ଯଦି ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ବର୍ଷା ହୁଏ ତାହେଲେ କେଉଁ ଟିମ୍ ଯିବ ଫାଇନଲକୁ ଜାଣନ୍ତୁ

Published By : Prameya-News7 Bureau | July 07, 2019 IST

ଆସନ୍ତା ମଙ୍ଗଳବାର ଦିନ ମଞ୍ଚେଷ୍ଟରରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପାଗ କୋହଲା ରହିବା ସହ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ନଟିଙ୍ଘାମରେ ହେବାକୁ ଥିବା ଭାରତ ନ୍ୟୁଜିଲାଣ୍ଡ ଲିଗ୍ ମ୍ୟାଚ ମଧ୍ୟ ବର୍ଷା ପାଇଁ ଧୋଇ ହୋଇଯାଇଥିଲା । ତେବେ ଆସନ୍ତା ମଙ୍ଗଳବାର ଦିନ ମଧ୍ୟ ମଞ୍ଚେଷ୍ଟରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଯଦି ମଙ୍ଗଳବାର ଦିନ ବର୍ଷା ହୁଏ ତାହେଲେ ବୁଧବାର ଦିନ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । କିନ୍ତୁ ବୁଧବାର ଦିନ ମଧ୍ୟ ପାଗ କୋହଲା ରହିବାର ସମ୍ଭାବନା ଅଛି । ସେଥିପାଇଁ ଯଦି ଉଭୟ ମଙ୍ଗଳବାର ଏବଂ ବୁଧବାର ଦିନ ବର୍ଷା ହୁଏ ତାହେଲେ ଫାଇନାଲ ମ୍ୟାଚ ପାଇଁ ଭାରତ କ୍ୱାଲିଫାଏ କରିବ । କାରଣ ଚଳିତ ବିଶ୍ୱକପରେ ଭାରତ ଅଧିକ ପଏଣ୍ଟ ହାସଲ କରିଛି । ଭାରତ ୧୫ ପଏଣ୍ଟ ହାସଲ କରିଥିବାବେଳେ ନ୍ୟୁଜିଲାଣ୍ଡ ୧୧ ପଏଣ୍ଟ ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.