୧୦ ବର୍ଷ ପୂର୍ବରୁ ସରକାରୀ ଚାକିରୀ ଛାଡିଲେ ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ କେଉଁଠି ?
12/12/2020 at 6:10 PM

ଲକ୍ଷ୍ନୌ ୧୨।୧୨: ଉତ୍ତରପ୍ରଦେଶ ସରକାରୀ କଲେଜମାନଙ୍କରେ ପିଜି କରୁଥିବା ଡାକ୍ତରଙ୍କ ଲାଗି ସରକାରଙ୍କ ଗାଇଡଲାଇନ ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମାର୍ଗଦର୍ଶନ ଅନୁସାରେ ସରକାରୀ ପୋଷ୍ଟ ଗ୍ରାଜୁଏଟ କଲେଜରୁ ଉତୀର୍ଣ୍ଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଅଧିନରେ ଅନୁନ୍ୟ ୧୦ ବର୍ଷ ଚାକିରୀ କରିବେ। । ଯଦି ଅବଧି ପୂର୍ବରୁ ଡାକ୍ତର ସରକାରୀ ଚାକିରୀ ଛାଡନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନ୍ରେ କୁହାଯାଇଛି। ଏପରି ଡାକ୍ତରଙ୍କୁ ସରକାର ୧ କୋଟି ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ ମଧ୍ୟ କରିପାରନ୍ତି।
ସରକାରଙ୍କ ନୂଆ ଗାଇଡ ଲାଇନ ଆସିବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡାକ୍ତରଙ୍କ ପ୍ରତିକ୍ରିୟା ପରେ ସରକାର ଏହା ଏବେକା ନିୟମ ନୁହେଁ କହିଛନ୍ତି। ଏହା ପ୍ରାୟ ୩ ବର୍ଷ ପୂର୍ବର ନିୟମ ବୋଲି ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ଲକ୍ଷ୍ନୌରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ଯେ ସରକାର ୩ ଏପ୍ରିଲ ୨୦୧୭ରେ ଏଥିଲାଗି ସର୍କୁଲାର ଜାରି କରିଛନ୍ତି। କେବଳ ଏତିକି ନୁହେଁ ପାଠପଢା ଶେଷ ସହ ଡାକ୍ତରଙ୍କୁ ତୁରନ୍ତ ଚାକିରୀରେ ଯୋଗଦେବାକୁ ପଡିବ ବୋଲି ମଧ୍ୟ ନିୟମ ହୋଇଛି। ଏଣୁ ପିଜି ସରିବା ପରେ ଛାତ୍ରଛାତ୍ରୀଙ୍କୁ ସିନିୟର ରେସିଡେଣ୍ଟ ରହିବାରେ ମଧ୍ୟ କଟକଣା ଜାରି ହୋଇଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।
ସେହିପରି ଯଦି କେହି ଛାତ୍ରଛାତ୍ରୀ ଗାଇଡଲାଇନ ଲାଗି କୋର୍ସ ଅଧାରୁ ଛାଡି ଦିଅନ୍ତି ତେବେ ତାଙ୍କ ଉପରେ ୩ ବର୍ଷର ରୋକ ଲଗାଯାଇଛି। ଏହି ବର୍ଷମାନଙ୍କରେ ଛାତ୍ର ଦ୍ୱିତୀୟବାର ଡାକ୍ତରୀ ଆଡମିସନ ନେଇ ପାରିବେ ନାହିଁ। ଉତ୍ତରପ୍ରଦେଶ ଗୁରୁତର ଡାକ୍ତର ସଂକଟ ଦେଇ ଦୀର୍ଘ ବର୍ଷରୁ ଗତି କରୁଛି। ରାଜ୍ୟର ସ୍ୱାସ୍ଥ୍ୟ ସେବା ସୁଧାର ଲାଗି ସରକାର ଗାଁ ଗାଁରେ ହସ୍ପିଟାଲ ସ୍ଥାପନା କରିଛନ୍ତି। ହେଲେ ଡାକ୍ତର ନଥିବା ଯୋଗୁ ଲୋକେ ବାରଦ୍ୱାର ଶୁଣ୍ଡିପିଣ୍ଢା ହେଉଛନ୍ତି। ଏଣୁ ଡାକ୍ତରଙ୍କ ଅଭାବ ଦୂର କରିବା ଲାଗି ସରକା ର୩ ବର୍ଷ ପୂର୍ବେ ଡାକ୍ତରୀ ଶିକ୍ଷାକ୍ରମ ଲାଗି ନୂଆଗାଇଡଲାଇନ ଜାରି କରିଥିଲେ।