ଜାଦୁ, କାଛୁ ଓ କୁଣ୍ଡିଆ ପାଇଁ ଚିନ୍ତିତ ଅଛନ୍ତି କି? ୬ଟି ପ୍ରାକୃତିକ ଜିନିଷ ଦ୍ବାରା ହୋଇପାରିବେ ଆରୋଗ୍ୟ
20/05/2019 at 5:14 PM

ଜାଦୁ, କାଛୁ ଓ କୁଣ୍ଡିଆ ସମସ୍ୟାକୁ ଏକ ଫଙ୍ଗଲ ଇନଫେକ୍ସନ ବୋଲି କୁହାଯାଏ। ଏହି ରୋଗରେ ଆଜିକାଲି ବହୁ ଲୋକେ ପିଡୀତ ଓ ଚିନ୍ତିତ। ଅନେକ ଔଷଧ ଖାଇବା ପରେ ମଧ୍ୟ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ମିଳେ ନାହିଁ।ଜାଦୁ, କାଛୁ ଓ କୁଣ୍ଡିଆ ରୋଗରେ ପିଡୀତ ହୋଇଥିବା ଲୋକଙ୍କ ପାଇଁ ଉଠିବା ବସିବା ମଧ୍ୟ କଷ୍ଟକର ହୋଇଥାଏ।
ଜାଦୁ, କାଛୁ ଓ କୁଣ୍ଡିଆ ହେଲେ ପୂରା ଶରୀର କୁଣ୍ଡାଇ ହୁଏ। ଏହା ଦ୍ବାରା ଚମ ଲାଲ ହୋଇଥାଏ ଓ ଗୋଲ ଆକାରର ଘା ହୋଇଯାଏ। ବଜାରରେ ଏହି ରୋଗ ପାଇଁ ଅନେକ ଔଷଧ ଉପଲବ୍ଧ ଅଛି । କିନ୍ତୁ ଔଷଧ ଦ୍ବାରା ଏହା ଅନେକ ସମୟରେ ଠିକ୍ ହୋଇନଥାଏ। ଏହି କାରଣରୁ କାଛୁକୁଣ୍ଡିଆରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର ରହିଛି। ଏହା ଦ୍ବାରା ଜାଦୁ, କାଛୁ ଓ କୁଣ୍ଡିଆ ସମସ୍ୟାରୁ ମୁକ୍ତି ମିଳିବ।

ରସୁଣ- ରସୁଣରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକଟେରିଆଲ ଗୁଣ ଅଛି। ଏଥିପାଇଁ ଏହା କାଛୁକୁଣ୍ଡିଆରେ ଥିବା ବ୍ୟାକଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ସୁଣକୁ କାଛୁକୁଣ୍ଡିଆ ଉପରେ ଲଗାଇଲେ ଏହା ଧିରେ ଧିରେ ଠିକ୍ ହୋଇଥାଏ। ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା କରିଲେ କାଛୁ କୁଣ୍ଡିଆ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଯିବ।

ନିମ- ନିମ ପତ୍ରରେ ଅନେକ ଔଷଧିୟ ଗୁଣ ଥାଏ। ତେଣୁ ନିମ ତେଲକୁ ଘିଁକୁଆରୀର ରସ ସହ ମିଶାଇ କାଛୁ କୁଣ୍ଡିଆରେ ଲଗାଇଲେ ଏହା ଠିକ୍ ହୋଇଯାଏ। ପ୍ରତି ଦିନ ଏହି ପ୍ରକ୍ରିୟା କରିଲେ ଶୀଘ୍ର ଏହି ସମସ୍ୟା ଦୂର ହୋଇଥାଏ।

ସେଓ ରସ- ସେଓ ରସରେ ଏଣ୍ଟିମାଇକ୍ରୋବିଆଲ ଗୁଣ ଥାଏ। ଏହା ତ୍ବଚାରେ ଲଗାଇଲେ ବହୁତ ଫାଇଦା ହୋଇଥାଏ। କାଛୁ କୁଣ୍ଡିଆ ସହ ଅନ୍ୟାନ ଇନଫେକ୍ସନରୁ ମଧ୍ୟ ମୁକ୍ତ କରାଏ ସେଓ ରସ।

ଆୟୋଡିନ୍- ଆୟୋଡିନ୍ରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିସେପଟିକ୍ ଗୁଣ ଥାଏ ଯାହା କାଛୁ କୁଣ୍ଡିଆ ଭଳି ସମସ୍ୟା ଦୂର କରିଥାଏ। ଅନ୍ୟ ବ୍ୟାକ୍ଟେରିଆ ଦ୍ବାରା ହେଉଥିବା ଇନଫେକସନ ମଧ୍ୟ ଠିକ୍ କରାଏ ଆୟୋଡିନ୍। ଦିନରେ ୩ ଥର ପ୍ରଭାବିତ ସ୍ଥାନରେ ଆୟୋଡିନ ଲଗାଇଲେ କାଛୁ କୁଣ୍ଡିଆ ହୋଇଥାଏ। ଦିନରେ ୩ ଥରରୁ ଅଧିକ ଥର ଏହାର ବ୍ୟବହାର କରିବା ଅନୁଚିତ୍।

ହଳଦୀ- ହଳଦୀରେ ଆଣ୍ଟିସେପଟିକ୍ ଓ ଆଣ୍ଟିବାୟୋଟିକ୍ ଗୁଣ ଥାଏ। ହଳଦୀ କେବଳ କାଛୁ କୁଣ୍ଡିଆ ନୁହଁ ଏହା ସହ ତ୍ବଚା ସଂବନ୍ଧିତ ଅନ୍ୟ ସମସ୍ୟାକୁ ମଧ୍ୟ ଦୂର କରେ। ହଳଦୀ ଫଙ୍ଗଲ ଓ ବ୍ୟାକେଟେରିଆଲ ଇନଫେକସନର ସମସ୍ୟା ଠିକ୍ କରାଏ।

ଅମୃତଭଣ୍ଡା- ଅମୃତଭଣ୍ଡା ତ୍ବଚାକୁ ବିଭିନ୍ନ ବ୍ୟାକଟେରିଆକୁ ଦୂରାଇବାରେ ସାହାଯ୍ୟ କରିଥାଏ। ଏହା ଲଗାଇଲେ ଜାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ୟା ଉତ୍ପନ୍ନ ହୋଇନଥାଏ। ଶରୀରରକୁ ରୋଗମୁକ୍ତ ରଖେ ଅମୃତଭଣ୍ଡା। କାଛୁ କୁଣ୍ଡିଆ ହୋଇଥିବା ଯାଗାରେ ଏହା ୧୫ ମିନ୍ଟ ଲଗାଇ ଥଣ୍ଡ ପାଣିରେ ଧୋଇଲେ କାଛୁ କୁଣ୍ଡିଆ ସମସ୍ୟାର ସମାଧାନ ହୋଇଥାଏ।
Related Posts
ସାବଧାନ ! ଦିନକୁ ଅଳ୍ପ ମାତ୍ରାରେ ଆଲକହଲ୍ ବି ବଢାଇଥାଏ ହୃଦ୍ ଜନିତ ସମସ୍ୟା
14 January 2021