନୁଷ୍ଠାନରେ ଲସ୍କର-ଇ-ତେ।ଏବାର ତିନେ।ଟି କ୍ୟାମ୍ପ ଧ୍ଵଂସ ହେବା ସହିତ ୧୦ରୁ ଅଧିକ ପାକ୍ ସୈନ୍ୟ ନିହତ ହେ।ଇଥିଲେ ।