Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ତଦନ୍ତରେ ସାମିଲ୍ ହୋଇ ଯଦି ଗିରଫ କରାଯାଏ, ତେବେ ଯୁବରାଜଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଉ: ହାଇକୋର୍ଟ

12/10/2021 at 8:37 PM

ଚଣ୍ଡିଗଡ ୧୨।୧୦: ଜାତିଆଣ ମନ୍ତବ୍ୟ ଦେଇ ବିବାଦରେ ଥିବା ଯୁବରାଜ ସିଂହଙ୍କୁ ହାଇକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି। ପୋଲିସ କେବଳ ଯୁବରାଜଙ୍କୁ ଆନୁଷ୍ଠାନିକ ଗିରଫ କରି ତୁରନ୍ତ ଛାଡିବ। ପଞ୍ଜାବ ଓ ହରିୟାଣ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ଯୁବରାଜ ସିଂହଙ୍କୁ ତଦନ୍ତରେ ସହଯୋଗ ସମୟରେ ତାଙ୍କୁ ଗିରଫ କରାଯାଏ ତେବେ ତାଙ୍କୁ ବ୍ୟକ୍ତିଗତ ମୂଚଲିକାରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ତୁରନ୍ତ ମୁକ୍ତ କରାଯିବ। ବିଚାରପତି ଅମୋଲ ରତନ ସିଂହ ଗତ  ବର୍ଷ ଇନଷ୍ଟାଗ୍ରାମ  ଚାଟ୍ ସମୟରେ ନିଜର ପୂର୍ବତନ ସାଥୀ ଖେଳାଳି ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଜାତିଆଣ କମେଣ୍ଟ କରିବା ନେଇ ତାଙ୍କ ବିରୋଧରେ ରୁଜୁ ମାମଲା ରଦ୍ଦ କରିବାକୁ ଯୁବରାଜ ସିଂହ ଦାଖଲ ଆବେଦନର ଆଜି ଶୁଣାଣି କରିଛନ୍ତି।

ମଙ୍ଗଳବାର ମାମଲାର ବିସ୍ତୃତ ଆଦେଶ ଜାରି କରି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଉଚ୍ଚ ନ୍ୟାୟାଳୟରେ  କହିଛନ୍ତି ଯେ, ହରିୟାଣା ପୋଲିସ ଏହି ମାମଲାରେ ଯୁବରାଜ ସିଂହଙ୍କ କେବଳ ଆନୁଷ୍ଠାନିକ ଗିରଫଦାରୀ ଦାବି କରୁଛି। ଯଦି ତଦନ୍ତ ଅଧିକାରୀ ତଦନ୍ତରେ ସାମିଲ୍ ହେବା ପରେ କ୍ରିକେଟ୍‌ରଙ୍କୁ ଗିରଫ କରେ ତେବେ ତୁରନ୍ତ ତାଙ୍କୁ ଜାମିନ ଏବଂ ବ୍ୟକ୍ତିଗତ ମୁଚଲିକାରେ ଅନ୍ତରୀଣ ଜାମିନ ପ୍ରଦାନ କରିବ।  ଉଲ୍ଲେଖନୀୟ ହାଇକୋର୍ଟ ଅକ୍ଟୋବର ୧୦ରେ ଯୁବରାଜ ସିଂହଙ୍କୁ ଏକ ମାମଲାରେ ହରିୟାଣା ପୋଲିସରେ ହାଜର ହେବାକୁ ଆଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮ ପର୍ଯ୍ୟନ୍ତ ସ୍ଥଗିତ ରହିଛି।

ଗତ ବର୍ଷ ଦଳିତ ସାମାଜିକ କର୍ମୀ ରଞ୍ଜନ କାଲସନ ୟୁଜବେନ୍ଦ୍ର ଚହଲ ବିରୋଧରେ ଜାତିଆଣ ମନ୍ତବ୍ୟ ପାଇଁ ଯୁବରାଜ ସିଂହଙ୍କ ବିରୋଧରେ ଅଭିଯୋଗ କରିଥିଲେ। ୨୦୨୦ ଏପ୍ରିଲ ସମୟରେ ସାମାଜିକ ଗଣମାଧ୍ୟମରେ ଲାଇଭ୍ ସମୟରେ ରୋହିତ ଶର୍ମାଙ୍କ ଉପସ୍ଥିତିରେ ଯୁବରାଜ ଏହି ମନ୍ତବ୍ୟ ଦେଇଥିଲେ। ଏହି ଘଟଣା ପରେ ଯୁବରାଜଙ୍କୁ ସାମାଜିକ ଗଣମାଧ୍ୟମରେ ଖୁବ୍ ଟ୍ରୋଲ କରାଯାଇଥିାଲ। ୨୦୧୧  ବିଶ୍ଵ କପ୍ ବିଜେତା ଦଳର ସଦସ୍ୟ ଯୁବରାଜଙ୍କ ବିରୋଧରେ ଧାରା ୧୫୩, ୧୫୩(ଏ), ୫୦୫, ୨୯୫ ଏବଂ ଏସସି/ଏସଟି  ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ, ଯୁବରାଜ ଉଦ୍ଦେଶ୍ୟମୂଳକ ଭାବେ ଦଳିତ ସଂପ୍ରଦାୟ ପ୍ରତି ଏହି ଟିପ୍ପଣୀ କରିଥିଲେ। ଏହି ଘଟଣାରେ ସମାଲୋଚନାର ଶିକାର ହେବା ପରେ ଯୁବରାଜ ସାର୍ବଜନୀନ ବୟାନ ଜାରି କରି ଦୁଃଖ ପ୍ରକାଶ କରିଥିଲେ।

   Related Posts