ଲକ୍‌ଡାଉନ୍‌ରେ ବିଦ୍ୟୁତ୍ ରିହାତି: ତିନି ମାସ ବିଲ୍ ନ ଦେଲେ ବି କନେକ୍ସନ କଟିବନି, ଫାଇନ୍ ପଡିବନି

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: କରୋନା କାରଣରୁ ପୂରା ଦୁନିଆ ଆତଙ୍କିତ ଅବସ୍ଥାରେ ରହିଛି। ଦେଶ ସଂପ୍ରତି ସଙ୍କଟ ଦେଇ ଗତି କରୁଛି। କରୋନାର ପ୍ରତିରୋଧ ଲାଗି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି। ଏହି ଲକ୍‌ଡାଉନ୍‌ କାରଣରୁ ଆପଣ ଯଦି ବିଜୁଳି ବିଲ୍‌ ପୈଠ କରିବାକୁ ସକ୍ଷମ ନାହାନ୍ତି ତେବେ ଚିନ୍ତା କରିବା ଦରକାର ନାହିଁ। ବିଜୁଳି ବିଲ୍ ନଭରିଲେ ମଧ୍ୟ ଆପଣଙ୍କର ବିଜୁଳି ସଂଯୋଗ କଟିବ ନାହିଁ ଏବଂ କୌଣସି ଜରିମାନା ଲାଗିବ ନାହିଁ। ଏଥିପାଇଁ କେନ୍ଦ୍ରୀୟ ବିଜୁଳି ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଏହି ବିଷୟରେ ଅବଗତ କରାଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁର ବିଜୁଳି ବିତରଣ କମ୍ପାନୀଙ୍କ ଲାଗି ଶନିବାର ରିଲିଫ୍ ପ୍ୟାକେଜ୍‌ ମଞ୍ଜୁର କରିଛନ୍ତି।

{"id":245424,"sizeSlug":"large"}

ତିନି ମାସ ବିଲ୍ ନଦେଲେ କଟିବ ନାହିଁ ଲାଇନ୍

ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କୁହାଯାଇଛି ଯେ, ଆଗାମୀ ତିନି ମାସ ପର୍ଯ୍ୟନ୍ତ କୌଣସି ଗ୍ରାହକଙ୍କ ବିଜୁଳି କଟିବ ନାହିଁ। ତିନି ମାସ ବିଲ୍ ପୈଠ ନକଲେ ବି  ବିଜୁଳି ସଂଯୋଗ କଟିବ ନାହିଁ କି  ଜୋରିମାନା ମଧ୍ୟ ଦେବାକୁ ପଡିବ ନାହିଁ। ମାତ୍ର ସେ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ଏହି ସୁବିଧା କେବଳ ଘରୋଇ ଗ୍ରାହକଙ୍କୁ ମିଳିବ ନା ଅଦୌଗିକି ଉପଭୋକ୍ତାଙ୍କୁ ମିଳିବ।

ଶନିବାର କେନ୍ଦ୍ରୀୟ ବିଜୁଳି ମନ୍ତ୍ରଣାଳୟ ବିଜୁଳି କ୍ଷେତ୍ର ପାଇଁ ଯେଉଁ ଘୋଷଣା କରିଛନ୍ତି ସେଥିରେ ରାଜ୍ୟ ସରକାର ଅଧୀନରେ କାମ କରୁଥିବା ବିଜୁଳି ବିତରଣ କମ୍ପାନୀକୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ କିଣିଥିବା ବିଜୁଳିର ଅର୍ଥ ପୈଠ ଉପରେ ତିନି ମାସର ରିହାତି ଦିଆଯାଇଛି। କେବଳ ଏତିକି ନୁହଁ ସେମାନଙ୍କ ଦ୍ଵାରା ବିଜୁଳି କ୍ରୟ ପାଇଁ ଜମା ହୋଇଥିବା ସୁରକ୍ଷା ରାଶି ଉପରେ ୫୦ ପ୍ରତିଶତ ରିଲିଫ୍ ମଧ୍ୟ ଦିଆଯାଇଛି।

{"id":245421,"sizeSlug":"large"}

ଲକ୍‌ଡାଉନ୍‌ ବେଳେ ବିଲ୍ ନଭରିଲେ କଟିବ ନାହିଁ ସଂଯୋଗ

କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ କହିଛି ଯେ, ଲକ୍‌ଡାଉନ୍‌ କାରଣରୁ ରାଜ୍ୟର ବିଜୁଳି ବିତରଣ କମ୍ପାନୀ ପାଖକୁ ପୂରା ରାଜସ୍ଵ ଆସି ପାରୁ ନାହିଁ। ଏହି କାରଣରୁ ସେମାନେ ବିଜୁଳି ଉତ୍ପାଦନକାରୀ କମ୍ପାନୀ ଓ ଟ୍ରାନ୍ସମିଶନ କମ୍ପାନୀକୁ ପୂରା ଅର୍ଥ ପୈଠ କରିପାରୁ ନାହାନ୍ତି। ଅର୍ଥାତ ସେମାନଙ୍କ ପାଖକୁ ଯଦି ଅର୍ଥ ଆସୁ ନାହିଁ ତେବେ ବକେୟା କେମିତି ପୈଠ କରିବେ। ଏଥିପାଇଁ ତିନି ମାସ ପର୍ଯ୍ୟନ୍ତ କମ୍ପାନୀଗୁଡିକୁ ବିଲ୍ ପୈଠ ଉପରେ କୋହଳ କରାଯାଇଛି।

କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂହ ବିଜୁଳି ବିତରଣ କମ୍ପାନୀକୁ ଆଶ୍ଵସନା ଦେଇଛନ୍ତି ଯେ, ଆଗାମୀ ତିନି ମାସ ପର୍ଯ୍ୟନ୍ତ ସେମାନଙ୍କୁ ବିଜୁଳି ମିଳିବ। ଯଦ୍ଵାରା ସେମାନେ ଉପଭୋକ୍ତାଙ୍କୁ ବିଜୁଳି ସେବା ଯୋଗାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.