ସମ୍ଭାବ୍ୟ ବାତ୍ୟାର ନାଁ ରଖାଯିବ ‘ଦାୟେ’ (DAYE) : ଜାଣନ୍ତୁ କୋଉ କୋଉ ଜିଲ୍ଲା ହେବ ପ୍ରଭାବିତ, କେମିତି ରହିବ ବାତ୍ୟାର ଗତି

Published By : Prameya-News7 Bureau | September 20, 2018 IST

ଭୁବନେଶ୍ବର ୨୦|୯: ଓଡ଼ିଶା ଉପକୂଳ ମୁହାଁ ବାତ୍ୟା । ୨୪ ଘଣ୍ଟା ଭିତରେ ଡ଼ିପ୍ ଡ଼ିପ୍ରେସନ୍ ରୂପ ନେବାକୁ ଯାଉଛି । ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ପ୍ରଥମେ ପଡ଼ିବ । ସମ୍ଭବତଃ ଗେ।ପାଳପୁରରେ ହିଟ୍ କରିବ ଏହି ବାତ୍ୟା । ଏହି ସମୟରେ ଘଣ୍ଟା ପ୍ରତି ୮୦ କିଲେ।ମିଟର ବେଗରେ ପବନ ବେ।ହିବାର ସମ୍ଭାବନା ରହିଛି । ଏଥିପାଇଁ ବନ୍ଦର, ମତ୍ସ୍ୟଜୀବୀ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ରାତି ସୁଦଦ୍ଧା ପୁରା ସକ୍ରୀୟ ହେବା ସମ୍ଭାବନା ରହିଛି ।ଫଳରେ ସତର୍କ ରହିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟ ଦେଇ ଗତି କରିବ ଏହି ବାତ୍ୟା । ବର୍ତ୍ତମାନ ଏହା ଗେ।ପାଳପୁର ଠାରୁ ୩ ଶହ କିଲେ।ମିଟର ଦୂରରେ ରହିଛି । ଉପକୂଳ ଛୁଇଁବା ମାତ୍ରେ ଘଣ୍ଟା ପ୍ରତି ସର୍ବ।ଧିକ ୮୦ କିଲେ।ମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ରାଜ୍ୟର ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଏହା ଯଦି ସାଇକ୍ଲୋନର ରୂପ ନିଏ ତାହେଲେ ଏହାର ନାଁ ‘ଦାୟେ’ (DAYE) ରଖାଯିବ ବୋଲି ଜଣାପଡିଛି। ଆଜି ସନ୍ଧ୍ୟାରୁ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ ଏବଂ ରାତି ସୁଦ୍ଧା ଗେ।ପାଳପୁର ଉପୂକଳ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ନବରଙ୍ଗପୁର ଭଳି ଦକ୍ଷିଣର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ପୁରୀ, ଗଞ୍ଜାମ ଅଧିକ ପ୍ରଭାବିତ ହେବ । ସେହିପରି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବନ୍ଦର ମାନଙ୍କୁ ଏଲ ସି ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହୁଥିବା ଯେ।ଗୁଁ ମତ୍ସ୍ୟଜୀବୀମାନଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି । ୪୮ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ।ତେବେ ୨୨ ତାରିଖଠୁ ବର୍ଷା କମିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.