କଥା ହେଲାବେଳେ କଲ କଟିଯାଉଛି କି ? ଜାଣନ୍ତୁ କେଉଁ ନେଟୱାର୍କ ଆପଣଙ୍କ ପାଇଁ ସୁବିଧାଜନକ

Published By : Prameya-News7 Bureau | November 17, 2018 IST

ଦିଲ୍ଲୀ ୧୭/୧୧ : ବର୍ତ୍ତମାନ ବହୁ ମାତ୍ରାରେ କଲ ଡ୍ରପ ସମସ୍ୟା ଦେଖିବାକୁ ମିଳୁଛି | ଫୋନରେ କଥାହେଲେ ବେଳେ କଲ କଟିଯାଉଛି | ନେଟୱାର୍କ ଭଲ ଆସୁନାହିଁ | ଏଭଳି ବହୁ ସମସ୍ୟା ଦେଖିବାକୁ ମିଳୁଛି | ଏପରିକି ପ୍ରଧନମନ୍ତ୍ରୀ ମୋଦିଙ୍କ ମଧ୍ୟ କଲ ଡ୍ରପ ସମସ୍ୟା ଦେଖାଦେଇଛି | ଏନେଇ ମୋଦି ଟେଲିକମ ରେଗୁଲେଟରି ଅଥୋରିଟି ଅଫ ଇଣ୍ଡିଆକୁ ଏକ ଅଭିଯୋଗ ମଧ୍ୟ ଜଣେଇଥିଲେ | ନିକଟରେ ଏକ କଲ ଡ୍ରପ ଟେଷ୍ଟରେ ଜଣାପଡିଥିଲା ଯେ, କେବଳ ଜିଓ ହିଁ ଠିକ ଭାବେ ସଂଯୋଗରେ ରହୁଛି | ଏହାଛଡା ଅନ୍ୟ ସମସ୍ତ ନେଟୱାର୍କରେ କଲ ଡ୍ରପ ସମସ୍ୟା ଦେଖାଦେଉଛି | ଏୟାରଟେଲ, ଭୋଡାଫୋନ, ବିଏସଏନଏଲ ଏସମସ୍ତ ନେଟୱାର୍କ କଲ ଡ୍ରପ ଟେଷ୍ଟରେ ଫେଲ ହୋଇଯାଇଥିବାବେଳେ କେବଳ ଜିଓ ହିଁ ପାସ ହୋଇଥିଲା | କଲ ଡ୍ରପ ଟେଷ୍ଟ ପାଇଁ ବଛା ଯାଇଥିଲା କିଛି ସ୍ୱତନ୍ତ୍ର ଜାଗା, ଯେପରିକି ଏନଏଚ, ରେଲୱେ | କେଉଁ କେଉଁ ଏନଏଚରେ ହୋଇଥିଲା ଟେଷ୍ଟ ? ଆସାନସୋଲ ରୁ ଗୟା, ଦିଘା ରୁ ଆସାନସୋଲ, ଗୟା ରୁ ଦାନପୁର, ବାଙ୍ଗାଲୁରୁ ରୁ ମୁରଦେଶ୍ଵର, ରାୟପୁର ରୁ ଜଗଦଳପୁର, ଡେରାଡୁନ ରୁ ନୈନିତାଲ, ମାଉନ୍ଟଆବୁ ରୁ ଜୟପୁର, ଶ୍ରୀନଗର ରୁ ଳେହ ଲଦାଖ | ଏହି ସମସ୍ତ ଏନଏଚରେ କଲ ଡ୍ରପ ଟେଷ୍ଟ କରାଯାଇଥିଲା | ରେଲୱେରେ ଆହ୍ଲାବାଦ ରୁ ଗୋରଖପୁର, ଦିଲ୍ଲୀ ରୁ ମୁମ୍ବାଇ ଏବଂ ଜବଲପୁର ରୁ ସିଂଗ୍ରାଉଲି | ଏହାର ନିରୀକ୍ଷଣ ପାଇଁ ଏକ ନିରପେକ୍ଷ ଏଜେନ୍ସି ନିଯୁକ୍ତ କରାଯାଇଥିଲା | ଏୟାରଟେଲ, ଭୋଡାଫୋନ, ଆଇଡ଼ିଆ ଏବଂ ବିଏସଏନଏଲର ୨ଜି, ୩ଜି, ୪ଜି ନେଟୱାର୍କ ସର୍ବନିମ୍ନ ବେଞ୍ଚମାର୍କ ସ୍କୋର କରିବାରେ ଫେଲ ହୋଇଥିଲା | ଏହା କମ୍ପାନୀ ଅତ୍ୟନ୍ତ ଲଜ୍ଜାଜନକ ଥିଲା | ତେବେ କେବଳ ଜିଓ କଲ ଡ୍ରପ ଟେଷ୍ଟରେ ପାସ ହେବାରେ ସକ୍ଷମ ହୋଇଥିଲା | ଗତ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ | ଏନେଇ ସେ ଟେଲିକମ ରେଗୁଲେଟରି ଅଥୋରିଟି ଅଫ ଇଣ୍ଡିଆରେ ଅଭିଯୋଗ କରିଥିଲେ ଏବଂ ତୁରନ୍ତ ଏହାର ସମାଧାନ ପାଇଁ ଗ୍ରହଣୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ | ତେବେ ସମସ୍ତ ନେଟୱାର୍କର ଏହି କଲ ଡ୍ରପ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.