ପ୍ରତି ୫ ବର୍ଷରେ ରିନ୍ୟୁ ନକଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଦେବାକୁ ପଡିବ ଆଉ ଥରେ ଟେଷ୍ଟ

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ ୬/୯:ମୋଟର ହ୍ବିଲର ଆକ୍ଟ(ସଂଶୋଧନ)-୨୦୧୯ ଅନୁଯାୟୀ ନିୟମ ଉଲ୍ଲଂଘନ କଲେ  ଏଣିକି ଅଧିକ ପରିମାଣରେ ଜରିମାନା ଭରିବା ସାଙ୍ଗକୁ ଲାଇସେନ୍ସକୁ ନେଇ ବି ଅନେକ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାର ନୂଆ ଆଇନରେ ଯେଉଁଠି ଲାଇସେନ୍ସ ରିନ୍ୟୁ କରାଇବାରେ ମାସେ ପରିବର୍ତ୍ତେ ବର୍ଷେ ପର୍ଯ୍ୟନ୍ତ  କୋହଳ କରିଦିଆଯାଇଛି । ଏଥିସହିତ ହିଁ ଯଦି ଆପଣ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ   ରିନ୍ୟୁ କରାଇବାରେ ବର୍ଷେଠୁ ଅଧିକ ବିଳମ୍ବ କରନ୍ତି ତେବେ ଆପଣଙ୍କୁ କାର, ବାଇକ୍ ଚଳାଇବାର ଟେଷ୍ଟ ପୁଣିଥର ଦେବାକୁ ପଡିବ ।

{"id":153836}

ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରତି ୫ବର୍ଷରେ ଲାଇସେନ୍ସ ରିନ୍ୟୁ  କରାଇବାର ନିୟମ ରହିଥିଲା । ଏଥିସହିତ ହିଁ ବାର୍ଷିକ ଏକ ହଜାର ଟଙ୍କାର ଜରିମାନା ବାବଦକୁ ପରିଶୋଧ କରି ଆପଣ ଲାଇସେନ୍ସ ରିନ୍ୟୁ କରିବାର ଆଶ୍ବସ୍ତି  ଦିଆଯାଇଥିଲା । ତେବେ ନୂଆ ନିୟମ ଅନୁସାରେ ଲାଇସେନ୍ସ ବନାଇବାରେ ପୂର୍ବରୁ ୫୦ ବର୍ଷ ପର୍ଯ୍ୟନ୍ତ  ଏବଂ ପରବର୍ତ୍ତୀ ସମୟରେ  ତାକୁ  ପ୍ରତି ପାଂଚ ବର୍ଷରେ ରିନ୍ୟୁର ଦୁଇଟି ଶ୍ରେଣୀକୁ ପରିବର୍ତ୍ତନ କରି ୪ଟି ଶ୍ରେଣୀ ବନାଇଦିଆଯାଇଛି ।  ଏହାପରେ ପ୍ରାଇଭେଟ୍ ଲାଇସେନ୍ସ ଧାରକଙ୍କ ପାଇଁ ଏକ ବଡ ପରିବର୍ତ୍ତନ କରାଗଲା କି ୫୦ ବର୍ଷ ବୟସ ହେବା ଦ୍ବାରା ପ୍ରତି ୫ ବର୍ଷରେ ରିନ୍ୟୁ  କରିବା ସମୟରେ ଯେଉଁ ଫିଟନେସ  ସାର୍ଟିଫିକେଟ ଦେବାକୁ ପଡୁଥିଲା , ଏବେ ତାକୁ ଆଉ ଦେବାକୁ ପଡିବନାହିଁ ।  କମର୍ସିଆଲ ଗାଡି ଚାଳକକୁ ଏବେ ପ୍ରତି  ୩ ବର୍ଷରେ ନିଜ ଲାଇସେନ୍ସ ରିନ୍ୟୁ କରିବାକୁ ଆଉ ଦରକାର ପଡିବ ନାହିଁ ।

{"id":153835}

ପୁଲିସ୍ କର୍ମୀ ନିୟମ ଉଲ୍ଲଂଘନ କଲେ ଲାଗିବ ଦୁଇଗୁଣା ଜରିମାନା

ସେହିଭଳି ନୂଆ ଟ୍ରାଫିକ୍ ନିୟମ ଅନୁସାରେ, ଏଣିକି ଟ୍ରାଫିକ୍ ଉଲ୍ଲଂଘନକାରୀ ପୁଲିସ୍ ଅଧିକାରୀଙ୍କୁ ବି ନିସ୍ତାର ମିଳିବନି ।  ଯଦି କୌଣସି ପୁଲିସ୍ ଅଧିକାରୀ ନିର୍ଧାରିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ବେଳେ ଧରାପଡନ୍ତି ତେବେ ଉକ୍ତ ପୁଲିସ ଅଧିକାରୀଙ୍କ ଉପରେ ଦୁଇଗୁଣା ଫାଇନ ଲାଗିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.