Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଆବଶ୍ୟକ ସ୍ଥଳେ ଡିଏଫଓ ଓ ଓଆଇସିଙ୍କୁ ହେବ ପଚରାଉଚରା- ଗଜପତି ଏସପି

21/07/2021 at 3:59 PM

ଗଜପତି ୨୧।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ସଠିକ୍ ଦିଗରେ ଚାଲିଛି ବୋଲି ଗଜପତି ଏସପି ତପନ ପଟ୍ଟନାୟକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡିଏଫଓଙ୍କ ବିରୋଧରେ ଅଭିଯୋଗ ରହିଛି । ଆବଶ୍ୟକ ସ୍ଥଳେ ଡିଏଫଓଙ୍କୁ ପଚରାଉଚରା କରାଯିବ । ବାରିପଦାରୁ ଟିମ୍ ଫେରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ । ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ ।

ସେପଟେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ଆମ୍ବୁଲାନ୍ସକୁ ଅଟକାଇଥିଲେ ସେନେଇ ଜେରା କରିବ ପୋଲିସ ।

ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତର ସବୁ ଦିଗକୁ ତର୍ଜମା କରିଥିବା ବେଳେ ବୁଧବାର ସକାଳୁ ଏହି ଟିମ୍ ଗଜପତି ଏସପିଙ୍କ ସହ ସାକ୍ଷାତ କରିଥିଲା । ଘଟଣା ଦିନଠାରୁ ଆଜି ପର୍ଯ୍ୟନ୍ତ ପୋଲିସ ତଦନ୍ତରେ କେଉଁ କେଉଁ ଦିଗକୁ ଅନୁଧ୍ୟାନ କରିଛି, ବର୍ତ୍ତମାନ ସୁଦ୍ଧା କ’ଣ କ’ଣ ତଥ୍ୟ ସଂଗ୍ରହ କରିଛି ଆଗାମୀ ତଦନ୍ତର ବିଭିନ୍ନ ଦିଗକୁ  ନେଇ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସହ ଆଲୋଚନା କରିଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ବର୍ତ୍ତମାନ ସୁଦ୍ଧା ବିଦ୍ୟାଭାରତୀଙ୍କୁ ଜେରା ପରେ କ’ଣ ତଥ୍ୟ ନେଇ ଫେରୁଛନ୍ତି ତାର ଅପେକ୍ଷାରେ ରହିଛି ।

ତେବେ ବୁଧବାର ତଦନ୍ତ ଅଧିକାରୀ ପହଞ୍ଚିବା ପରେ ଏହି ମାମଲାର ତଦନ୍ତ ଆଗକୁ ବଢିବ ବୋଲି କ୍ରାଇମବ୍ରାଞ୍ଚ ଡ଼ିଏସପି ବିଜୟ କୁମାର ମଲ୍ଲିକ କହିଛନ୍ତି । ଅପରପକ୍ଷରେ ଗଜପତି ଏସପିଙ୍କ କହିବା ଅନୁସାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତରେ ସହାୟତା ପାଇଁ ଆସିଛନ୍ତି । ସବୁ ଦିଗକୁ ନେଇ ପୋଲିସ ତାର କାର୍ଯ୍ୟ କରୁଛି ।

   Related Posts