ଅଭିନନ୍ଦନଙ୍କୁ ନ ଛାଡିଥିଲେ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଥାନ୍ତା ପାକିସ୍ତାନ ଫରୱାର୍ଡ ବେସ୍‌: ବି.ଏସ୍.ଧନୱା

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦: ପାକିସ୍ତାନ ଆସେମ୍ବ୍ଲିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ନେଇ ହୋଇଥିବା ଚର୍ଚ୍ଚାରେ ଘଟଣା ଦିନର ବାସ୍ତବତା ଜଣାପଡିଯାଇଛି। ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ୪୮ ଘଣ୍ଟା ମଧ୍ୟରେ ୱିଙ୍ଗ କମାଣ୍ଡରଙ୍କୁ ଫେରାଇ ଦେଇଥିଲା। ତେବେ ପ୍ରସଙ୍ଗରେ ପାକିସ୍ତାନୀ ସାଂସଦଙ୍କ ବୟାନ ମିଥ୍ୟା ନୁହେଁ ବୋଲି କହିଛନ୍ତି ତତ୍କାଳୀନ ବାୟୁସେନା ମୁଖ୍ୟ ତଥା ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ବି.ଏସ୍.ଧନୱା।

{"id":352969,"width":580,"height":600,"sizeSlug":"large"}

ପାକିସ୍ତାନୀ ସେନା ଇଣ୍ଟେଲିଜେନ୍ସି ଇନ-ପୁଟ୍ ଅନୁସାରେ ସେତେବେଳେ ଭାରତୀୟ ବାୟୁସେନା ମଧ୍ୟ ସେହି ପରିସ୍ଥିତିରେ ଥିଲା ବୋଲି କହିଛନ୍ତି ଧନୱା। କାରଣ ୧୯୯୯ ମସିହାରେ ପାକିସ୍ତାନ ଶେଷ ମୁହୁର୍ତ୍ତରେ ଧୋକା ଦେଇଥିଲା। ଏଥିର ଯେପରି ସେମିତି କିଛି ନ ହୁଏ ସେଥିଲାଗି ବାୟୁସେନା ପୂର୍ଣ୍ଣ ପ୍ରସ୍ତୁତିରେ ଥିଲା। ପାକିସ୍ତାନ ନିଷ୍ପତ୍ତି ନେବାରେ ସାମାନ୍ୟ ବିଳମ୍ବ ଅଥବା ଟାଳଟୁଳ ନୀତି ଅବଲମ୍ବନ କରିଥିଲେ ସମ୍ପୂର୍ଣ୍ଣ ଫରୱାର୍ଡ ବେଶ୍‌କୁ ଭାରତୀୟ ବାୟୁସେନା ଧ୍ୱସ୍ତବିଧ୍ୱଂସ୍ତ କରିଦେଇଥାନ୍ତା ବୋଲି ଧନୱା କହିଛନ୍ତି।

{"id":352970,"width":576,"height":605,"sizeSlug":"large"}

୧୪ ଫେବୃଆରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ବାଲାକୋଟ୍‌ ମିସନକୁ ସଫଳ କରିଥିଲା। ଘଟଣା ବେଳେ ପାକିସ୍ତାନ ଭାରତୀୟ ବାୟୁସେନାକୁ ଅଟକାଇ ପାରିନଥିଲା। ହେଲେ ଘଟଣାକୁ ନେଇ ଦେଶରେ ଚାପ ବଢିବାରୁ ପାକିସ୍ତାନ ଭାରତ ପଟକୁ ଯୁଦ୍ଧବିମାନ ପ୍ରେରଣ କରିଥିଲା। ସେଗୁଡିକୁ ଘଉଡାଇବା ଲାଗି ଯାଇଥିବା ଭାରତୀୟ ବାୟୁସେନା  ଯୁଦ୍ଧବିମାନ ପିଓକେରେ ଖସିପଡିଥିଲା ଓ ପୋଲିସ ପାଇଲଟଙ୍କୁ ଗିରଫ କରିଥିଲା।

{"id":352971,"sizeSlug":"large"}

ସୂଚନା ମିଳିବା ମାତ୍ରା ଭାରତ ଏ ନେଇ ପାକିସ୍ତାନକୁ ଜେନେଭା କନଭେନସନ୍ ପାଳନ ଲାଗି ଜଣାଇ ଦେବା ସହ ପାଇଲଟଙ୍କୁ ଫେରାଇ ଦେବାକୁ କୁହାଯାଇଥିଲା। କିନ୍ତୁ ପାକିସ୍ତାନର ନୀତିକୁ ନଜରରେ ରଖି ଏପଟେ ଭାରତ ସମ୍ପୂର୍ଣ୍ଣ ଯୁଦ୍ଧପ୍ରସ୍ତୁତି କରିସାରିଥିଲା ବୋଲି କହିଛନ୍ତି ଧନୱା। ଏଣୁ ପାକିସ୍ତାନ ଚାପରେ ପଡିଯାଇଥିଲା। ପାକିସ୍ତାନ ସେନାମୁଖ୍ୟ ମାମଲାରେ ତୁରନ୍ତ ନିଷ୍ପତ୍ତି ନେବାକୁ ସରକାରଙ୍କୁ କହିଥିଲେ। ଏଥିଲାଗି ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ବାଜୱା ସମ୍ବୋଧିତ କରିବା ବେଳେ ବରଡାପତ୍ର ଭଳି ଥରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.