ଭୋପାଲ ୧୬।୩: ମଧ୍ୟପ୍ରଦେଶ ରାଜନୈତିକ ଘଟଣାକ୍ରମରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୁଣି ପ୍ରାସଙ୍ଗିକ ହେବାକୁ ଯାଉଛନ୍ତି। ଫଳରେ ରାଜ୍ୟରେ ୧୯୬୭ର ଇତିହାସ ପୁଣି ଦୋହରିବ ବୋଲି ଏବେ ଆଶା କରାଯାଉଛି। ଜେଜେମା ବିଜୟରାଜେ ସିନ୍ଧିଆଙ୍କ ଭଳି ଜ୍ୟୋତିରାଦିତ୍ୟ ପୁଣି ଥରେ କଂଗ୍ରେସର ପାଲି ପଲଟେଇବାକୁ ଯାଉଛନ୍ତି।
{"id":239427,"sizeSlug":"large"}ଜ୍ୟୋତିରାଦିତ୍ୟଙ୍କ ବିଜେପିରେ ଯୋଗଦାନ ସହ ତାଙ୍କ ଗୋଷ୍ଠୀର ୬ ମନ୍ତ୍ରୀ ଓ୧୩ ବିଧାୟକ କମଲନାଥଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟରେ କମଲନାଥଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି। ହେଲେ କ୍ଷମତା ଲାଗି ଯେପରି ଚାପ ସୃଷ୍ଟି କରିବା କଥା ତାହା କରିପାରିନାହିଁ ରାଜ୍ୟ ବିଜେପି। ଏଣୁ ଏବେ ରାଜ୍ୟରେ ହେବାକୁ ଯାଉଥିବା ତାଜା ରାଜନୈତିକ ଘଟଣାକ୍ରମ ଜ୍ୟୋତିରାଦିତ୍ୟଙ୍କ ନିୟନ୍ତ୍ରଣକୁ ଆସିଯାଇଛି। ଯାହାର ଉଦାହରଣ ହେଉଛି, ସୋମବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ତାଙ୍କ ସାମ୍ବିଧାନିକ କ୍ଷମତା ପ୍ରୟୋଗ ଲାଗି ବାଧ୍ୟ କରିବା ।
{"id":239428,"sizeSlug":"large"}ବିଧାନସଭା ଅଧିବେଶନ ପୂର୍ବରୁ କମଲନାଥ ସରକାର ଗୃହରେ ଆସ୍ଥା ପ୍ରମାଣିତ କରନ୍ତୁ ଚାହୁଁଥିଲା ରାଜ୍ୟ ବିଜେପି। ହେଲେ କମଲ ନାଥ ସରକାର ବେଶ ଚତୁରତାର ସହ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ କରିଛନ୍ତି। ଯେଉଁଥିରେ ନିଜ ଲାଗି ସୁରକ୍ଷାର ବ୍ୟବସ୍ଥାବି କରିଦେଇଛନ୍ତି। ଏଣୁ ଜ୍ୟାତିରାଦିତ୍ୟଙ୍କୁ ଏବେ ତାଙ୍କ ଭୂମିକା ନିର୍ବାହ ଲାଗି ସୁଯୋଗ ମିଳିଥିବା ବେଳେ ସେ ଏହାର ପୂର୍ଣ୍ଣ ଉପଯୋଗ କରିବେ ବୋଲି ଆଶା କରାଯାଉଛି। ଯାହାର ପରିଣାମ ଭାବେ ରାଜ୍ୟପାଳ ଲାଲଜୀ ଟଣ୍ଡନ ପତ୍ରଲେଖି କମଲନାଥଙ୍କୁ ମଙ୍ଗଳବାର ତାଙ୍କ ବହୁମତ ପ୍ରମାଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
{"id":239437,"sizeSlug":"large"}ଜ୍ୟୋତିରାଦିତ୍ୟ ଆଗୁଆ ବିଜେପିରେ ଯୋଗଦେଇସାରିଛନ୍ତି। ରାଜ୍ୟରେ କେବଳ କମଲନାଥଙ୍କ ସଂଖ୍ୟାଗରିଷ୍ଠତାର ପ୍ରମାଣକୁ ଏବେ ଅପେକ୍ଷା। ଯେଉଁଥିରେ ଜ୍ୟୋତିରାଦିତ୍ୟଙ୍କ ସମର୍ଥକମାନେ ଏବେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏଣୁ ଜ୍ୟୋତିରାଦିତ୍ୟାଙ୍କ ଭଳି ତାଙ୍କ ସମର୍ଥକଙ୍କ ଦବଦବା ଏବେ ଉଭୟ ଦଳ ଓ ରାଜ୍ୟ ରାଜନୀତିରେ ବି ରହିବ ତାହା ଏବେଠୁ ନିଶ୍ଚିତ ରୂପେ କୁହାଯାଇପାରେ। ଯଦି ସବୁକିଛି ରଣନୀତି ଅନୁସାରେ ଠିକ୍ଠାକ ଚାଲେ ତେବେ ରାଜ୍ୟ ରାଜନୀତିରେ ଶିବରାଜଙ୍କ ଭଳି ଜ୍ୟୋତିରାଦିତ୍ୟ ମଧ୍ୟ ସରକାର ଓ ଅମଲାତନ୍ତ୍ରର ନୂଆ କ୍ଷମତାକେନ୍ଦ୍ର ହେବେ , ଏହା ପ୍ରାୟ ନିଶ୍ଚିତ।
