ଯଦି ଆପଣଙ୍କ ଘରେ ଏହି ଗଛ ଅଛି, ତେବେ ଭୁଲ୍‌ରେ ବି କରନ୍ତୁ ନାହିଁ ଏସବୁ କାମ : ବଢିପାରେ ଦୁର୍ଦ୍ଦଶା

Published By : Prameya-News7 Bureau | June 02, 2019 IST

ଦୁନିଆରେ କିଛି ଏମିତି ଜିନିଷ ଅଛି ଯାହା ଆମ ବାସ୍ତବ ଜୀବନ ସହିତ ଜଡିତ ହୋଇରହିଛି । ମାତ୍ର ଏସବୁ ଜିନିଷ ବିଷୟରେ ଆମେ ଜାଣି ବି ନଥାଉ । ପ୍ରକୃତରେ ଏହା ଆମକୁ ବହୁ ସମସ୍ୟାରୁ ମୁକ୍ତ କରିଥାଏ । ଆମେ ଏସବୁ ବିଷୟରେ ଅଜ୍ଞ ଥିଲେ ମଧ୍ୟ  ଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ ରହିଛି । ଆମେ ସମସ୍ତେ ଜାଣିଛୁ ଯେ, ଗଛ ଆମ ପାଇଁ ଲାଭଦାୟକ । ଆମ ଆଖପାଖରେ ଲାଗିଥିବା ଗଛ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାସହ ଘର ଆଖପାଖର ପରିବେଶ ମଧ୍ୟ ସକରାତ୍ମକ ରହିଥାଏ । ତେବେ ଆସନ୍ତୁ ଜାଣିବା ଘର ପାଖରେ ଅଶ୍ବସ୍ତ ଗଛ ରହିଲେ କଣ କରିବା ଉଚିତ୍ କଣ କରିବା ଅନୁଚିତ୍ ।

ଗାଁମାନଙ୍କରେ ଅଧିକାଂଶ ଘର ଆଖପାଖରେ ବିଭିନ୍ନ ପ୍ରକାରର ଗଛ ଅପଣାଛାଏଁ ଉଠିଥାଏ । ମାତ୍ର ସହରମାନଙ୍କରେ ଏହା ବହୁତ କମ୍ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ଘର ଆଖପାଖରେ ଆଶ୍ବସ୍ତ ଗଛ ଆପଣାଛାଏଁ ଉଠିଥାଏ ତେବେ ତାହା ଖୁବ୍ ଶୁଭ ହୋଇଥାଏ । ସାଧାରଣତଃ ଲୋକେ ମାନିଥାନ୍ତି ଯେ, ଅଶ୍ବସ୍ତ ଗଛ ସେହିଠାରେ ହିଁ ଉଠିଥାଏ ଯେଉଁଠାରେ ଦେବାଦେବୀ ବାସସ୍ଥାନ ହୋଇଥାଏ କିମ୍ବା ସେହି ସ୍ଥାନ ପବିତ୍ର ହୋଇଥାଏ । ଯଦି ଆପଣଙ୍କ ଘରେ କିମ୍ବା ଘର ଆଖପାଖରେ ଅଶ୍ବସ୍ତ ଗଛ ଆପଣାଛାଏଁ ଉଠିଥାଏ ତେବେ ସେଠାରେ ଦେବତାମାନେ ବାସ କରିଥାନ୍ତି । ଯଦି ମାଟିରେ ଅଶ୍ବସ୍ତ ଗଛ ଉଠିବା ପରିବର୍ତ୍ତେ କାନ୍ଥରେ ଉଠିଥାଏ ତେବେ ପ୍ରଥମେ ସେହି ଅଶ୍ବସ୍ତ ଗଛକୁ ପୂଜା କରନ୍ତୁ । ପରେ ସେଠାରୁ ସେହି ଗଛକୁ ଓପାଡି ଅନ୍ୟତ୍ର ଲଗାନ୍ତୁ । ଅଶ୍ବସ୍ତ ଗଛର ଚେରକୁ ଧ୍ୟାନର ସହକାରେ ଓପାଡନ୍ତୁ କାରଣ ଏହାର ଚେରରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ବାସ କରିଥାନ୍ତି ବୋଲି ଲୋକେ ମାନିଥାନ୍ତି । ପରେ ସେହି ଗଛକୁ ଆଖପାଖରେ ଥିବା କୌଣସି ମନ୍ଦିରରେ ରଖିଦେବା ଉଚିତ୍ । ଯାହାଦ୍ବାରା ଆପଣଙ୍କୁ ସମୃଦ୍ଧି ମିଳିଥାଏ ।

ଯଦି ଆପଣ ଅଶ୍ବସ୍ତ ଗଛକୁ ଓପାଡିବା ପରିବର୍ତ୍ତେ କାