Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଧୋନିଙ୍କ ବଦଳରେ ମୁଁ ଅଧିନାୟକ ଥିଲେ ଜିତିପାରିନଥାନ୍ତେ ୨୦୦୭ ଟି-20 ବିଶ୍ୱକପ : ଏମିତି କାହିଁକି କହିଲେ ବୀରୁ

10/05/2021 at 1:40 PM

ନୂଆଦିଲ୍ଲୀ ୧୦/୫ : ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ବିରେନ୍ଦର ସେହୱାଗଙ୍କ ମଧ୍ୟରେ ଥିବା ବିଭେଦକୁ ନେଇ ସଦାସର୍ବଦା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥାଏ । ତଥାପି, ସେହୱାଗ କୌଣସି ନା କୌଣସି ମୂହୂର୍ତ୍ତରେ ଧୋନିଙ୍କ ଅଧିନାୟକତ୍ୱର ପ୍ରଶଂସା କରିବାକୁ କେବେ ପଛଘୁଞ୍ଚା ଦିଅନ୍ତିନି । ବା କେବେ ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ସେହୱାଗ କୁହନ୍ତି ଧୋନିଙ୍କ ପରି ଜଣେ ଅଧିନାୟକ ମିଳିବା କଷ୍ଟକର । ତାଙ୍କତ ସ୍ଥାନ ତାଙ୍କର ପ୍ରତିଭା ଅତୁଳନୀୟ ।

କେବଳ ଭାରତ ନୁହେଁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ସେହିଭଳି ଟ୍ଟାଲେଣ୍ଟେଡ୍ ଅଧିନାୟକ ମିଳିବେନି । ତେବେ ସେହୱାଗ କହୁ କହୁ ଆହୁରି ଗୋଟିଏ କଥା ଗଣମାଧ୍ୟମରେ ଖୁଲ୍ଲାସା କରିଛନ୍ତି । ସେ କହିଛନ୍ତି ଯେ ଯଦି ୨୦୦୭ ଟି -20 ବିଶ୍ୱକପ ସମୟରେ ଧୋନୀଙ୍କ ସ୍ଥାନରେ ଯଦି ସେ ଅଧିନାୟକ ହୋଇଥାନ୍ତେ, ତେବେ ଟିମ୍ ଇଣ୍ଡିଆ ଟାଇଟଲ୍ ଜିତିପାରିନଥାନ୍ତି । ସେଥିପାଇଁ ସମସ୍ତ ଶ୍ରେୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଯାଏ ।

ଆଇପିଏଲକୁ ନେଇ ବୀରୁ କହିଛନ୍ତି ତାଙ୍କ ଅଧିନାୟକତ୍ୱରେ ବୋଲରମାନେ ଭଲ ପ୍ରଦର୍ଶନ କରନ୍ତି, କାରଣ ଭଲ ବୋଲର ନୁହଁନ୍ତି ବରଂ ଧୋନି ୱିକେଟ୍ ପଛରେ ଠିଆ ହୋଇଥାନ୍ତି । ଧୋନି ଦୁନିଆର ସବୁଠାରୁ ସଫଳ ଅଧିନାୟକ ଭାବରେ ପରିଗଣିତ । ସେ ହେଉଛନ୍ତି ବିଶ୍ୱର ଏକମାତ୍ର ଅଧିନାୟକ ଯିଏକି ତାଙ୍କ ଅଧିନାୟକତ୍ୱରେ ସମସ୍ତ ତିନୋଟି ଆଇସିସି ଟ୍ରଫି (୨୦୦୭ ଟି -20 ବିଶ୍ୱକପ, ୨୦୧୧ବିଶ୍ୱକପ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି) ଜିତିଛନ୍ତି ।

   Related Posts