ସେହଓ୍ବାଗଙ୍କ କଥା ମାନିଥିଲେ ବିଶ୍ବକପ୍ ଫାଇନାଲରେ ଖେଳିଥାନ୍ତା ଭାରତ, ବିରାଟ କଲେ ବଡ ଭୁଲ୍

Published By : Prameya-News7 Bureau | July 13, 2019 IST

ନୂଆଦିଲ୍ଲୀ ୧୩|୭: ବିଶ୍ବକପ୍ ୨୦୧୯ ପ୍ରଥମ ସେମିଫାଇନାଲରେ ଭାରତକୁ ହରାଇ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ହରାଇ ଇଂଲଣ୍ଡ ଫାଇନାଲରେ ପହଞ୍ଚିସାରିଛନ୍ତି । ଆସନ୍ତାକାଲି ଲର୍ଡସ ଷ୍ଟାଡିୟଅରେ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍ ଖେଳାଯିବ । ଏମିତିରି ଦେଖିବାକୁ ଗଲେ ଭାରତ ହାରିବା ପଛରେ ବହୁତ କାରଣ ରହିଛି । ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ମହମ୍ମଦ ସାମିଙ୍କୁ ସେମିଫାଇନାଲରେ ସୁଯୋଗ ନଦେବା ।

{"id":133038}

ଭାରତ ଶେଷ ଲିଗ୍ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା । ଯେଉଁ ମ୍ୟାଚ୍‌ରେ ରୋହିତ ଶର୍ମା ଏବଂ କେ ଏଲ ରାହୁଲ ଶତକ ଯୋଡି ମ୍ୟାଚ୍‌କୁ ଏକତରଫା କରିଦେଇଥିଲେ । ଏହି ମ୍ୟାଚ୍‌ରେ ସବୁଠୁ ଭଲ ଫର୍ମରେ ଥିବା ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇନଥିଲା । ଯାହାକୁ ନେଇ ବୀରେନ୍ଦ୍ର ସେହଓ୍ବାଗ ଖୁବ୍ ଅସନ୍ତୁଷ୍ଟ ଥିଲେ । କମେଣ୍ଟ୍ରି ସମୟରେ ସେ ଭାରତୀୟ ଟିମ୍ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେହଓ୍ବାଗ କହିଥିଲେ ଯେ, ଯଦି ଟିମ୍‌ର ଦ୍ରୁତ ବୋଲର ଭଲ ଫର୍ମରେ ଥାଏ ତେବେ ତାକୁ ମ୍ୟାଚ୍‌ରେ ନଖେଳାଯାଏ ସେ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଥାଏ ।

{"id":133039}

ସେହି ସମୟରେ ସେହଓ୍ବାଗ୍ ଏହା ମଧ୍ୟ କହିଥିଲେ ଯେ, ସେ ଆଶା କରୁଛନ୍ତି କି ବିରାଟ ଏଭଳି ଭୁଲ୍‌ର ପୁନରାବୃତ୍ତି ନକରି ସାମିଙ୍କୁ ସେମିଫାଇନାଲରେ ଖେଳିବାକୁ ସୁଯୋଗ ଦେବେ । ମାତ୍ର ଏଭଳି ହୋଇନଥିଲା । ସେମିଫାଇନାଲରେ ମହମ୍ମଦ ସାମିଙ୍କ ସ୍ଥାନରେ ପୁଣି ଭୁବନେଶ୍ବର କୁମାରଙ୍କୁ ଖେଳାଯାଇଥିଲା । ଯେଉଁ ଲକ୍ଷ୍ୟରେ ମହମ୍ମଦ ସାମି ବୋଲିଂ କରୁଥିଲେ ସେ ହିସାବରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ୨୦୦ରନ୍‌ରେ ସୀମିତ ରହିଥାନ୍ତା । ମାତ୍ର ବର୍ଷା ଦ୍ବାରା ବାଧାପ୍ରାପ୍ତ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ୨୩୯ ରନ୍‌ର ସ୍କୋର କରିଥିଲା । ପରିସ୍ଥିତିର ଫାଇଦା ଉଠାଇ ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଖୁବ୍ ଶସ୍ତାରେ ଆଉଟ୍ କରିଦେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.