ଟିମ୍ ଇଣ୍ଡିଆ ପାଇଁ ଆଜିର ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ : ଆଜି ଜିତିଲେ କ'ଣ ହେବ ଜାଣନ୍ତୁ

Published By : Prameya-News7 Bureau | June 22, 2019 IST

ସାଉଥମ୍ପଟନ ୨୨/୬ : ଆଜି ଟିମ୍ ଇଣ୍ଡିଆ ସାଉଥମ୍ପଟନ ଠାରେ ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପର ପଞ୍ଚମ ମ୍ୟାଚ ଖେଳିବ । ଭାରତ ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷରେ ଖେଳି ଶାନଦାର ବିଜୟ ହାସଲ କରିଛି । ତୃତୀୟ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ବର୍ଷା ଯୋଗୁଁ ଖେଳି ପାରିନଥିଲା । ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଜିତିବା ପରେ ଭାରତ ୱାର୍ଲଡକପରେ ଏକ ବିଶେଷ ସ୍ଥାନ ହାସଲ କରିବ ।

{"id":125688}

ଆଫଗାନିସ୍ତାନକୁ ପରାସ୍ତ କଲେ ଭାରତ ୱାର୍ଲଡକପରେ ନିଜ ବିଜୟର ଅର୍ଦ୍ଧଶତକ ପୁରା କରିବ । ଟିମ୍ ଇଣ୍ଡିଆ ୱାର୍ଲଡକପରେ ୧୯୭୫ ରୁ ୨୦୧୯ ମଧ୍ୟରେ ସମୁଦାୟ ୭୮ ମ୍ୟାଚ ଖେଳିଛି । ସେଥିରୁ ଅଦ୍ୟାବଧି ୪୯ ମ୍ୟାଚ୍ ଜିତିଛି । କ୍ରିକେଟ ମହାକୁମ୍ଭରେ ଭାରତର ବିଜୟ ହାର ୬୪.୨୮ ପ୍ରତିଶତ ରହିଛି ।

{"id":125689,"width":578,"height":423}

ଆଜିର ବିଜୟ ପରେ ଟିମ୍ ଇଣ୍ଡିଆ ୱାର୍ଲଡକପରେ ୫୦ ମ୍ୟାଚରେ ବିଜୟ ହାସଲ କରିବା କ୍ଷେତ୍ରରେ ବିଶ୍ୱର ତୃତୀୟ ଶ୍ରେଷ୍ଠ ଟିମ୍ ହେବ । ବିଶ୍ୱକପରେ ଅଷ୍ଟ୍ରେଲିଆ ୬୭ ଏବଂ ନ୍ୟୁଜିଲାଣ୍ଡ ୫୨ ମ୍ୟାଚ ଜିତିଛି । ସେହିଭଳି ଇଂଲଣ୍ଡ ୪୫, ୱେଷ୍ଚଇଣ୍ଡିଜ ୪୨ ଓ ପାକିସ୍ତାନ ୪୧ ମ୍ୟାଚଟି ଜିତିଛି ।

{"id":125690}

ଚଳିତ ୱାର୍ଲଡକପରେ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚ ଜିତିଛି । ବିରାଟ ଟିମ୍ ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ବିଜୟ ହାସଲ କରିଥିଲା । ଏହାପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା । ଭାରତ ତୃତୀୟ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ବର୍ଷା ଯୋଗୁଁ ଖେଳି ପାରିନଥିଲା । ଚତୁର୍ଥ ମ୍ୟାଚରେ ପାକିସ୍ତାନକୁ ହରାଇଥିଲା । ତେଣୁ ଆଫଗାନ ବିରକ୍ଷରେ ଆଜି ମ୍ୟାଚ ଜିତିବା ଭାରତ ପାଇଁ ଜରୁରୀ ହୋଇପଡିଛି । ଭାରତ ସାମ୍ନାରେ ଆଫଗାନିସ୍ତାନ ସମ୍ପୁର୍ଣ ଦୁର୍ବଳ ବୋଲି ଆଲୋଚନା ହେଉଛି ।

{"id":125691}

ବିଶ୍ୱକପରେ ଆଫଗାନିସ୍ତାନ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୪ଟୁ ମ୍ୟାଚରୁ କୌଣସି ଗୋଟିଏ ମ୍ୟାଚରେ ବିଜୟୀ ହୋଇନାହିଁ । ଅପରପକ୍ଷରେ ଭାରତ ଓ ଆଫଗାନିସ୍ତାନ ଦୁଇ ଏସୀୟ ଦେଶ ମାତ୍ର ୩ଟି ମ୍ୟାଚରେ ପରସ୍ପରର ମୁକାବିଲା କରିଛନ୍ତି । ଏହି ୩ଟି ମ୍ୟାଚ ମଧ୍ୟରୁ ୨ଟିରେ ଭାରତ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ଠାଏ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.