ଯଦି ନବରାତ୍ରିରେ ମିଳୁଛି ଏହିସବୁ ସଂକେତ ତା'ହେଲେ ଜାଣିବେ ପୂରଣ ହେବ ଆପଣଙ୍କ ମନୋସ୍କାମନା

Published By : Prameya-News7 Bureau | April 12, 2019 IST

ଭୁବନେଶ୍ୱର ୧୨/୪ : ହିନ୍ଦୁ ଲୋକମାନେ ସକାଳେ ଏବଂ ସନ୍ଧ୍ୟାରେ ଘରେ ଦୀପ ଜାଳିବା ପରମ୍ପରା ରହିଛି | ହିନ୍ଦୁ ଧର୍ମରେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ | ହିନ୍ଦୁମାନେ ପ୍ରଥମେ ଭଗବାନଙ୍କ ପାଖରେ ଦୀପ ଜାଳନ୍ତି ତାପରେ ପୂଜା ଆରମ୍ଭ କରନ୍ତି | ଘରେ ଦୀପ ଜାଳି ପୂଜା କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ | ଭଗବାନଙ୍କ ଉପରେ ମଧ୍ୟ ଆସ୍ଥା ଏବଂ ବିଶ୍ୱାସ ବଢିଥାଏ | ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ଭଗବାନ ମଧ୍ୟ ଆମକୁ ଅନେକ ସମସ୍ୟାରୁ ବାହାର କରିଥାନ୍ତି ଏବଂ ସମସ୍ୟା ସମାଧାନ ପାଇଁ ଶକ୍ତି ପ୍ରଦାନ କରିଥାନ୍ତି | ଯେତେବେଳେ ଭଗବାନ ନିଜ କୃପାଦୃଷ୍ଟି ମଣିଷ ଉପରେ ପକାଇଥାନ୍ତି, ସେତେବେଳେ ସେ କିଛି ସଂକେତ ଦେଇଥାନ୍ତି | ଏହି ସଂକେତକୁ ବୁଝି ପାରିଲେ ଆମେ ଜାଣିପାରିବା ଯେ, ଆମ ଉପରେ ଭଗବାନଙ୍କ କୃପା ରହିଛି |

{"id":102790}

ଆଜି ଆମେ ଏମିତି କିଛି ସଂକେତ ସମ୍ପର୍କରେ ଜାଣିବା :
ମଣିଷ ଶୋଇଥିବା ସମୟରେ ସ୍ବପ୍ନ ଦେଖିବା ଏକ ସାଧାରଣ କଥା | ଆମେ ଅନେକଥର ସ୍ବପ୍ନରେ ଭଗବାନଙ୍କ ଦର୍ଶନ କରିଥାଉ | ସ୍ବପ୍ନରେ ଭଗବାନଙ୍କୁ ଦର୍ଶନ କରିବା ଅର୍ଥାତ ଭଗବାନଙ୍କ କୃପା ଦୃଷ୍ଟି ଆମ ଉପରେ ରହିଛି | ସ୍ବପ୍ନରେ ଭଗବାନଙ୍କୁ ଦେଖିବା ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ | ଫଳରେ ଭବିଷ୍ୟତରେ ସବୁ ସମସ୍ୟା ସମାଧାନ ହୋଇଥାଏ |

{"id":102792}


ଆମମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ପୂର୍ବରୁ ସାମାନ୍ୟ ସୁରାକ ପାଇଯାଇଥାନ୍ତି | ଅର୍ଥାତ ଭବିଷ୍ୟତରେ ଆସୁଥିବା ଶୁଭ ଅଶୁଭ ପୂର୍ବରୁ ଜାଣିପାରିଥାନ୍ତି | ଏମାନଙ୍କ ଉପରେ ଭଗବାନଙ୍କ କୃପା ରହିଥାଏ, ଯେଉଁଥିପାଇଁ ଏମାନେ ଭବିଷ୍ୟତର ଘଟିବାକୁ ଥିବା ଘଟଣା ସମ୍ପର୍କରେ ସଂକେତ ପାଇଥାନ୍ତି |

{"id":102793}


ଅନେକଥର ଦେଖିଥିବେ କିଛି ଲୋକ ଅଳ୍ପ ପରିଶ୍ରମ କରି ମଧ୍ୟ ସହଜରେ ସଫଳତା ପାଇଥାନ୍ତି | ଆପଣ ନିଜେ ମଧ୍ୟ ବେଳେବେଳେ ବେଶୀ ପରିଶ୍ରମ ନକରି ସୁଫଳ ପାଈଥିବେ | ଏହାର ଅର୍ଥ ହେଲା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି |ସେଥିପାଇଁ ସେ ଆପଣଙ୍କୁ ସବୁ ସମସ୍ୟାରୁ ରକ୍ଷା କରୁଛନ୍ତି |

{"id":102795}

ନବରାତ୍ରି ସମୟରେ ସ୍ବପ୍ନରେ ଧଳା ଗାଈ ଦେଖିବା ବହୁତ ଶୁଭ ହୋଇଥାଏ | ଏହାଛଡା ଘର ବାହାରକୁ ଯଦି ଧଳା ଗାଈ ଆସେ ତାହେଲେ ମଧ୍ୟ ଶୁଭ ଫଳ ମିଳିଥାଏ |

{"id":102796}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.