Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଗ୍ଲୋବାଲ ଟାଇମ୍ସର ଧମକ: ଭାରତୀୟ ସେନା ଏଲଏସିରେ ଭୁଲ ଦୋହରାଇଲେ ଭୋଗିବ ୧୯୬୨ର ପରିଣାମ

9/09/2020 at 6:06 PM

ନୂଆଦିଲ୍ଲୀ ୦୯।୦୯: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଚୀନ ସୋମବାର ରାତିରେ ଏଲଏସିରେ ଭାରତୀୟ ସେନା ଉପରେ ଗୁଳିଚାଳନାର ଅଭିଯୋଗ କରିଛି। ଭାରତୀୟ ସେନା ସ୍ପଷ୍ଟ କରିଛନ୍ତି ଯେ, ଭରାତୀୟ ଯବାନ କୌଣସି ପ୍ରକାରେ ଏଲଏସି ଅତିକ୍ରମ କରି ନାହାନ୍ତି ଏବଂ ଗୁଳିଚାଳନା ତ ଦୂରର କଥା ଆକ୍ରମଣାତ୍ମକ ଗତିବିଧିରେ ମଧ୍ୟ ସଂପୃକ୍ତ ନାହାନ୍ତି। ଚୀନ ସେନା ପିପୁଲ୍ସ ଲିବେରେସନ ଆର୍ମି ରାଜିନାମା ଉଲ୍ଲଂଘନ କରି ଆକ୍ରାମକ ଯୁଦ୍ଧାଭ୍ୟାସ ଜାରି ରଖିଛି। ଅନ୍ୟପଟେ ଚୀନ ଗଣମାଧ୍ୟମ ଭାରତ-ଚୀନ ମଧ୍ୟରେ ଜାରି ଉତ୍ତେଜନାକୁ ନେଇ ଲଗାତାର ଆର୍ଟିକିଲ୍ ଛାପି ମଧ୍ୟ ଜାରି ରଖିଛି। ଚୀନର ପ୍ରମୁଖ ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ସର୍ବଦା ଭାରତକୁ ଧମକ ଦେଇ ଆସୁଛି।

ଚୀନ ଖବର କାଗଜ ଗ୍ଲୋବାଲ ଟାଇମ୍ସ କହିଛି ଯେ ଭାରତ ଲଗାତାର ନିଜ ସରକାରର ପ୍ରୋପାଗାଣ୍ଡା ପ୍ରଚାର କରୁଛି। ଖବରକାଗଜ ପିଏଲଏର ଓ୍ଵେଷ୍ଟର୍ଣ୍ଣ କମାଣ୍ଡର ମୁଖପାତ୍ରଙ୍କ ସୂତ୍ରରୁ ଲେଖିଛି, ଭାରତୀୟ ସୈନିକ ସୋମବାର ପାଙ୍ଗଙ୍ଗ୍‌ ହ୍ରଦର ଦକ୍ଷିଣ କୂଳରେ ସେନପାଓ ପାହାଡି ଇଲାକାରେ ଅବୈଧ ଭାବେ ଏଲଏସି ଅତିକ୍ରମ କରି ସେଠାରେ ପାଟ୍ରୋଲିଂ କରୁଥିବା ଚୀନ ସୈନିକଙ୍କ ସାମ୍ନାରେ ଫାଙ୍କା ଗୁଳି ଚାଳନା କରିଥିଲେ। ଚୀନ ସୀମାରେ ପାଟ୍ରୋଲିଂ କରୁଥିବା ଦଳକୁ ଇଲାକାରେ ସ୍ଥିରତା ପାଇଁ ବିବଶ ହୋଇ ଜବାବସ୍ଵରୂପ ଗୁଳିଚାଳନା କରିବାକୁ ପଡିଥିଲା।

ଗ୍ଲୋବାଲ ଟାଇମ୍ସ ମଙ୍ଗଳବାର ଛାପିଥିବା ଆର୍ଟିକିଲରେ ଲେଖିଛି ଯଦି ଭାରତ ସୀମାରେ ଭୁଲ ଦୋହରାଏ ତେବେ ପୁଣି ଥରେ ୧୯୬୨ର ଇତିହାସ ଦୋହରାଯିବ। ଗ୍ଲୋବାଲ ଟାଇମ୍ସ ମିଥ୍ୟା ଦାବି କରି ଲେଖିଛି ଭାରତ ସୀମାରେ ଅସ୍ତ୍ର ଶସ୍ତ୍ର ବ୍ୟବହାର ନକରିବା ରାଜିନାମା ଉଲ୍ଲଂଘନ କରିଛି। ଗ୍ଲୋବାଲ୍‌ ଟାଇମ୍ସ ଅନୁଯାୟୀ, ଭାରତୀୟ ପ୍ରତିପକ୍ଷଙ୍କୁ ଲାଗୁଛି ଯେ, ଅସ୍ତ୍ରଶସ୍ତ୍ରର ବ୍ୟବହାର ନକରିବା କାରଣରୁ ଚୀନ ପକ୍ଷର ସ୍ଥିତି ଦୁର୍ବଳ ହୋଇଛି। ଏଥିପାଇଁ ଭାରତୀୟ ସେନା ନିଜର କ୍ଷମତାକୁ ମଜବୁତ କରିବା ପାଇଁ ଅସ୍ତ୍ର ଶସ୍ତ୍ର ବ୍ୟବହାର କରିବାକୁ ଚାହୁଁଛି।

ଚୀନ ମିଡିଆ ଆପତ୍ତି ପ୍ରକାଶ କରି କହିଛି ଜୁନ ମାସରେ ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ପରଠୁ ଭାରତ ନିଜର ସେନାକୁ ଏଲଏସିରେ ଫ୍ରି ହ୍ୟାଣ୍ଡ ବା ସଂପୂର୍ଣ୍ଣ ଅଧିକାର ଦେଇ ଦେଇଛି। ଖବର କାଗଜ ଏହା ମଧ୍ୟ ଉଲ୍ଲେଖ କରିଛି ଏହି ପଦକ୍ଷେପର ଅର୍ଥ ଭାରତ ଅସ୍ତ୍ର ଶସ୍ତ୍ର ବ୍ୟବହାର ନକରିବା ନେଇ ପ୍ରତିବଦ୍ଧ ନୁହେଁ। ଉତ୍ତେଜନାପୂର୍ଣ୍ଣ ମାହୋଲରେ ଭାରତର ଏହି ପଦକ୍ଷେପ ଦାୟିତ୍ଵହୀନ।

   Related Posts