କିମ ଜୋଙ୍ଗ୍ ଉନ ଯଦି ଗୁରୁତର, ତେବେ କିଏ ହେବେ ତାଙ୍କ ଉତ୍ତରାଧିକାରୀ ? ଏ ହେଉଛନ୍ତି ସମ୍ଭାବିତ ଚେହେରା

Published By : Prameya-News7 Bureau | April 22, 2020 IST

ସିଓଲ ୨୨।୦୪: ଉତ୍ତର କୋରିଆର ଏକ ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଦୀର୍ଘ ୪୦ ଦିନରୁ ଅଧିକ ହେବ ଅଣ୍ଡର ଗ୍ରାଉଣ୍ଡ ଥିବା କିମ୍‌ଙ୍କୁ ନେଇ ଅନେକ ପ୍ରକାରର ରିପୋର୍ଟ ପ୍ରକାଶ ପାଉଛି। ବାସ୍ତବରେ କିମ୍‌ କେଉଁ ରୋଗରେ ପୀଡିତ ଅଛନ୍ତି କେଉଁଠି ଅଛନ୍ତି ତାକୁ ନେଇ ସସପେନ୍ସ ଜାରି ରହିଛି। ଆଠ ବର୍ଷ ଧରି ଉତ୍ତର କୋରିଆର ଶାସକ ରହିବା ପରେ ପ୍ରଥମ ଥର କିମ୍‌ଙ୍କୁ ନେଇ ଏମିତି ସ୍ଥିତି ଉପୁଜିଛି। ଉଲ୍ଲେଖନୀୟ କିମ୍‌ଙ୍କ ପରିବାର ସାତ ଦଶନ୍ଧି ହେବ ଉତ୍ତର କୋରିଆରେ ରାଜ୍ କରି ଆସୁଛନ୍ତି। ୩୬ ବର୍ଷୀୟ କିମ୍‌ଙ୍କ ଗୁରୁତର ରୋଗରେ ପୀଡିତ ହେବା ପରେ ତାଙ୍କର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂପ୍ରତି କିମ୍‌ଙ୍କ ପିଲା ଛୋଟ ଅଛି ଏବଂ ପରିବାରରେ ଏମିତି ଅନେକ ଚେହେରା ଅଛନ୍ତି ଯିଏ ଉତ୍ତର କୋରିଆର ଶାସନଭାର ସମ୍ଭାଳି ପାରନ୍ତି। ଦେଖନ୍ତୁ କିଛି ସମ୍ଭାବିତ ଚେହେରା…

କିମ ୟଙ୍ଗ ଜୋଙ୍ଗ, ଭଉଣୀ

ଉତ୍ତର କୋରିଆ ରାଜ ପରିବାରର ସଦସ୍ୟ କିମ ୟଙ୍ଗ ଜୋଙ୍ଗ ସଂପ୍ରତି କିମ ଜୋଙ୍ଗ ଉନଙ୍କ ବ୍ୟକ୍ତିଗତ ସହାୟକ ଅଛନ୍ତି। ନିକଟ ମାସରେ ତାଙ୍କୁ କୋରିଆର ଶାସକ ପାର୍ଟିର ପଲଟିବ୍ୟୁରୋ ସଦସ୍ୟ ଭାବେ ପୁନଃସ୍ଥାପିତ କରାଯାଇଛି। ସେ କିମ୍ ପରିବାରର ଏକ ମାତ୍ର ବ୍ୟକ୍ତି ଯିଏ କିମ ଜୋଙ୍ଗ ଉନଙ୍କ ପରେ ଶାସନ ପ୍ରଣାଳୀର ଶକ୍ତିଶାଳି ଚେହେରା।

{"id":258300,"sizeSlug":"large"}

ସେ ଉତ୍ତର କୋରିଆର ଶାସକ ପରିବାର ପକ୍ଷରୁ ପ୍ରଥମ ସଦସ୍ୟ ଯିଏ ଦକ୍ଷିଣ କୋରିଆର ରାଜଧାନୀ ସିଓଲ ପରିଦର୍ଶନରେ ଯାଇଥିଲେ। ଏହା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କିମ୍ ଉନଙ୍କ ସାକ୍ଷାତ ବେଳେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ଜଣେ ସହାୟକ ନେତୃତ୍ଵକାରୀ ରୂପେ ନିଜକୁ ଉପସ୍ଥାପିତ କରିଛନ୍ତି। ତେଣୁ କିମ ଜୋଙ୍ଗ ଉନଙ୍କ ପରେ ଯଦି କୁହାଯାଏ ତେବେ ନିସନ୍ଦେହଃ କିମ ୟୋ ଜୋଙ୍ଗ  ଉତ୍ତରାଧିକାରୀ ହେବାକୁ ଯୋଗ୍ୟ।

କିମ ଜୋଙ୍ଗ ଉନଙ୍କ ପୁତ୍ର

କିମ୍ ଜୋଙ୍ଗ ଉନଙ୍କ ପୂର୍ବରୁ ଉତ୍ତର କୋରିଆର ଶାସକ ଥିଲେ ତାଙ୍କ ପିତା କିମ ଜୋଙ୍ଗ ଇଲ । ତା ପୂର୍ବରୁ ଥିଲେ ତାଙ୍କ ଦାଦା କିମ ଇଲ ସଙ୍ଗ। ଦକ୍ଷିଣ କୋରିଆର ଗୁଇନ୍ଦା ବିଭାଗ ଅନୁଯାୟୀ  କିମ  ଜୋଙ୍ଗ ଉନ ୨୦୦୯ରେ ରି ସଉଲ ଜୁଙ୍କୁ ବିବାହ କରିଥିଲେ, ଯିଏ ଜଣେ ପୂର୍ବତନ ଗାୟିକା। ତାଙ୍କର ତିନୋଟି ଶିଶୁ ଅଛନ୍ତି।

