ଯଦି ରଖିଛନ୍ତି Drone ଜାନୁୟାରୀ ୩୧ ସୁଦ୍ଧା କରନ୍ତୁ ପଞ୍ଜିକରଣ, ନଚେତ ଦେବାକୁ ପଡିବ ଜରିମାନା ଭୋଗିବାକୁ ପଡିବ ଜେଲ ଦଣ୍ଡ

Published By : Prameya-News7 Bureau | January 13, 2020 IST

ନୂଆଦିଲ୍ଲୀ ୧୩।୧:  ଇରାକ୍ ରାଜଧାନୀ ବଗଦାଦରେ ଆମେରିକୀୟ ଡ୍ରୋନ ଆକ୍ରମଣରେ ଇରାନ ସେନା ମୁଖ୍ୟ କାସିମ ସୁଲେମାନୀ ନିହତ ହୋଇଛନ୍ତି। ଏହି ଘଟଣାରେ କିନ୍ତୁ ସଜାଗ ହୋଇଯାଇଛନ୍ତି ଭାରତ ସରକାର। ଦେଶରେ ଡ୍ରୋନ ରଖିଥିବା ଲୋକଙ୍କୁ ତୁରନ୍ତ ପଞ୍ଜିକରଣ କରାଇବାକୁ ମିନିଷ୍ଟ୍ରି ଅଫ ଏଭିଏସନ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିଲାଗି ୩୧ ଜାନୁୟାରୀକୁ  ଶେଷ ତାରିଖ  ଧାର୍ଯ୍ୟ କରାଯାଇଥିବା ବେଳେ ପଞ୍ଜିକୃତ ହୋଇନଥିବା ଡ୍ରୋନ ଓ ତାର ଅପରେଟରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ଚେତାଇ ଦେଇଛନ୍ତି।

{"id":210861,"sizeSlug":"large"}

ମନ୍ତ୍ରାଳୟଙ୍କ ଅନୁସାରେ ଏହି ଡ୍ରୋନଗୁଡିକ ସିଭିଲ ଫ୍ଲାଇଂ ଇସେନସିଆଲସ୍ ର ପାଳନ କରୁନାହାନ୍ତି। ଏଣୁ ଏଭଳି ଡ୍ରୋନଗୁଡିକର ୩୧ ଜାନୁୟାରୀ ସୁଦ୍ଧା ଅନଲାଇନରେ ପଞ୍ଜିକରଣ ଲାଗି ମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି। ଡ୍ରୋନ ପଞ୍ଜିକରଣ କଲେ ମାଲିକଙ୍କୁ ଡ୍ରୋନ ସ୍ୱୀକୃତି ସଂଖ୍ୟା (ଡିଏନଏ) ଓ ସ୍ୱାମିତ୍ୱ ସ୍ୱୀକୃତି ନମ୍ବର (ଓଏଏନ) ପ୍ରଦାନ କରାଯିବ। କେବଳ ଏହି ଡ୍ରୋନ ଓ ଅପରେଟର ବୈଧ ମାନ୍ୟ ହେବେ। ଅନ୍ୟଥା ଅନ୍ୟ ଡ୍ରୋନ ଉଡାଇବାକୁ ଅନୁମତି ମିଳିବ ନାହିଁ। ଯଦି କେହି ସେପରି ଉଡାଇବାକୁ ଚାହୁଁଥାନ୍ତି ତେବେ ଡିଜିସିଏଙ୍କ ଅନୁମତି ନେଇ ଉଡାଇପାରିବେ।

{"id":210862,"sizeSlug":"large"}

ବିନା ନମ୍ବର ଡ୍ରୋନ ରଖିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି। ଯଦି କେହି ଆଇନ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୮୭, ୩୩୬, ୩୩୭ ଓ ୩୩୮ରେ ମୋକଦ୍ଦମା ରୁଜୁ କରାଯିବା ସହ ଏଥିଲାଗି ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ ହେଲେ ସର୍ବ ନିମ୍ନ ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା ହେବ। ଏଥିଲାଗି ଗତ ୨୦୧୮ ମସିହାରୁ ସରକାର ଆଇନ ପ୍ରଣୟନ କରିଥିବା ମନ୍ତ୍ରାଳୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.