ଯଦି ଅହମ୍ମଦାବାଦ ପିଚ୍କୁ ICC ଖରାପ ଘୋଷିତ କରେ, ତେବେ WTC ଫାଇନାଲକୁ ଯାଇ ପାରିବ କି ନାହିଁ ଭାରତ, ଜାଣନ୍ତୁ ସମୀକରଣ
27/02/2021 at 11:04 PM

ଅହମ୍ମଦାବାଦ ୨୭।୦୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ଫଳାଫଳ ଦୁଇ ଦିନ ଭିତରେ ଆସିବା ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍କୁ ନେଇ ଖୁବ୍ ବିତର୍କ ଜାରି ରହିଛି। ଇଂଲଣ୍ଡର ପୂର୍ବତନ କ୍ରିକେଟ୍ର ଏହି ଲଜ୍ଜାଜନକ ପରାଜୟକୁ ସହଜେ ହଜମ କରି ପାରୁ ନାହାନ୍ତି। ସେମାନେ ପିଚ୍କୁ ବହୁତ ସମାଲୋଚନା କରୁଛନ୍ତି। ଏମିତି ମଧ୍ୟ ଖବର ଆସିଥିଲା ଯେ, ଇଂଲଣ୍ଡର ଖେଳାଳି ପିଚ୍କୁ ନେଇ ଆଇସିସି ନିକଟରେ ଅଭିଯୋଗ କରି ପାରନ୍ତି। ମାତ୍ର କୋଚ୍ ସିଲଭରଉଡ ଏହି ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ଚେନ୍ନାଇର ଚେପକ୍ରେ ଦ୍ଵିତୀୟ ଟେଷ୍ଟରେ ଇଂଲଣ୍ଡର ପରାଜୟ ପରେ ମଧ୍ୟ ପିଚ୍କୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଥିଲା। ଆସନ୍ତୁ ଜାଣିବା ଯଦି ଆଇସିସି ଅହମ୍ମଦାବାଦ ପିଚ୍କୁ ଖରାପ ଘୋଷିତ କରେ ତେବେ ଭାରତୀୟ ଦଳକୁ ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍ରେ କେତେ ପଏଣ୍ଟ ହରାଇବାକୁ ପଡିପାରେ। ଏହାର ପ୍ରଭାବ ଦଳ ଉପରେ କେମିତି ପଡିପାରେ।
କିନ୍ତୁ ଏମିତି ହେବା ବହୁତ ମୁସ୍କିଲ ଲାଗୁଛି ଯେ, ଆଇସିସି ଅହମ୍ମଦାବାଦ ପିଚ୍କୁ ଖରାପ ଘୋଷିତ କରିବ। ଯଦି ଆଇସିସି ଏମିତି ପଦକ୍ଷେପ ନିଏ ତେବେ ଭାରତକୁ କେତେ କ୍ଷତି ସହିବାକୁ ପଡିବ। ଇଏସପିଏନ କ୍ରିକଇମ୍ଫୋର ରିପୋର୍ଟ ଅନୁଯାୟୀ ପିଚ୍କୁ ଖରାପ ଘୋଷିତ କରାଗଲେ ଷ୍ଟାଡିୟମକୁ ତିନି ଡିମେରିଟ୍ ପଏଣ୍ଟ ଦିଆଯାଇପାରେ। କିନ୍ତୁ ଏଥିରେ ଘରୋଇ ଦଳ ଉପରେ କୌଣସି ଫରକ ପଡିବ ନାହିଁ। ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍ର ନିୟମ ଅନୁଯାୟୀ ଯଦି କୌଣସି ମ୍ୟାଚ୍କୁ ଖରାପ ପିଚ୍ କିମ୍ବା ପ୍ରତିକୂଳ ଅବସ୍ଥା କାରଣରୁ ଅଧାରେ ରୋକା ଯାଏ ତେବେ ସେହି ସ୍ଥିତିରେ ଘରୋଇ ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ।
ନିୟମ ଅନୁଯାୟୀ, ଯଦି ମ୍ୟାଚ୍କୁ କୌଣସି କାରଣରୁ ଅଧାରେ ସମାପ୍ତ କରାଯାଏ ଏବଂ ପିଚ୍ ଓ ଆଉଟ୍ଫିଲ୍ଡକୁ ଅନଫିଟ୍ ଘୋଷିତ କରାଯାଏ ତେବେ ଏମିତି ସ୍ଥିତିରେ ଆଇସିସିର ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟା ମୁତାବକ ଉକ୍ତ ମ୍ୟାଚ୍ର ପଏଣ୍ଟ ଭାଗବଣ୍ଟା ଭ୍ରମଣକାରୀ ଦଳର ବିଜୟ ଏବଂ ଆୟୋଜକ ଦଳର ପରାଜୟ ଉପରେ ନିର୍ଭର କରେ। ତଥ୍ୟ ଆଧାରରେ ଅଧାରେ ସମାପ୍ତ କରାଯାଉଥିବା ମ୍ୟାଚ୍କୁ ଡ୍ର ଭାବେ ବିବେଚନା କରାଯାଏ।
କିନ୍ତୁ ତୃତୀୟ ଟେଷ୍ଟ କେସ୍ରେ ମ୍ୟାଚ୍ ପୂରା ହୋଇ ସାରିଛି ଏବଂ ଏମିତି ସ୍ଥିତିରେ ଭାରତୀୟ ଦଳକୁ ପିଚ୍କୁ ନେଇ କୌଣସି ପ୍ରକାରର ଦଣ୍ଡିତ କରାଯାଇ ପାରିବ ନାହିଁ। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ର ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଚତୁର୍ଥ ଟେଷ୍ଟକୁ ଜିତିବା କିମ୍ବା ଡ୍ର ରଖିବାକୁ ପଡିବ।