ଯଦି କୈାଣସି ବ୍ୟକ୍ତି ବିଷ ଖାଇ ଦେଉଛନ୍ତି ତେବେ ତୁରନ୍ତ କରନ୍ତୁ ଏହି କାମ : ବଞ୍ଚିଯିବ ରୋଗୀଙ୍କ ଜୀବନ

Published By : Prameya-News7 Bureau | January 28, 2019 IST

ଏହି ପୃଥିବୀରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କର କିଛି ନା କିଛି ସମସ୍ୟା ଦେଖାଯାଇଥାଏ। ଏହି ସବୁ ସମସ୍ୟାର ସମ୍ମୁଖୀନ କରିବା ହିଁ ଆମ ପାଇଁ ଯୁକ୍ତିଯୁକ୍ତ। କିନ୍ତୁ ପୃଥିବୀରେ ଏପରି କେତେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ସମସ୍ୟାର ସମାଧାନ ନକରି ହାର ମାନିଯାଇଥାନ୍ତି। ଏପରି ବ୍ୟକ୍ତି ବିଷ ଖାଇ ନିଜ ଜୀବନ ଦେଇ ଭୁଲ୍ କରି ବସିଥାନ୍ତି। ବ୍ୟକ୍ତିଙ୍କ ଏପରି ପଦକ୍ଷେପ ଫଳରେ ତାଙ୍କ ଘରଲୋକଙ୍କ ମନରେ କେତେ ଦୁଃଖ ଜାତ ହୋଇଥାଏ ଏହା କେବଳ ସେମାନେ ଜାଣିଥାନ୍ତି। ଏଥିପାଇଁ ଆଜି ଆମେ କିଛି ଏପରି ଉପାୟ ବିଷୟରେ ଜାଣିବା ଯାହାକୁ ଅବଲମ୍ବନ କରି ଆମେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଲୋକଙ୍କ ଜୀବନ ବଞ୍ଚାଇପାରିବା

ଆମେ ସମସ୍ତେ ଅଧିକାଂଶ ସମୟ ଦେଖିଥାଉ ଯେବେ ବ୍ୟକ୍ତି ଏପରି କୈାଣସି ପଦକ୍ଷେପ ଉଠାଇଥାଏ ତେବେ ଡାକ୍ତରଙ୍କ ପାଖକୁ ନେବା ଆଗରୁ ତାଙ୍କ ଜୀବନ ଚାଲିଯାଇଥାଏ। କିନ୍ତୁ ଯଦି ଆମେ କିଛି ଘରୋଇ ଉପାୟ ଅବଲମ୍ବନ କରିବୁ ତେବେ ରୋଗୀଙ୍କ ଜୀବନ ବଞ୍ଚାଯାଇପାରିବ। ତେବେ ଆସନ୍ତୁ ଜାଣିବା ଏହି ସହଜ ଉପାୟଗୁଡ଼ିକ ବିଷୟରେ

ଯଦି କୈାଣସି ବ୍ୟକ୍ତି ବିଷ ଖାଇଥାଏ ତେବେ ତାଙ୍କ ବିଷ ବାହାର କରିବା ପାଇଁ ତାଙ୍କୁ ବାନ୍ତି କରାଇବା ନିହାତି ଆବଶ୍ୟକ। ବାନ୍ତି କରାଇବା ପାଇଁ ଆପଣଙ୍କୁ ଅଳ୍ପ ଟିକେ ସୋରିଷ ଆଣି ଏହାକୁ ବାଟିବାକୁ ପଡ଼ିବ। ଏହି ବଟା ସୋରିଷକୁ ପାଣିରେ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଏହି ଗୋଳକୁ ରୋଗୀଙ୍କୁ ପିଇବାକୁ ଦେବା ଉଚିତ୍। ଏପରି କରିବା ଦ୍ବାରା ରୋଗୀ ବାନ୍ତି କରିବେ ଏବଂ ସବୁ ବିଷ ବାନ୍ତି ବାଟେ ବାହାରକୁ ବାହାରିଯିବ।

ଏହା ବ୍ୟତୀତ ବାନ୍ତି କରାଇବା ପାଇଁ ଲୁଣର ଘୋଳ ମଧ୍ୟ ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ଲୁଣ ଏବଂ ପାଣିର ମିଶ୍ରଣ ପ୍ରସ୍ତୁତ କରିବାକୁ ହେବ ଏବଂ ବ୍ୟକ୍ତିଙ୍କୁ ପିଇବାକୁ ଦେବେ। ଏହା ଦ୍ବାରା ପୀଡ଼ିତ ବ୍ୟକ୍ତିଙ୍କ ବାନ୍ତି ହୋଇ ତାଙ୍କ ଜୀବନ ବଞ୍ଚିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.