Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତ ମୋର ସର୍ବୋଚ୍ଚ ପ୍ରାଥମିକତା ରହିବ: ଡେମୋକ୍ରାଟିକ୍ ପ୍ରାର୍ଥି ଜୋଏ ବିଡେନ

2/07/2020 at 4:23 PM

ଓ୍ଵାଶିଂଟନ ୦୨।୦୭: ଚଳିତ ବର୍ଷ ଶେଷ ଆଡକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥର ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଉଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋଏ ବିଡେନ। ଏହି କ୍ରମରେ ଜୋଏ ବିଡେନ୍ କହିଛନ୍ତି ଯେ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସ୍ଵାଭାବିକ ଭାବେ ଭାରତ ସହିତ ସମ୍ବନ୍ଧ ସୁଦୃଢ ରହିବ। ବିଦେଶ ନୀତି ମାମଲାରେ ତାଙ୍କ ସରକାରଙ୍କ ଭାରତ ପ୍ରଥମ ପ୍ରାଥମିକତା ରହିବ। ଭର୍ଚୁଆଲ ଫଣ୍ଡ ରାଇଜର ଇଭେଣ୍ଟରେ ଏହା କହିଛନ୍ତି ଜୋଏ ବିଡେନ।

ସେ କହିଛନ୍ତି ଯେ, କ୍ଷେତ୍ରୀୟ ସୁରକ୍ଷା ପାଇଁ ଆମେରିକା ଓ ଭାରତ ସମ୍ବନ୍ଧ ସୁଦୃଢ ହେବା ଜରୁରୀ। ବିଏକନ ପାର୍ଟନର ଆଲାନ ଲେଭେନଥାଲର ଚେୟାରମ୍ୟାନ ଓ ସିଇଓଙ୍କ ଦ୍ଵାରା ଆୟୋଜିତ ଫଣ୍ଡ ରାଇଜର କାର୍ଯ୍ୟକ୍ରମରେ ପୂର୍ବତନ ଉପ ରାଷ୍ଟ୍ରପତି ଜୋଏ ବିଡେନ କହିଛନ୍ତି, ଭାରତ ଓ ଆମେରିକା ଦୁଇ ବନ୍ଧୁ ରାଷ୍ଟ୍ର। ଆମର ସୁରକ୍ଷା ଦୃଷ୍ଟିରୁ ଭାଗିଦାରୀ, ରଣନୈତିକ ଭାଗିଦାରୀ ଏବଂ ଅନ୍ୟ ମହତ୍ଵପୂର୍ଣ୍ଣ ଦିଗରେ ଦୁଇ ଦେଶର ସମ୍ଵନ୍ଧ ଜରୁରୀ ଅଟେ ବୋଲି  ଜୋଏ  ବିଡେନ କହିଛନ୍ତି।

ନିଜର ଆଠ ବର୍ଷର ଉପ ରାଷ୍ଟ୍ରପତି ଥିବା ସମୟକୁ ଉଲ୍ଲେଖ କରି ଜୋଏ  ବିଡେନ କହିଛନ୍ତି, ଆମେରିକା-ଭାରତ ମଧ୍ୟରେ ଆଣବିକ ଚୁକ୍ତି ହେବା ତାଙ୍କ ସରକାରର ସବୁଠୁ ବଡ ଉପଲବ୍ଧି। ସେହି ସମୟରେ ସଂସଦରେ ଏହି ବିଲ୍‌ ପାରିତ କରାଇବାରେ ସେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବିଡେନ୍ କହିଛନ୍ତି। ଏହା ଦୁଇ ଦେଶ ପାଇଁ ବହୁତ ବଡ ରାଜିନାମା ଥିଲା।

ବାରାକ ଓବାମା ରାଷ୍ଟ୍ରପତି ଥିବା ସମୟରେ ଭାରତ ଓ ଆମେରିକା ସଂପର୍କ ଆହୁରି ସୁଦୃଢ ହୋଇଥିଲା। ବିଶେଷ କରି ରଣନୈତିକ ରୂପେ ଦୁଇ ଦେଶର ସଂପର୍କରେ ଉନ୍ନତି ପରିଲଖିତ ହୋଇଥିଲା। ଓବାମା-ବିଡେନ୍ ପ୍ରଶାସନରେ ଭାରତ ପ୍ରଥମ ପ୍ରାଥମିକତା ଥିଲା। ମୁଁ ରାଷ୍ଟ୍ରପତି ଭାବେ ନିର୍ବାଚିତ  ହେଲେ ଭାରତ ମୋ ପାଇଁ ସର୍ବୋଚ୍ଚ ପ୍ରାଥମିକତା ରହିବ ବୋଲି  ବିଡେନ୍ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଟ୍ରମ୍ପଙ୍କ ଶାସନକାଳରେ ଆମେରିକା ସର୍ବଦା ଯୁଦ୍ଧ ପରି ପରିସ୍ଥିତିରେ ରହିଛି। ତେଣୁ ଆଗାମୀ ନିର୍ବାଚନ ଆମେରିକା ପାଇଁ ବହୁତ ଜରୁରୀ ଥିବା ବୋଡେନ କହିଛନ୍ତି।

   Related Posts