କ୍ରିକେଟ୍‌ର ହୋଇନଥିଲେ ISISର ଆତଙ୍କୀ ହୋଇଯାଇଥାନ୍ତେ ମୋଇନ ଅଲ୍ଲୀ, ଟିପ୍ପଣୀକୁ ନେଇ ବିବାଦ ଘେରରେ ତସଲିମା ନସରିନ

Published By : Prameya-News7 Bureau | April 06, 2021 IST

ନୂଆଦିଲ୍ଲୀ ୦୬।୦୪: ଇଂଲଣ୍ଡର କ୍ରିକେଟ୍‌ର ମୋଇନ ଅଲ୍ଲୀଙ୍କ ଏକ ଭିଡିଓକୁ ନେଇ ଲେଖିକା ତସଲିମା ନସରିନ ବିବାଦୀୟ ଟିପ୍ପଣୀ କରିଛନ୍ତି। ତାଙ୍କର ଏହି ଟିପ୍ପଣୀକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି। ନସରିନ କହିଛନ୍ତି, ମୋଇନ ଅଲ୍ଲୀ ଖେଳାଳି  ହୋଇନଥିଲେ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟ୍(ଆଇଏସ୍‌ଆଇଏସ୍)ର ସଦସ୍ୟ ହୋଇଯାଇଥାନ୍ତେ। ତାଙ୍କର ଏହି ଟ୍ଵିଟ୍‌ ଘୃଣା ଉଦ୍ଵେଷକାରୀ ବୋଲି ଲୋକେ କହିଛନ୍ତି। ଏପରିକି ଇଂଲଣ୍ଡ ଦଳ ମୋଇନ ଅଲ୍ଲୀଙ୍କ ସପକ୍ଷରେ ତସଲିମାଙ୍କୁ ଏହି ଟ୍ଵିଟ୍ ପାଇଁ ଭର୍ତ୍ସନା କରିଛନ୍ତି। ଆଇପିଏଲ ୧୪ ଖେଳିବାକୁ ଯାଉଥିବା ମୋଇନଙ୍କ ପ୍ରତି ଏମିତି ବିବାଦୀୟ ଟିପ୍ପଣୀ କରି ତସଲିମା ନସରିନ ସମାଲୋଚନାର ଶରବ୍ୟ ହୋଇଛନ୍ତି।

wp:html /wp:html

ମାମଲା ବଢୁଥିବା ଦେଖି ନସରିନ ସଫେଇ ଦେଇ ଆଉ ଏକ ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଘୃଣିତ ଲୋକେ ବେଶ୍ ଭଲ ଭାବେ ଜାଣିଛନ୍ତି ଯେ, ମୋଇନ ଅଲ୍ଲୀଙ୍କ ପ୍ରତି ମୋର ଏହି ଟ୍ଵିଟ୍ ଏଜ ବ୍ୟଙ୍ଗ ଥିଲା। ମାତ୍ର ମୋତେ ନିଚ୍ଚ ଦେଖାଇବା ପାଇଁ ଏହାକୁ ଏକ ପ୍ରସଙ୍ଗ କରି ଦିଆଗଲା, କାରଣ ମୁଁ ମୁସଲିମଙ୍କୁ ଧର୍ମନିରପେକ୍ଷ କରିବାକୁ ଚେଷ୍ଟା କରୁଛି ଏବଂ କଟ୍ଟରପନ୍ଥୀଙ୍କୁ ବିରୋଧ କରୁଛି। ମାନବ ସଭ୍ୟତାର ସବୁଠୁ ବଡ ମୁସ୍କିଲ ଏହା ଯେ, ମହିଳାଙ୍କ ସମର୍ଥକ କୁହାଯାଉଥିବା ବାମପନ୍ଥୀ ମଧ୍ୟ ମହିଳା ବିରୋଧୀ ଇସଲାମିକ ଲୋକଙ୍କୁ ସମର୍ଥନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ମୋଇନ ଅଲ୍ଲୀ ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ତାଙ୍କ ଟି ସାର୍ଟରୁ ମଦର ବିଜ୍ଞାପନ  ଲୋଗୋକୁ ହଟାଇବାକୁ ଅପିଲ୍ କରିଥିଲେ।

wp:html c /wp:html

ମୋଇନଙ୍କ ମତରେ ଏହି ଲୋଗୋ ତାଙ୍କ ଆସ୍ଥା ବିରୋଧରେ।  ତାଙ୍କର ଏହି ଅପିଲ୍‌ ପରେ ଫ୍ରାଞ୍ଚାଇଜି ମଧ୍ୟ ତାଙ୍କ ଟି ସାର୍ଟରୁ ଲୋଗୋକୁ ହଟାଇ ଦେଇଛି। ଉଲ୍ଲେଖନୀୟ ମୋଇନ ଅଲ୍ଲୀ ଦୁନିଆରେ କୌଣସି ବି ଦେଶରେ କ୍ରିକେଟ୍ ଖେଳିବା ସମୟରେ ମଦର କୌଣସି ବ୍ରାଣ୍ଡକୁ ପ୍ରମୋସନ କରନ୍ତି ନାହିଁ। ଆଇପିଏଲରେ ମଧ୍ୟ ବିନା ଲୋଗୋରେ ସେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.