ବିଶେଷଜ୍ଞଙ୍କ ମତ: ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୦ କୋଟି ଲୋକ ମରିବେ, ଆରମ୍ଭ ହୋଇପାରେ ହିମଯୁଗ
3/10/2019 at 6:08 PM

ନୂଆଦିଲ୍ଲୀ୩|୧୦: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଆହୁରି ବଢ଼ି ଯାଇଛି। ଦୀର୍ଘଦିନରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଶତ୍ରୁତାକୁ ଧାରା ୩୭୦ ଉଚ୍ଛେଦ ଆହୁରି ତୀବ୍ର କରିଛି। ପାକିସ୍ତାନ ଓ ଭାରତ ମଧ୍ୟରେ ପରମାଣୁ ଯୁଦ୍ଧକୁ ନେଇ ବହୁ ସମୟରେ ବିଭିନ୍ନ ପ୍ରକାର ମତ ସାମ୍ନାକୁ ଆସିଛି। ପାକିସ୍ତାନ ବିଭିନ୍ନ ସମୟରେ ବୁଲେଇ ବଙ୍କେଇ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଥାଏ।
ପାକିସ୍ତାନର ପରମାଣୁ ଧମକରେ ଭାରତ ଭୟଭୀତ ହୋଇ ନାହିଁ। ଠିକ୍ ସମୟ ଆସିଲେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଭାରତ କହିଛି। କିନ୍ତୁ ଗୋଟେ ପ୍ରଶ୍ନ ଆସେ ପରମାଣୁ ଯୁଦ୍ଧ ହେଲେ ଭାରତ ଓ ପାକିସ୍ତାନ ଦୁଇ ଦେଶର କେତେ ଲୋକ ମରିବେ? ସମୁଦାୟ ବିଶ୍ବ ପରମାଣୁର କ’ଣ ପ୍ରଭାବ ରହିବ? ଏହି ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ପ୍ରାୟ ୧୦ କୋଟି ଲୋକଙ୍କ ମୃତ୍ୟୁ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସାଇନ୍ସ ଆଡାଭାନ୍ସରେ ପ୍ରକାଶିତ ଏବଂ ରଟଗର୍ସ ବିଶ୍ବବିଦ୍ୟାଳୟର ପ୍ରଫେସର ଏଲନ ରୋବାଁକ୍ ଓ ଅନ୍ୟ ବୈଜ୍ଞାନିକଙ୍କ ମତ ଅନୁସାରେ ପରମାଣୁ ବୋମା ଭୀଷଣ ଶକ୍ତିଶାଳୀ। ଯୁଦ୍ଧରେ ପରମାଣୁ ବୋମା ପ୍ରୟୋଗ ହେଲେ ସୂର୍ଯ୍ୟର ପ୍ରଭାବ ମଧ୍ୟ ହ୍ରାସ ପାଇବ। ଏହି କାରଣରୁ ପ୍ରବଳ ବର୍ଷା ସହ ବିଭିନ୍ନ ପ୍ରକାର ପ୍ରାକୃତିକ ବିପଦ ମାଡ଼ି ଆସିବ। ସମ୍ଭବତଃ ହିମଯୁଗ ଆରମ୍ଭ ହୋଇପାରେ ।
ଗବେଷକଙ୍କ କହିବା ମୁତାବକ, ଭାରତ ଓ ପାକିସ୍ତାନ ପାଖରେ ୪୦୦-୫୦୦ ପରମାଣୁ ହତିଆର ରହିଛି। ଯଦି ପରମାଣୁର ଉପଯୋଗ କରାଯାଏ ତେବେ ସମଗ୍ର ବିଶ୍ବର ଉପରେ ଏହାର ପ୍ରଭାବ ପଡିବ। ଏଥିସହ ପୂରା ପରିବେଶକୁ ଦୂଷିତ କରିଦେବ।
ପରମାଣୁ ବୋମା ବିସ୍ପୋରଣରେ ୧୬ରୁ ୩୬ ମିଲିୟନ ଟନ କଳା ଧୂଆଁ ନିର୍ଗତ ହେବ। ଯାହାଫଳରେ ବାୟୁମଣ୍ଡଳ ମଧ୍ୟ ଦୂଷିତ ହୋଇଯିବ। ଏହାର ପ୍ରଭାବ ସିଧା ଲୋକଙ୍କ ଉପରେ ପଡିବ। ଏହିପରିକି ମହାସାଗର ଉପତ୍ୟାକାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ପରମାଣୁ ବୋମାର ପ୍ରଭାବ ଦୀର୍ଘ ୧୦ ବର୍ଷଧରି ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏପରିକି ଭାରତ ଓ ପାକିସ୍ତାନ କ୍ରମଶଃ ୧୦୦ କିମ୍ବା ୧୫୦ ପରମାଣୁ ହତିଆର ପ୍ରୟୋଗ କଲେ ପାଖାପାଖି ୫୦ରୁ ୧୨୫ ମିଲିୟନ ଲୋକଙ୍କ ଜୀବନ ଯାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।