ଅସୁବିଧା ଏହା ଯେ, ଶିଶୁମାନେ ଏବେ ଛୋଟ ଅଛନ୍ତି। ସେମାନେ ସରକାରୀ ଭାବେ କାର୍ଯ୍ୟ ସମ୍ଭାଳିବାକୁ ମଧ୍ୟ ସକ୍ଷମ ହୋଇ ନାହାନ୍ତି। କିମ ଜୋଙ୍ଗ ଉନଙ୍କ ପୁତ୍ରଙ୍କ ଜନ୍ମ ୨୦୧୦ରେ ହୋଇଥିବା ଦକ୍ଷିଣ କୋରିଆର ଡଙ୍ଗ ଏ ଏଲବୋ ଖବର କାଗଜରୁ ପ୍ରକାଶ।

କିମ ହନ ସୋଲ, ପୁତୁରା

କିମ ହନ ସଲଙ୍କ ଜନ୍ମ ୧୯୯୫ରେ ହୋଇଛି। ତାଙ୍କ ପିତାଙ୍କ ନାମ କିମ ଜୋଙ୍ଗ ନାମ, ଯିଏ କିମ  ଜୋଙ୍ଗ ଇଲଙ୍କ ସହିତ ହୋଇପାରେ ଚୀନର ଜୁଏରେ ନିର୍ବାସନରେ ଚାଲି ଯାଇ ଯାଇ ପାରନ୍ତି। କିମ ଜୋଙ୍ଗ ନାମ ହେଉଛନ୍ତି କିମ ଜୋଙ୍ଗ ଉନଙ୍କ ବଡ ଭାଇ ଏବଂ ସବୁଠୁ ବଡ ପ୍ରତିଦ୍ଵନ୍ଦୀ। କ୍ରମାଗତ ସେ ନିଜର ଛୋଟ ଭାଇ କିମଙ୍କ ଶାସନ ଶୈଳୀକୁ ସମାଲୋଚନା କରି ଆସିଛନ୍ତି।

କିମ ହାନ ସୋଲଙ୍କ ୨୦୧୭ରେ ପ୍ୟୋଙ୍ଗୟୋଙ୍ଗ ଫେରିବାର କୌଣସି ଆଶା ନଥିଲା। ଯେବେ ତାଙ୍କ ପିତାଙ୍କ ହତ୍ୟା କୁଆଲାଲମ୍ପୁର ବିମାନ ବନ୍ଦରରେ ଦୁଇ ଜଣ ମହିଲାଙ୍କ ଦ୍ଵାରା କରାଯାଇଥିଲା। ଚୀନୀ ପୋଲିସ ପରେ କିମ ହାନ ସୋଲଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚାଯାଇଥିବା ସନ୍ଦେହରେ ଅନେକ ଉତ୍ତର କୋରିଆ ଲୋକଙ୍କୁ ବେଜିଂ ପଠାଇ ଦିଆଯାଇଥିଲା। ଏହି ରିପୋର୍ଟ ଦକ୍ଷିଣ କୋରିଆର ଜ୍ୟୋଙ୍ଗ ୟୋଙ୍ଗ ଏଲବୋ ଖବର କାଗଜର ରିପୋର୍ଟରୁ ପ୍ରକାଶ। ମାତ୍ର ଏହି ସବୁ ଲୋକଙ୍କୁ କେଉଁଠି ରଖାଯାଇଛି ତା ବିଷୟରେ କୌଣସି ସୂଚନା ନାହିଁ।

କିମ ଜୋଙ୍ଗ ଚୋଲ, ଭାଇ

କିମ ଜୋଙ୍ଗ ଚଲ କିମ ଜୋଙ୍ଗ ଉନଙ୍କ ଏକ ମାତ୍ର ଜୀବିତ ଭାଇ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉନଙ୍କ ସହିତ ରହିଛନ୍ତି। ମାତ୍ର ରାଜନୀତି ଅପେକ୍ଷା କିମ ଜୋଙ୍ଗ ଚୋଲଙ୍କ ଗିଟାର ପ୍ରତି ଅଧିକ ରୁଚି ରହିଛି। ଲଣ୍ଡନରେ ଉତ୍ତର କୋରିଆର ଦୂତାବାସରେ କିମଙ୍କ ଏହି ବଡ ଭାଇ କହିଛନ୍ତି ଯେ, ସେ କୌଣସି ପ୍ରକାରର ମାଲିକ ନୁହନ୍ତି ସେ କେବଳ ଜଣେ ପ୍ରତିଭାଶାଳୀ ଗିଟାରବାଦକ।

ସେ ସଂପ୍ରତି ସିଙ୍ଗାପୁରରେ ଏରିକ ଫ୍ଲେପଟନ କନସର୍ଟର ମଜା ଉଠାଉଛନ୍ତି। ତାଙ୍କ ବିଷୟରେ ଲୋକ ବହୁତ କମ ଜାଣିଥିବେ। ସେ ସ୍ଵିଜରଲାଣ୍ଡରେ ପଢିଥିଲେ ଏବଂ ନିଜ ଭାଇ ପରି ଆମେରିକାରେ ପେଶାଦାର ବାସ୍କେଟ ବଲର ପ୍ରଶଂସକ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.