Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ସାବଧାନ ! ବାରମ୍ବାର ଟ୍ରାଫିକ୍ ନିୟମ ଉଲଙ୍ଘନ କଲେ ସରକାରୀ ୱେବସାଇଟରେ ଅପଲୋଡ୍ ହେବ ଚାଳକଙ୍କ ନାଁ

4/04/2021 at 12:45 PM

ନୂଆଦିଲ୍ଲୀ ୦୪/୦୪ : ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ପାଇଁ ପରିବହନ ବିଭାଗ ନିୟମ ଆହୁରି କଡାକଡି କରିବାକୁ ନିଷ୍ପତ୍ତି ନେଇଛି। ପରିବହନ ନିଗମର ନୂଆ ନିୟମ ଅନୁଯାୟୀ, ଯଦି ଗାଡି ଚାଳକ ବାରମ୍ବାର ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଜଣାପଡେ ତାହେଲେ ରାଜ୍ୟ ପରିବହନ ବିଭାଗ ଉଲଙ୍ଘନକାରୀଙ୍କ ନାଁ ସରକାରୀ ୱେବସାଇଟରେ ଅପଲୋଡ଼ କରିପାରନ୍ତି। ରିପୋର୍ଟ ଅନୁଯାୟୀ, ସଂଶୋଧିତ କେନ୍ଦ୍ର ମୋଟର ବାହନ ନିୟମରେ ପରିବର୍ତ୍ତନ କରାଯାଇପାରେ। ରିପୋର୍ଟ ଅନୁଯାୟୀ, ନୂଆ ଯାତାୟାତ ନିୟମ ଅନୁସାରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା, ସ୍ପିଡ଼ରେ ଗାଡି ଚଲାଇବା, ବିପଦଜନକ ଡ୍ରାଇଭିଙ୍ଗ୍ କରିବା ଓ ହେଲମେଟ ନ ପିନ୍ଧିଲେ ଏହି ପଦକ୍ଷେପ ନିଆଯାଇପାରେ।

ମିଡ଼ିଆ ରିପୋର୍ଟ ଅନୁସାରେ, ଲୋକଙ୍କୁ ଠିକ ଭାବେ ଟ୍ରାଫିକ ନିୟମ ପାଳନ କରାଇବାକୁ ପରିବହନ ବିଭାଗର ୱେବସାଇଟରେ ଗେମ ଆଣ୍ଡ ଶେମ ନାମକ ଏକ ଅନୁଭାଗ କରିବ ଯେଉଁଠି ଏମିତି ଲୋକଙ୍କ ନାଁ ରହିବ ଯେଉଁମାନେ ବାରମ୍ବାର ଟ୍ରାଫିକ ନିୟମ ଉଲଙ୍ଘନ କରୁଛନ୍ତି। ଏମାନେ କେବଳ ନିଜ ଜୀବନକୁ ବିପଦରେ ପକାଇନଥାନ୍ତି ବରଂ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାନ୍ତି।

ତେବେ ଲୋକଙ୍କ ନାଁ ସରକାରୀ ପୋର୍ଟାଲରେ ସେତେବେଳେ ଅପଲୋଡ୍ କରାଯିବ ଯେତେବେଳେ ଡ୍ରାଇଭିଙ୍ଗ ଲାଇସେନ୍ସ ଉପଯୋଗ ହେବାର ମାସେ ପରେ ମଧ୍ୟ ଏ ସମ୍ବନ୍ଧରେ କୌଣସି ଅପିଲ ନ ହୁଏ। ଯଦି ଏହିଭଳି ଚାଳକ ମାସେ ମଧ୍ୟରେ ଅପିଲ ନ କରନ୍ତି ତାହେଲେ ସେମାନଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ମନକୁ ନିରସ୍ତ କରିଦିଆଯିବ। ପରିବହନ ବିଭାଗ ପୋର୍ଟାଲରେ ଯେଉଁ ଗାଡି ଚାଳକଙ୍କ ନାଁ ଅପଲୋଡ୍ କରାଯିବ ସେମାନଙ୍କ ପ୍ରିଣ୍ଟ ମଧ୍ୟ ବାହାର କରାଯାଇପାରିବ ଓ ସେୟାର ମଧ୍ୟ କରାଯାଇପାରିବ।

ନୂଆ ପରିବହନ ନିୟମ ୨୦୨୧ ନଭେମ୍ବର ମାସରୁ ଲାଗୁ ହେବ। ନିୟମ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ପୂର୍ବରୁ ଡ୍ରାଇଭିଙ୍ଗ ଲାଇସେନ୍ସ ଅଛି ଏବଂ ଯଦି ଆପଣ ଟ୍ରାଫିକ ନିୟମ ଉଲଙ୍ଘନ କରନ୍ତି ତାହେଲେ ଆପଣଙ୍କୁ ସେଫଟି ସାର୍ଟିଫିକେଟ କୋର୍ସ ପାସ କରିବାକୁ ପଡିବ। ଏହି କୋର୍ସ ପୁରା କରିବାକୁ ଆପଣଙ୍କୁ ୩ ମାସ ସମୟ ଦିଆଯିବ। କୋର୍ସ ପୁରା କରିଥିବା ଡ୍ରାଇଭରଙ୍କ ଆଧାର କାର୍ଡକୁ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଯୋଡ଼ାଯିବ ଯେପରି ତାଙ୍କ ଡ୍ରାଇଭିଙ୍ଗକୁ ଟ୍ରାକ କରାଯାଇପାରିବ। କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (MoRTH) ବର୍ତ୍ତମାନ ସୁରକ୍ଷିତ ଡ୍ରାଇଭିଙ୍ଗକୁ ନେଇ ଦୃଢ ପଦକ୍ଷେପ ନେବାକୁ ଯାଉଛନ୍ତି। ହେଲମେଟ୍ ନ ପିନ୍ଧି ବାଇକ ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବାକୁ ବାଇକ ଚାଳକଙ୍କ ଫୁଟେଜ୍ ସେୟାର୍ କରାଯିବ ଓ ଚାଲାଣ କଟାଯିବ।

   Related Posts