ଏକ୍ ପଦବୀ ନିୟମ ଆଧାରରେ ସଭାପତି ପାଦ ଛାଡ଼ିବେ ଅମିତ ଶାହା: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ଧର୍ମେନ୍ଦ୍ର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ ସ୍ଥାନ ମିଳିବା ସମ୍ଭାବନା

Published By : Prameya-News7 Bureau | May 28, 2019 IST

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ଗଣମାଧ୍ୟମରେ ଏହି ଚର୍ଚ୍ଚା ଖୁବ୍ ଜୋରରେ ଚାଲିଛି । ତେବେ ଧର୍ମେନ୍ଦ୍ରଙ୍କ ସହ ଜେପି ନଡ୍ଡା ବି ଅଛନ୍ତି ଦୌଡ଼ରେ । ସେପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ଏଥର ୩ ଜଣଙ୍କୁ ସ୍ଥାନ ମିଳିବା ସମ୍ଭାବନା ରହିଛି ।….

{"id":117044}

ଶାହା ହେବେ ମନ୍ତ୍ରୀ । ଧର୍ମେନ୍ଦ୍ର ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏବେ ଏମିତି କିଛି ଚର୍ଚ୍ଚା ହେଉଛି ଜାତୀୟ ଗଣମାଧ୍ୟମରେ । ଆସନ୍ତା ୩୦ରେ ଲଗାତର ଦ୍ବିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତାଙ୍କ ସହ ମନ୍ତ୍ରିମଣ୍ଡଳର ମଧ୍ୟ ଶପଥପାଠ ହେବ ।

{"id":117045}

ତେବେ ଏଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ସ୍ଥାନ ମିଳିବ ବୋଲି କୁହାଯାଉଛି । ଯଦି ଏମିତି ହୁଏ, ବିଜେପିର ଏକ୍ ବ୍ୟକ୍ତି, ଏକ୍ ପଦବୀ ନିୟମ ଆଧାରରେ ସଭାପତି ପଦ ଛାଡ଼ିବେ ଶାହା । ଆଉ ତାଙ୍କ ବିକଳ୍ପ ଭାବେ ଚର୍ଚ୍ଚାରେ ରହିଛି ଜେପି ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ।

{"id":117046}

ମୋଦିଙ୍କ ଦ୍ବିତୀୟ ପାଳିର ମନ୍ତ୍ରିମଣ୍ଡଳରେ ପୂର୍ବ ଭଳି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ  ଜୁଏଲ ଓରାମ୍ ସ୍ଥାନ ପାଇବା ପକ୍କା କୁହାଯାଉଛି । ଧର୍ମେନ୍ଦ୍ର ଯଦି ଅଧ୍ୟକ୍ଷ ହୁଅନ୍ତି ତେବେ ଓଡ଼ିଶାରୁ ମନ୍ତ୍ରୀଙ୍କ ମଧ୍ୟରେ ଜୁଏଲଙ୍କ ସହିତ ଅନ୍ୟ ଦୁଇଜଣ ସ୍ଥାନ ପାଇପାରନ୍ତି। ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବ ।

{"id":117047}

ସେହିପରି ବରଗଡ଼ରେ ବିଜୟୀ ହୋଇଥିବା ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କ ଦାବିଦାରୀ ବି ମଜବୁତ୍ ରହିଛି । ପଶ୍ଚିମବଙ୍ଗର ସହପ୍ରଭାରୀ ଦାୟିତ୍ବରେ ରହିଛନ୍ତି । ସେଠାରେ ବିଜେପିର ସଫଳତା ସୁରେଶଙ୍କ ଲବିକୁ ଷ୍ଟ୍ରଙ୍ଗ୍ କରିଛି । ତେବେ ପୂର୍ବତନ ଆଇଏଏସ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ମୋଦି ପ୍ରାଧାନ୍ୟ ଦେଇପାରନ୍ତି ବୋଲି କୁହାଯାଉଛି ।

{"id":117048}

ଅନ୍ୟପକ୍ଷରେ, ନିଜର ସାଧାରଣ ଜୀବନ ଲାଗି ଏବେ ଗଣମାଧ୍ୟମରେ ଚର୍ଚ୍ଚିତ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀ ହେବା ସମ୍ଭାବନା ରହିଛି ।

{"id":117049}

ବିଧାନସଭାରେ ମାତ୍ର ୨୩ଟି ସିଟ୍ ହାତେଇଥିଲେ ବି ଲୋକସଭାରେ ୮ ସଂଖ୍ୟା ହାତେଇଛି ବିଜେପି । ଓଡ଼ିଶାରେ ବିଜେପିର ଭୋଟ ହାର ବଢ଼ିଛି । ଦଳ ଅଧିକାଂଶ ସ୍ଥାନରେ ଦୁଇନମ୍ବରରେ ରହିଛି। ଏସବୁ ପାଇଁ ଧର୍ମେନ୍ଦ୍ରଙ୍କ ଉଦ୍ୟମକୁ ଜାତୀୟ ସ୍ତରରେ ବେଶ୍‌ ପ୍ରଶଂସା କରାଯାଉଛି।

{"id":117050}

ଏଭଳି ସ୍ଥିତିରେ ଧର୍ମେନ୍ଦ୍ର ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପାଇବେ ତାହା ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.