Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ହେବ ଏପରି ପରିଣାମ : ଜାଣି ଦୋହଲି ଯିବେ ଦୁଇ ଦେଶର ଲୋକ

23/02/2019 at 1:49 PM

ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ ତେବେ ଏହାର ପରିଣାମରେ ଦୁଇଟି ଦେଶ ହଲିଯିବ। ଭାରତର ନୀତି ହେଉଛି ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗ ନ କରିବା। କିନ୍ତୁ ଯଦି ପାକିସ୍ତାନ ନିଜର ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ନହୁଏ ତେବେ ଭାରତକୁ ଏହା କରିବାକୁ ପଡ଼ିବ । ଅପରପକ୍ଷରେ ପାକିସ୍ତାନର ଲକ୍ଷ୍ୟ ଦିଲ୍ଲୀ,ମିରଟ,ଚଣ୍ଡିଗଡ଼,ମୁମ୍ବାଇ,ଆଗ୍ରା ଭଳି ସେନା ମହଜୁଦ ଥିବା ସ୍ଥାନ ଉପରେ ରହିବ। ପରମାଣୁ ଯୁଦ୍ଧ ଦ୍ବାରା ପାଖାପାଖି ୧୨କୋଟି ଲୋକ ତୁରନ୍ତ ପ୍ରଭାବିତ ହୋଇପାରନ୍ତି। ଏହା ବ୍ୟତୀତ ପରମାଣୁ ବୋମା ଦ୍ବାରା ଏହି ୫ଟି ପ୍ରଭାବ ପଡ଼ିବ।

ପ୍ରଥମ ପ୍ରଭାବ: ଯେଉଁ ସ୍ଥାନରେ ପରମାଣୁ ବୋମା ବିସ୍ଫୋରଣ ହେବ ସେହି ସ୍ଥାନରେ ତୀକ୍ଷ୍ଣ ଚମକ ସହ ଭୟଙ୍କର ନିଆଁଗୋଳା ଉଠିବ ଯାହା କିଛି ଦୂର ଯାଏଁ ସବୁ ଜାଳି ଛାରଖାର କରିଦେବ। ଏହି ପରମାଣୁ ବୋମାର ଚମକ ଏତେ ଉଜ୍ଜ୍ବଳ ହେବ ଯେ ଏହା ଦ୍ବାରା ଲୋକେ ଅନ୍ଧ ହୋଇଯିବେ। ଏଥିରେ ଉଠିଥିବା ନିଆଁ ଗୁଳା ପବନକୁ ନିଜ ଆଡ଼କୁ ଟାଣି ପୂରା ବାତାବରଣକୁ ବାୟୁଶୂନ୍ୟ କରିଦେବ। ଏହା ସଂସ୍ପର୍ଶରେ ଆସୁଥିବା ମନୁଷ୍ୟ,ପ୍ରାଣୀଙ୍କ ମୃତ୍ୟୁ ଅବଶ୍ୟମ୍ଭାବୀ। ସେମାନେ ଜୀଅନ୍ତା ଜଳିଯିବେ। ଭୀଷଣ ତାପରେ ସେମାନଙ୍କ ହାଡ଼ ତରଳିଯିବ। ଯଦି ପରମାଣୁ ଆୟୁଧ ୬ମେଗାଟନରୁ ଅଧିକ ହେଲା ତେବେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ।

