Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ବଡ ଖବର, ପ୍ରମୋସନକୁ ନେଇ ନୀତି ସ୍ପଷ୍ଟ କଲେ ମୋଦି ସରକାର

15/05/2020 at 8:16 PM

ନୂଆଦିଲ୍ଲୀ ୧୫।୫: କେନ୍ଦ୍ର ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଲାଗି ଏହା ଏକ ବଡ ଖବର। କରୋନା ଲକଡାଉନ ଯୋଗୁ କେନ୍ଦ୍ର ସରକାର ମହଙ୍ଗାଭତ୍ତା ବନ୍ଦ ରଖିଥିବା ବେଳେ କର୍ମଚାରୀ ସେମାନଙ୍କ ପ୍ରମୋସନକୁ ନେଇ ଚିନ୍ତାରେ ଥିଲେ। ହେଲେ ସରକାର ପ୍ରସଙ୍ଗରେ ତାଙ୍କର ନୀତି ସ୍ପଷ୍ଟ କରିଦେଇଛନ୍ତି। ଦେଶବ୍ୟାପୀ ଲକଡାଉନ ହଟିବା ପରେ କର୍ମଚାରୀଙ୍କ ପ୍ରମୋସନ ପ୍ରକ୍ରିୟା ଆରମ୍ଭ କରିଦିଆଯିବ ବୋଲି ସରକାର କହିଛନ୍ତି। ଏଣୁ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଏହା ଏକ ଆଶ୍ୱସ୍ତି ହେବ ବୋଲି ଆଶା କରାଯାଉଛି।

କେନ୍ଦ୍ର କାର୍ମିକ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ଏ ନେଇ ଭିଡିଓ କନଫରେନସିଂରେ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଲକଡାଉନ ହଟିବା ପରେ ପଦୋନ୍ନତୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସିଂହ କର୍ମଚାରୀଙ୍କୁ ଆଶ୍ୱସ୍ତ କରିଛନ୍ତି। କରୋନା ଲକଡାଉନ ଯୋଗୁ ଏବେ କମ୍‌ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟରେ କାମ ଚାଲିଛି। ମାତ୍ର ୩୩ ପ୍ରତିଶତ କର୍ମଚାରୀରେ କାମ କରାଯାଉଥିବାରୁ କେନ୍ଦ୍ରମନ୍ତ୍ରୀ କର୍ମଚାରୀଙ୍କ ସାହସକୁ ଧନ୍ୟବାଦ ଜଣାଇଛନ୍ତି।

କାର୍ମିକ ରାଜ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ତାରିଫ କରିଛନ୍ତି। ସେମାନଙ୍କ କାର୍ଯ୍ୟ ଯୋଜନା ଯୋଗୁ ହିଁ କରୋନା ଭଳି ପରିସ୍ଥିତିରେ ଏତେ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିହେଉଥିବା କହିଛନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜୁନ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି କହିଛନ୍ତି।

   Related Posts