‘ଭଗବାନ ଯଦି ମୁଖ୍ୟମନ୍ତ୍ରୀ ହେବେ, ତଥାପି ବି ସମସ୍ତଙ୍କୁ ସରକାରୀ ଚାକିରୀ ଦେଇପାରିବେ ନାହିଁ’

Published By : Prameya-News7 Bureau | October 31, 2020 IST

ପାଣାଜି ୩୧।୧୦: ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ଶନିବାର କହିଛନ୍ତି ଭଗବାନ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ୧୦୦ ପ୍ରତିଶତ ସରକାରୀ ଚାକିରି ଯୋଗାଇବା ସମ୍ଭବ ନୁହେଁ। ସ୍ଵଂୟମପୂର୍ଣ୍ଣା ସଦସ୍ୟଙ୍କ ପ୍ରଚେଷ୍ଟାରେ ଗ୍ରାମ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ଆୟୋଜିତ ଏକ ଓ୍ଵେବ୍‌ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରମୋଦ ସାଓ୍ଵନ୍ତ କହିଛନ୍ତି ସମସ୍ତଙ୍କୁ ସରକାରୀ ଚାକିରି ଯୋଗାଇବା ସମ୍ଭବ ନୁହେଁ। ଯଦିଓ ଭଗବାନ ବି କାଲି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ତଥାପି ୧୦୦ ପ୍ରତିଶତ ସରକାରୀ ଚାକିରି ଦେବା ସମ୍ଭବ ନୁହେଁ।

ସାଓ୍ଵନ୍ତ ରାଜ୍ୟର ଗାଁ ଲୋକଙ୍କୁ ରୋଜଗାର ଉପଲବ୍ଧ କରାଇବା ପାଇଁ ସ୍ଵଂୟପୂର୍ଣ୍ଣ ମିତ୍ର ଯୋଜନା ଆରମ୍ଭ କରିଛନ୍ତି। ଉଲ୍ଲେଖନୀୟ ସରକାରଙ୍କ ଏହି ଯୋଜନା ଆଧାରରେ ଗୋଆରେ ସ୍ଵଂୟପୂର୍ଣ୍ଣ ମିତ୍ର ଗଜେଟେଡ୍ ଅଫିସର ପଞ୍ଚାୟତ ଗସ୍ତ କରିବେ ଏବଂ ବିକାଶ ସମ୍ବନ୍ଧିତ ଯୋଜନାକୁ ତୃଣମୂଳସ୍ତରରୁ ଲାଗୁ କରିବେ। ଗାଁର ସମ୍ବଳର ଯାଞ୍ଚ କରାଯିବ ଏବଂ ଗାଁ ଲୋକଙ୍କୁ ପ୍ରସ୍ତାବ ଦିଆଯାଇ ଆତ୍ମନିର୍ଭର କରିବାରେ ସହଯୋଗ କରିବେ।

ଗୋଆ ସରକାର ରାଜ୍ୟରେ ୩.୫ ଲକ୍ଷ ରାସନକାର୍ଡଧାରୀଙ୍କୁ ଏକ ବିଶେଷ ଅଭିଯାନ ଆଧାରରେ କିଲୋ ପ୍ରତି ୩୨ ଟଙ୍କାରେ ପିଆଜ ଉପଲବ୍ଧ କରାଇବେ। ଜଣେ ବରିଷ୍ଠ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.