Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ବିଶ୍ୱକପ୍ ସେମିରେ ପୁଣି ପାକ୍ କୁ ଭେଟିପାରେ ଭାରତ, ତେବେ ଇଂଲଣ୍ଡର ହାର ଉପରେ ଅଟିକିଛି ସମିକରଣ

3/07/2019 at 6:30 PM

ମଞ୍ଚେଷ୍ଟର: ବିଶ୍ୱକପ୍ ସେମିଫାଇନାଲରେ ପୁଣି ଭାରତ ଓ ପାକ୍ ମଧ୍ୟରେ ହୋଇପାରେ ମୁକାବିଲା । ପଏଣ୍ଟ ଟେବୁଲ ଆକଳନରେ ଏହି ପୂର୍ବାନୁମାନ କରାଯାଉଛି। କାରଣ ଭାରତ ଏବେ ୧୩ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେଥିବା ବେଳେ ୯ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ପାକ୍। ତେବେ ଏହି ମହା ସଂଯୋଗ ସୃଷ୍ଟି ହେବ ନ୍ୟୁଜିଲ୍ୟାଣ୍ଡ ବନାମ ଇଂଲଣ୍ଡ ମ୍ୟାଚ୍ ଫଳାଫଳରୁ। ଯଦି ନ୍ୟୁଜି ଲ୍ୟାଣ୍ଡ ଠାରୁ ଇଂଲଣ୍ଡ ପରାସ୍ତ ହୁଏ ତେବେ ଭାରତ ଓ ପାକ୍ ସେମିରେ ପୁଣି ମୁହାଁ ମୁହିଁ ହୋଇ ପାରିବେ।

ତେବେ ବିଶ୍ୱକପ୍ ସେମିଫାଇନାଲ ପ୍ରସ୍ତୁତି ଏବେ ଆରମ୍ଭ ହୋଇଗଲାଣି। ପ୍ରଥମ ସେମିଫାଇନାଲ ଜୁଲାଇ ୯ ତାରିଖ ଦିନ ମଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଗ୍ରୁପ ଷ୍ଟେଜ୍ ର ଶିର୍ଷରେ ଥିବା ଟିମ ସହ ୪ ନମ୍ବରରେ ଥିବା ଟିମ୍ ସହ ଏହି ମ୍ୟାଚ୍ ହେବ। ସେହିପରି ଦ୍ୱିତୀୟ ସେମିଫାଇନାଲ ବର୍ମିଂହମରେ ଜୁଲାଇ ୧୧ରେ ହେବ ବୋଲି ଜଣାପଡିଛି। ଏଥିରେ ଗ୍ରୁପଷ୍ଟେଜର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍ ମଧ୍ୟରେ ଏହି ମ୍ୟାଚ୍ ହେବ।

ଜୁଲାଇ ୬ ତାରିଖ ଦିନ ଭାରତ ବନାମ ଶ୍ରୀଲଙ୍କା ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିରେ ଯଦି ଶ୍ରୀଲଙ୍କା ପରାସ୍ତହୁଏ ତେବେ ଭାରତ ୧୫ ପଏଣ୍ଟ ପାଇବ। ସେହିପରି ଯଦି ଅଷ୍ଟ୍ରେଲିଆ ଯଦି ଦକ୍ଷିଣ ଆଫ୍ରିକାଠାରୁ ହାରେ ତେବେ ଭାରତ ପଏଣ୍ଟ ଟେବୁଲର ଶିର୍ଷକୁ ଯିବ। ନଚେତ  ୧୬ ପଏଣ୍ଟ ସହ ଅଷ୍ଟ୍ରେଲିଆ ଟେବୁଲର ଶିର୍ଷରେ ରହିବ।

ତେବେ ପାକ୍ କୁ ସେମିରେ ଖେଳିବାକୁ ହେଲେ ଚୂଡାନ୍ତ ମ୍ୟାଚ୍ ରେ ବାଂଲାଦେଶକୁ ପରାସ୍ତ କରିବାକୁ ହେବ। ନଚେତ ଯଦି ନ୍ୟୁଜିଲ୍ୟାଣ୍ଡ ଠାରୁ ଇଂଲଣ୍ଡ ହାରେ ତେବେ  ପାକ୍ କୁ ସେମିରେ ସୁଯୋଗ ମିଳିବ। ତେବେ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଏବେ ୧ ଓ ଭାରତ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଣୁ ଭାରତ ଅତି ବେଶିରେ ତୃତୀୟ ସ୍ଥାନକୁ ଖସି ପାରେ କିନ୍ତୁ ଅଷ୍ଟ୍ରେଲିଆ ସହ ସେମିରେ ଦେଖା ନ ହେବା ଏକପ୍ରକାର ନିଶ୍ଚିତ।  

   Related Posts