ଅଗଷ୍ଟ ସୁଦ୍ଧା କରୋନା ଟୀକା ନ ଆସିଲେ ଏଥର ଫୁଟିକିଆ ଗଣେଶ ପୂଜା

Published By : Prameya-News7 Bureau | May 13, 2020 IST

ହାଇଦ୍ରାବାଦ ୧୩।୩:  କୋଭିଡ-୧୯ ନିରାକରଣ ଲାଗି ଯଦି  ଦେଶରେ ଅଗଷ୍ଟମାସ ସୁଦ୍ଧା କୌଣସି ଚିକିତ୍ସା ବ୍ୟବସ୍ଥା ଅଥବା ପ୍ରତିଷେଧକ ଟିକା ନ ଆସେ ତେବେ ସେଣ୍ଟ୍ରାଲ ହାଇଦ୍ରାବାଦର ଖୈରତାବାଦରେ ଚଳିତବର୍ଷ ଫୁଟିକିଆ ଗଣେଶ ପୂଜା ହେବ। ଖୈରାତବାଦ ଗଣେଶୋତ୍ସବ କମିଟି ବୁଧବାର ଏହି ସୂଚନା ଦେଇଛି। ଗଣେଶ ପୂଜା ଲାଗି ମେ ୧୮ ରେ ମୂର୍ତ୍ତି ନିର୍ମାଣ ଲାଗି ‘କରାପୂଜା’ ହେବା କଥା। ହେଲେ ଦେଶରେ କରୋନା ଲକଡାଉନକୁ ଦୃଷ୍ଟିରେ ରଖି ପୂଜା କମିଟି ମୂର୍ତ୍ତି ନିର୍ମାଣ ପାଇଁ ମାଟି ପୂଜା କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି।

{"id":269316,"sizeSlug":"large"}

ପୂଜା କମିଟି ଅଧ୍ୟକ୍ଷ ଏସ୍.ସୁଦର୍ଶନ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ  ଏଠାରେ ଗଣେଶୋତ୍ସବ ଆୟୋଜନ ଲାଗି ଆମେ  ଅତି ବେଶିରେ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିପାରିବୁ। ସେହି ସମୟସୁଦ୍ଧା ଦେଶରେ ଯଦି କରୋନାର ଚିକିତ୍ସା ଅଥବା ପ୍ରତିଷେଧକ ଆସିଯାଇଥିବ ସବୁ ବର୍ଷ ଭଳି ଆମେ ଚଳିତବର୍ଷ ମଧ୍ୟ ମହା ଆଡମ୍ବରରେ ଏଠାରେ ଗଣେଶଙ୍କ ଆବାହନ କରିବୁ। ଯଦି ନ ହେଲା ତେବେ ଆମେ ଫୁଟିକିଆ ଗଣେଶ ମୂର୍ତ୍ତିରେ କେବଳ ପରମ୍ପରା ତୁଲାଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି।

{"id":269317,"sizeSlug":"large"}

ଚଳିତବର୍ଷ ଖୈରତାବାଦ ଗଣେଶୋତ୍ସବ କମିଟି ତାର ୬୬ ତମ ଗଣେଶୋତ୍ସବକୁ ଧୁମଧମରେ ପାଳନ ଲାଗି ଯୋଜନା କରିଥିଲେ। ୬୬ ତମ ପୂଜା ଲାଗି ଉତ୍ସବ କମିଟି ୬୬ ଫୁଟ ଉଚ୍ଚ ଗଣେଶ ପ୍ରତିମା ନିର୍ମାଣ ଲାଗି ଯୋଜନା କରିଥିଲେ।  ହେଲେ କରୋନା ସଂକ୍ରମଣ ଜନିତ ପରିସ୍ଥିତି ଗଣେଶ ପୂଜାର ଏପରି ଆୟୋଜନ ହୁଏତ ସମ୍ଭବ ହୋଇନ ପାରେ। ତେବେ ଭାଗ୍ୟନଗର ଗଣେଶ ଉତ୍ସବ କମିଟିର ସାଧାରଣ ସମ୍ପାଦକ ଆର.ଶଶିଧର ଅଗଷ୍ଟମାସ ବେଳକୁ ପରିସ୍ଥିତିରେ ନିଶ୍ଚିତ ସୁଧାର ଆସିଥିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

{"id":269318,"width":578,"height":326,"sizeSlug":"large"}

ଗତବର୍ଷ ଗ୍ରେଟର ହାଇଦ୍ରାବାଦର ୧ ଲକ୍ଷ ପୂଜା ପେଣ୍ଡାଲରେ ଗଣେଶୋତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତବର୍ଷର ପରିସ୍ଥିତି ଏତେ ଜାକଜମକରେ ପୂଜା ଆୟୋଜନରେ ହୁଏତ ବାଧକ ହୋଇପାରେ ବୋଲି ଅଧିକାଂଶ ପୂଜା କମିଟି ଆଶଙ୍କା  ବ୍ୟକ୍ତ କରିଛନ୍ତି।  ତେବେ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଓ ଯଦି ଗଣେଶୋତ୍ସବ ବେଳକୁ କରୋନାଜନିତ ପରିସ୍ଥିତିରେ ସୁଧାର ଆସିଥିବ, ତେବେ ପ୍ରଶାସନ ସହ ଆଲୋଚନା କରି ସାମାଜିକ ଦୂରତ୍ୱର ନିୟମ ପାଳନ ସହ ପୂଜା ଆୟୋଜନ ଲାଗି ଅନେକ ପୂଜା କମିଟି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.