{"id":239438,"sizeSlug":"large"}ତେବେ ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ସିନ୍ଧିଆ ରାଜବଂଶ କ୍ଷମତାର କେନ୍ଦ୍ର ରହିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଜ୍ୟୋତିରାଦିତ୍ୟଙ୍କ ପିତା ମାଧବ ରାଓ ସିନ୍ଧିଆ ଖାସ ଏଥିଲାଗି ପରିବାର ସହ ବିଦ୍ରୋହ କରି କଂଗ୍ରେସର ହାତ ଧରିଥିଲେ। ମାଧବ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସ ରେ ଥିଲେ। ରାଜନୀତି ଯୋଗୁ ତାଙ୍କ ପରିବାର ବିଜେପି ଓ କଂଗ୍ରେସରେ ବାଣ୍ଟି ହୋଇଯାଇଥିଲା। ମାଧବ ରାଓ ୧୯୭୧ରେ ଗୁନାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ କଂଗ୍ରେସ ଚାଲ ଚଳାଇ ବିଜୟରାଜେଙ୍କ ବିରୋଧରେ ମାଧବରାଓଙ୍କୁ ବ୍ୟବହାର କରିଥିଲେ। ଏଥିରେ କ୍ଷୁବ୍ଧ ରାଜମାତା ୧୯୮୦ରେ ଜନସଂଘରେ ଯୋଗଦେଇ ଶେଷ ପର୍ଯ୍ୟନ୍ତ ବିଜେପିରେ ଥିଲେ। ମାଧବ ରାଓ ତାଙ୍କ ଲୋକପ୍ରିୟତା ବଳରେ ଅଟଳବିହାରୀ ବାଜପେୟୀଙ୍କୁ ବି ନିର୍ବାଚନରେ ପରାସ୍ତ କରିଥିବାର ଇତିହାସ ରହିଛି।
{"id":239439,"width":580,"height":337,"sizeSlug":"large"}ତେବେ ରାଜ୍ୟ ଓ କେନ୍ଦ୍ର କ୍ଷମତାରେ ନିଜର ଆଧିପତ୍ୟ ବିସ୍ତାର ସିନ୍ଧିଆ ରାଜବଂଶର ନୀତି। ସେ ମାଧବ ରାଓ ହୁଅନ୍ତୁ କି ବିଜୟରାଜେ ଓ ଏବେ ଜ୍ୟାତିରାଦିତ୍ୟ। ପ୍ରଶାସନରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସବୁଠାରେ ନିଜର ଇଛା ଜାହିର କରନ୍ତି। କମଲନାଥଙ୍କ ସରକାରରେ ବି ଜ୍ୟୋତିରାଦିତ୍ୟ ସେଇଆ କରୁଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାଧକ ହେବାରୁ ଜ୍ୟୋତିରାଦିତ୍ୟଙ୍କୁ ନିଜ ରାସ୍ତା ପୃଥକ କରିବାକୁ ବାଧ୍ୟ କରିଥିଲା। ହେଲେ ତାଙ୍କର ନିଷ୍ପତ୍ତି ରାଜ୍ୟରେ କମଲନାଥଙ୍କ ସରକାରକୁ ମଝି ନଈରେ ବୁଡେଇଥିବା ବେଳେ ଜ୍ୟାତିରାଦିତ୍ୟଙ୍କ ଯୋଗୁ ରାଜ୍ୟ ବିଜେପି ପୁଣି ଅଚାନକ ସରକାରକୁ ଫେରୁଛି। ଏଣୁ ରାଜ୍ୟ ପ୍ରଶାସନରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସବୁଠି ଜ୍ୟୋତିରାଦିତ୍ୟଙ୍କ ଗୋଟି ଚଳିବ ଜଳଜଳ ହୋଇ ଦେଖାଗଲାଣି। ଏଥିରେ କମଲଙ୍କ ଭଳି ଶିବରାଜଙ୍କ ଲାଗି ଜ୍ୟୋତିରାଦିତ୍ୟ ଯେ ବୋଝ ନ ହେବେ ତାହା ଏବେଠୁ କିନ୍ତୁ କୁହାଯାଇ ନପାରେ।
{"id":239429,"sizeSlug":"large"}ଶିବରାଜ ରାଜ୍ୟର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ। ଯାହାର ପ୍ରମାଣ ୨୦୧୯ ପୂର୍ବର ବିଧାନସଭା ଓ ଲୋକସଭା ନିର୍ବାଚନକୁ ନିଆଯାଇପାରେ। ରାଜ୍ୟରେ ମାମାଜୀ ଭାବେ ଜଣାଶୁଣା ଶିବରାଜ ୨୦୦୫ ମସିହାରେ ପ୍ରଥମ ଥର ରାଜ୍ୟ ମୁଖ୍ୟମନ୍ତ୍ରୀଭାବେ ଶପଥ ପାଠ କରିଥିଲେ। ଏହା ପରେ ସେ ୨୦୦୮ ଓ ୨୦୧୩ ବିଧାନସଭା ନର୍ବାଚନରେ ନିଜ ଦଳକୁ ଲଗାତାର ସରକାରକୁ ଆଣିବାରେ ସଫଳ ହୋଇଥିଲେ। ଏଥିରେ ଦୀର୍ଘ ୧୮ ବର୍ଷ କଂଗ୍ରେସରେ କଟାଇ ପୂର୍ବ ନେତାଙ୍କ ପରିବାର ସଦସ୍ୟଭାବେ ବିଜେପିରେ ପ୍ରବେଶ କରିଥିବା ନେତାଙ୍କୁନେଇ ଦଳର ବ୍ୟବହାର କିପରି ରହିବ ତାହା ସମୟ ହିଁ କହିବ।