ହରିୟାଣାରେ ଖଟ୍ଟର ସରକାର ଭାଙ୍ଗିବାକୁ ତାକତ ଲଗାଉଛି କଂଗ୍ରେସ, ହେଲେ ଚାବି ଏବେବି ଦୁଷ୍ୟନ୍ତ ଚୌଟାଲାଙ୍କ ହାତରେ

Published By : Prameya-News7 Bureau | March 09, 2021 IST

ଚଣ୍ଡିଗଡ ୯।୩:  ଚାଷୀଙ୍କ ଲାଗି କେନ୍ଦ୍ର ସରକାର ପ୍ରଣୟନ କରିଥିବା  କୃଷି ଆଇନକୁ ନେଇ ହରିୟାଣାରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏଥିରେ ରାଜ୍ୟରେ ବିରୋଧୀ ଦଳ କଂଗ୍ରେସ ସଦନରେ ବିଜେପି ସରକାରଙ୍କୁ ଅବିଶ୍ୱାସ ପ୍ରସ୍ତାବରେ ଘେରିବାକୁ ଉଦ୍ୟମ ଚଳାଇଥିବା ବେଳେ ସଂଖ୍ୟାମତ ଯୋଗାଡରେ ଏପର୍ଯ୍ୟନ୍ତ ସଫଳ ହୋଇପାରୁନି।

ହରିୟାଣାର ୯୦ ସଦସୀୟ ବିଧାନସଭାରେ ଖଟ୍ଟର ସରକାରଙ୍କୁ ୪୫ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏଥିରୁ ବିଜେପି ହାତରେ ୩୦ ବିଧାୟକ ଥିବା ବେଳେ ଜନନାୟକ ଜନତା ପାର୍ଟି( ଜେଜେପି)ର ୧୦ ଓ  ୫ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ରାଜ୍ୟ ସରକାର ଚାଲିଛି। କଂଗ୍ରେସର ୩୫ ବିଧାୟକ ଗୃହରେ ଥିଲେ ମଧ୍ୟ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ଆବଶ୍ୟକ ସଂଖ୍ୟା  ଜେଜେପି ସୂତ୍ରରୁ ମିଳିପାରିବ। ତେବେ ଚାଷୀ ଆନ୍ଦୋଳନ ଏପର୍ଯ୍ୟନ୍ତ ଜେଜେପି ଉପରେ ଚାପ ପକାଇ ପାରୁନି।

କଂଗ୍ରେସ ଯାହା ବି କରିପାରନ୍ତା ନିଜ ଦଳ ମଜଭୁତ ରଖିବାରେ ବିଫଳ ହୋଇଛି। ଜଣେ ବିଧାୟକଙ୍କ ସଦସ୍ୟତା ସମାପ୍ତ କରି ଦଳ ତାଙ୍କୁ ବିଧାନସଭାରୁ ବାହାରକୁ ବାଟ ଦେଖାଇ ସାରିଥିବା ବେଳେ ଚାଷୀ ଆନ୍ଦୋଳନରେ ଦଳ କିଛି କରିପାରୁନଥିବାରୁ ଜଣେ ବିଧାୟକ ଗୃହରୁ ଇସ୍ତଫା ଦେଇଚାଲିଯାଇଛନ୍ତି। ଏଥିରେ ଯଦି ଜେଜେପି ସମର୍ଥନ ବି କରେ ତଥାପି କଂଗ୍ରେସ ସରକାର ଗଢିବାର ସମ୍ଭାବନା ନାହିଁ।

wp:embed {"url":"https://twitter.com/rssurjewala/status/1369228263852109825","type":"rich","providerNameSlug":"twitter","responsive":true,"className":""}
https://twitter.com/rssurjewala/status/1369228263852109825
/wp:embed

ଏଥିରେ କେନ୍ଦ୍ରୀୟ ଦଳ ଜେଜେପି ଉପରେ ଲଗାତାର ଚାପ ସୃଷ୍ଟି ଲାଗି ଉଦ୍ୟମ ଜାରି ରଖିଛି। କଂଗ୍ରେସ ମୁଖପାତ୍ର ରଣଜୀପ ସୂରଜେୱାଲା ପ୍ରସଙ୍ଗରେ ଏକ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ଜେଜେପିରେ ଅନ୍ତରୀଣ ଅସନ୍ତୋଷର କାରଣ ପାଲଟିଛି। ଜେଜପି ଜାରି କରିଥିବା ହ୍ୱିପ୍‌ ପ୍ରସଙ୍ଗରେ ସୂରଜେୱାଲା ଏହି ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ଦୁଷ୍ୟନ୍ତ ଚାଷୀଙ୍କ ସ୍ୱାର୍ଥ କଥା ତ କହୁଛନ୍ତି ହେଲେ ନାଚୁଛନ୍ତି ବିଜେପି ଇସାରାରେ ବୋଲି ଉଲ୍ଲେଖ କରିଛନ୍ତି ।

ଚାଷୀଙ୍କ ହୀତକୁ ନେଇ ଜେଜେପି ବିଧାୟକମାନେ ଏବେ ଦଳମୁଖ୍ୟ ବିରୋଧରେ ବି ଯାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଯଦି ଏପରି କିଛି ବି ହୁଏ ତେବେ ସରକାର ଭାଙ୍ଗିବ ସତ ହେଲେ କଂଗ୍ରେସ କ୍ଷମତାକୁ ଫେରିବା କଥା କିନ୍ତୁ ହେବନି। ଏଥିରେ ହରିୟାଣା କଂଗ୍ରେସ ଏବେ ତ୍ରିଶଙ୍କୁ ଅବସ୍ଥାରେ ଫଶି ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.