ରାନୁଙ୍କ ଝିଅ କଲେ ଅଭିଯୋଗ: ମାଆଙ୍କ ସହ ଦେଖା କଲେ ତାଙ୍କ ଗୋଡ଼ ବାଡ଼େଇ ଭାଙ୍ଗି ଦେବେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Published By : Prameya-News7 Bureau | September 22, 2019 IST

ମୁମ୍ବାଇ୨୨|୯: ସୋସିଆଲ ମିଡିଆର ଷ୍ଟାର ରାନୁ ମଣ୍ଡଳଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ହିମେଶ ରଶମିୟାଙ୍କ ଫିଲ୍ମରେ ରାନୁ ୩ଟି ଗୀତ ଗାଇ ସାରିଲେଣି। ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କ ଝିଅ ଏଲିଜାବେଥ ସାଥୀ ରାୟ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହୁଛନ୍ତି। ରାନୁଙ୍କ ଝିଅ ଏବେ ବି କହୁଛନ୍ତି , ତାଙ୍କ ମାଆଙ୍କ ମୁଣ୍ଡ କାମ କରୁ ନାହିଁ।

ସୂଚନାଯୋଗ୍ୟ ଯେ, ରାନୁଙ୍କ ଗୀତ ଗାଉଥିବା ଭିଡିଓ ରେକର୍ଡିଂ କରିଥିବା ଅତିନ୍ଦ୍ର ଚକ୍ରବର୍ତ୍ତୀ ଓ ତପନ ଦାସଙ୍କ ବିରୋଧରେ ଏଲିଜାବେଥ ସଂଗୀନ ଅଭିଯୋଗ ଆଣିଛନ୍ତି। ଏଲିଜାବେଥ କହିଛନ୍ତି ଯେ, ଅତିନ୍ଦ୍ର ଓ ତପନ ତାଙ୍କ ମାଆଙ୍କ ଲାଗି ଲୋକଦେଖାଣିଆ କାମ କରୁଛନ୍ତି। ରାନୁଙ୍କ ନିଜ ପୁଅଭଳି ସେମାନେ ଦାବି କରୁଥିବା କଥା ଏଲିଜାବେଥ ଏକ ସାକ୍ଷାତକାରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏଲିଜାବେଥଙ୍କୁ ତାଙ୍କ ମାଆ ରାନୁ ମଣ୍ଡଳଙ୍କୁ ଭେଟ କରିବା ଲାଗି ତାଙ୍କୁ ଅନୁମତି ମିଳି ନଥିଲା। ରାନୁଙ୍କ ସହ ଦେଖା କଲେ ଏଲିଜାବେଥଙ୍କ  ଗୋଡ଼ ବାଡ଼େଇ ଭାଙ୍ଗି ଦେବେ ବୋଲି ଅତିନ୍ଦ୍ର ଓ ତପନ ଏବଂ କ୍ଲବର ଅନ୍ୟ ସଦସ୍ୟ ତାଙ୍କୁ ଧମକ ଦେଇଥିବା କଥା  ସେ ଅଭିଯୋଗ କରିଛନ୍ତି। ଏପରିକି ରାନୁଙ୍କ ସହ ଫୋନରେ କଥା ହେବାଲାଗି ଏଲିଜାବେଥଙ୍କୁ ସେମାନେ ଅନୁମତି ଦେଇନଥିବା କଥା ଅଭିଯୋଗ କରିଛନ୍ତି।

ଏଲିଜାବେଥ ସାକ୍ଷାତକାରରେ କହିଛନ୍ତି ଯେ, ତପନ ଓ ଅତିନ୍ଦ୍ର ଦୁଇଜଣ ପ୍ରସିଦ୍ଧ ହେବାଲାଗି ଚାହୁଁଛନ୍ତି। ତେଣୁ ସେମାନଙ୍କ ପରିବାର ଓ କାମଧନ୍ଦା ଛାଡ଼ି ତାଙ୍କ ମାଆଙ୍କ ସହ ମୁମ୍ବାଇ ଆସିଛନ୍ତି। ସେମାନଙ୍କ ସମସ୍ତ ଖର୍ଚ୍ଚ ଓ ଜିନିଷ କିଣିବା ଲାଗି ତାଙ୍କ ମାଆଙ୍କ ପାଖରୁ ତପନ ପଇସା ନେଉଥିବା କଥା ଏଲିଜାବେଥ ଅଭିଯୋଗ କରିଛନ୍ତି। ମାତ୍ର ୧୦ ହଜାର ଟଙ୍କାର ଜିନିଷ ତାଙ୍କ ମାଆଙ୍କ ଲାଗି କିଣିବା ପରେ ବଳକା ଟଙ୍କା ସେମାନେ ହଡ଼ପ କରିଦେଉଥିବା କଥା ଏଲିଜାବେଥ କହିଛନ୍ତି।

ବର୍ତ୍ତମାନ ତାଙ୍କ ମାଆଙ୍କ ମାନସିକ ଅବସ୍ଥା ଭଲ ନାହିଁ ଯାହାର ଫାଇଦା ସେମାନେ ଉଠାଉଛନ୍ତି। ସେମାନଙ୍କ ବିରୋଧରେ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ତାଙ୍କ ମାଆଙ୍କ ଉପରେ ପ୍ରଭାବ ପଡିପାରେ। ସେଥିଲାଗି  ଏଲିଜାବେଥ ଚୁପ୍ ରହିଥିବା କଥା କହିଛନ୍ତି। ତାଙ୍କ ମାଆଙ୍କ ସହ ଏଲିଜାବେଥ ମୁମ୍ବାଇରେ ଏକାଠି ରହିବା ଲାଗି ଚାହୁଁଛନ୍ତି। ସେଥିଲାଗି ମୁମ୍ବାଇରେ ରାନୁଙ୍କୁ ତାଙ୍କ ଝିଅ ଏଲିଜାବେଥ ଅପେକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.