କୌଣସି ମାନସିକ ଅନଗ୍ରସର ବ୍ୟକ୍ତି ଅପରାଧ କଲେ ତାଙ୍କୁ ଦଣ୍ଡ ମିଳିଥାଏ କି ନାହିଁ? ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | September 29, 2019 IST

 ଏବିଷୟକୁ ନେଇ ଅଧିକାଂଶ ଲୋକେ ଦ୍ବନ୍ଦ୍ବରେ ରହିଥାଆନ୍ତି ଯେ ଯଦି କୌଣସି ବ୍ୟକ୍ତି ମାନସିକ ଅନଗ୍ରସର କିମ୍ବା ପାଗଳ ବ୍ୟକ୍ତି କୌଣସି ଅପରାଧ କରିଥାଆନ୍ତି ତେବେ ତାଙ୍କୁ ଏହି ଅପରାଧ ପାଇଁ ଦଣ୍ଡ ଦିଆଯାଇଥାଏ କି ନାହିଁ? ଯଦି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ରହିଛି ଏବଂ ଆପଣ ଏହାର ଉତ୍ତର ଚାହୁଁଛନ୍ତି ତେବେ ଏହି ଖବରକୁ ପୂରା ପଢ଼ନ୍ତୁ।

{"id":164053}

ଆଇପିସି ସେକ୍ସନ୍ ୮୪ରେ ଏହା କୁହାଯାଇଛଇ ଯେ ଯଦି କୌଣସି ବ୍ୟକ୍ତି ମାନସିକ ଅସୁସ୍ଥ କିମ୍ବା ପାଗଳ ବ୍ୟକ୍ତି ଅପରାଧ କରିଥାଆନ୍ତି ତେବେ ସେ ସେହି ଅପରାଧିକ ମାମଲାର ଗମ୍ଭୀରତାକୁ ବୁଝି ପାରିନଥାଏ। ସେଥିପାଇଁ ସେହି ବ୍ୟକ୍ତିଙ୍କୁ ତାଙ୍କ ଅପରାଧ ପାଇଁ ଆଇନ୍ ଦ୍ବାରା କୌଣସି ଦଣ୍ଡ ଦିଆଯିବ ନାହିଁ।

{"id":164054}

ଯଦି କୌଣସି ବ୍ୟକ୍ତି ଅପରାଧ କରିବା ପୂର୍ବରୁ ଠିକ୍ ଥିଲେ ଏବଂ ଅପରାଧ କରିବା ପରେ ମଧ୍ୟ ଠିକ୍ ଅଛନ୍ତି କିନ୍ତୁ ଅପରାଧ କରିବା ସମୟରେ ସେ ମାନସିକ ଭାବେ ଅସୁସ୍ଥ ଥିଲେ ତେବେ ତାଙ୍କୁ ତାଙ୍କ ଅପରାଧ ପାଇଁ କୌଣସି ଦଣ୍ଡ ଦିଆଯିବ ନାହିଁ।

{"id":164055,"width":588,"height":313}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.