ଦ୍ବିତୀୟ ପ୍ରଭାବ: ପରମାଣୁ ବିସ୍ଫୋରଣରୁ ବାହାରୁଥିବା କାର୍ବନରୁ ସୃଷ୍ଟି ମେଘ କିଛି ସମୟ ମଧ୍ୟରେ ବିସ୍ଫୋରଣ ହୋଇଥିବା ସ୍ଥାନ ବ୍ୟତୀତ ଅତ୍ୟନ୍ତ ବିଶାଳ ସ୍ଥାନରେ ସୂର୍ଯ୍ୟଙ୍କୁ ଢାଂକି ଦେବ । ସୂର୍ଯ୍ୟ କିରଣ ସେହିସ୍ଥାନରେ ପଡିବ ନାହିଁ। ଏହି କଳା ବାଦଲରୁ ହୋଇଥିବା ଅମ୍ଳବର୍ଷା ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିବେ। ବୈଜ୍ଞାନିକଙ୍କ କହିବାନୁସାରେ ଏହି ପ୍ରକ୍ରିୟା ଦ୍ବାରା ଅମ୍ଳବର୍ଷା ଲାଗିରହିଥାଏ।

ତୃତୀୟ ପ୍ରଭାବ: ଏପରି କୁହାଯାଉଛି ଯେ ପରମାଣୁ ବିସ୍ଫୋରଣ ଦ୍ବାରା ଓଜୋନ୍ ସ୍ତରରେ ଭୟଙ୍କର କ୍ଷତି ହେବ। କାର୍ବନରୁ ହୋଇଥିବା ମେଘ ୭୦ପ୍ରତିଶତ ଓଜୋନ ସ୍ତରକୁ ନଷ୍ଟ କରିଦେବ। ଏହା ପରେ ମହାକାଶରୁ ଆସୁଥିବା ଅତିବାଇଗଣୀ ରଶ୍ମି ମାନବଜାତି ଏବଂ ବନସ୍ପତିର ଅସ୍ତିତ୍ବ ଉପରେ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଯୋଗୁଁ ଅମ୍ଳ ବର୍ଷା ଏବଂ ଧୂଳି ଝଡ଼ ଅତ୍ୟଧିକ ବୃଦ୍ଧି ପାଇବ। ୧୯୩୦ମସିହାରେ ଆମେରିକାର ଟେକ୍ସାସ ଏବଂ ଏରିଜୋନାର ଧୂଳିଝଡ଼ ଫସଲ ଉଜାଡ଼ି ଦେଇଥିଲା। ଏହା ଦ୍ବାରା ଆମେରିକାରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା।

ଚତୁର୍ଥ ପ୍ରଭାବ: ପରମାଣୁ ଯୁଦ୍ଧ ପରେ ବ୍ୟାପକ କ୍ଷତି ପରେ ସରକାରଙ୍କୁ ପୁଣି ଥରେ ଆର୍ଥିକ ଏବଂ ସାମାଜିକ ସ୍ଥିତି ସୁଧାରିବାକୁ ପଡ଼ିବ ଯେଉଁଥିପାଇଁ ଯୁଗ ଯୁଗ ସମୟ ଲାଗିଯିବ। ବେରୋଜଗାର,ଦାରିଦ୍ର୍ୟ,ମରୁଡ଼ି ଯୋଗୁଁ ଅପରାଧ ଏବଂ ଜାତୀୟ ସଂଘର୍ଷ ବଢ଼ିବାକୁ ଲାଗିବ ଯାହା ଦ୍ବାରା ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେବ।

ପଞ୍ଚମ ପ୍ରଭାବ: ଆର୍ଥିକ ସ୍ଥିତିକୁ ପରେ ମଧ୍ୟ ସୁଧାରି ହେବ କିନ୍ତୁ ଏହାଦ୍ବାରା ଜନସଂଖ୍ୟା ହ୍ରାସ ଘଟିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ଦେଢ଼ କୋଟି ବ୍ୟକ୍ତି ତୁରନ୍ତ ଜୀବନ ହରାଇବେ ଏବଂ ୨୦ବର୍ଷ ପର୍ଯ୍ୟନ୍ତ ଏହାର କ୍ଷତିକାରକ ପରିଣାମ ଆହୁରି ଲୋକଙ୍କ ପ୍ରାଣ ନେବ। ଏହା ବ୍ୟତୀତ ମାନବଜାତିର ଅସ୍ତିତ୍ବକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ।

   Related Posts