ଝିଅଙ୍କ ଏହି ଅଙ୍ଗରେ ଚିହ୍ନ ଥିଲେ ହୋଇଥାଆନ୍ତି ଭାଗ୍ୟଶାଳୀ : ମିଳିଲେ ଖୋଲିଯିବ ଆପଣଙ୍କ ଭାଗ୍ୟ

Published By : Prameya-News7 Bureau | April 25, 2019 IST

ସବୁ ପୁଅଙ୍କ ଇଚ୍ଛା ଥାଏ ସେମାନେ ଯେଉଁ ଝିଅଙ୍କୁ ବିବାହ କରିବେ ସେହି ଝିଅ ସର୍ବଗୁଣ ସମ୍ପନ୍ନ ହୋଇଥିବା ସହ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଖୁସିରେ ରଖିପାରୁଥିବ। ଏହିପରି ଭାଗ୍ୟଶାଳୀ ଝିଅ ପାଇବା ଆଶା ସବୁ ପୁଅଙ୍କ ମନରେ ଥାଏ କିନ୍ତୁ କେହି ଏହାକୁ ବୁଝି ପାରନ୍ତି ନାହିଁ। ଆଜି ଆମେ ଏପରି କିଛି ଚିହ୍ନ ବିଷୟରେ ଜାଣିବା ଯାହା ଭାଗ୍ୟଶାଳୀ ଝିଅଙ୍କ ଶରୀରରେ ଥାଏ। ଯେଉଁ ଝିଅଙ୍କଠାରେ ଏହି ଚିହ୍ନ ରହିଥାଏ ତାଙ୍କ ସହ ଆପଣଙ୍କ ଜୀବନ ସୁଖମୟ ହୋଇଥାଏ।

{"id":107276,"width":594,"height":338}

ଏପରି କୁହାଯାଇଥାଏ ଯେ ଯେଉଁ ଝିଅଙ୍କ ଆଖି ବଡ଼ ବଡ଼ ହୋଇଥାଏ ସେମାନଙ୍କ ସ୍ବଭାବ ଅତ୍ୟନ୍ତ ଚଞ୍ଚଳ ହୋଇଥାଏ। ସେ ନିଜ ଆଖପାଖର ପରିବେଶକୁ ଆନନ୍ଦମୟ କରିଥାଆନ୍ତି। ଏବଂ ସମସ୍ତଙ୍କ ଜୀବନରେ ଖୁସି ଭରି ଦେଇଥାଆନ୍ତି।

{"id":107277,"width":593,"height":395}

ଯେଉଁ ଝିଅଙ୍କ ଗୋଇଠି କୋମଳ ଏବଂ ଗୋଲାକାର ହୋଇଥାଏ ସେମାନେ ଜୀବନ ସାରା ସୁଖ ସୁବିଧା ଉପଭୋଗ କରିଥାଆନ୍ତି। ଏମାନଙ୍କ ଗୁଣ ପାଇଁ ମଧ୍ୟ ପରିବାର ଲୋକଙ୍କୁ ଲାଭ ହୋଇଥାଏ।

{"id":107278,"width":595,"height":457}

 ଏହା ବ୍ୟତୀତ ଯେଉଁ ମହିଳାଙ୍କ ନାଭି ବଡ଼ ଏବଂ ଗଭୀର ହୋଇଥାଏ ସେମାନେ ବହୁତ ଭଲ ହୋଇଥାଆନ୍ତି।

{"id":107280,"width":596,"height":445}

ଯେଉଁ ଝିଅଙ୍କ ଜିଭ ଲାଲ ରଙ୍ଗର ହୋଇଥାଏ ସେମାନେ ଅତ୍ୟନ୍ତ କୋମଳ ହୃଦୟର ହୋଇଥାଆନ୍ତି। ଏହି ଝିଅମାନେ ନିଜ ଜୀବନରେ ସବୁ ପ୍ରକାର ସୁଖ ପ୍ରାପ୍ତି କରିଥାଆନ୍ତି। ଏମାନଙ୍କ ଭାଗ୍ୟ କେବଳ ଏତିକିରେ ସୀମିତ ନଥାଏ। ବରଂ ତାଙ୍କ ଉତ୍ତମ ଭାଗ୍ୟ ପାଇଁ ପରିବାର ଲୋକେ ମଧ୍ୟ ଭରପୂର ସୁଖ ଲାଭ କରିଥାଆନ୍ତି।

{"id":107287,"width":595,"height":396}

ଏହା ବହୁତ କମ୍ ଲୋକ ଜାଣିଛନ୍ତି ଯେ ଯେଉଁ ଝିଅଙ୍କ ନାକରେ କଳାଜାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି। ସେ ସୁନ୍ଦର ନହୋଇଥିଲେ ବି ତାଙ୍କ ଭାଗ୍ୟ ଉଜ୍ଜ୍ବଳ ଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.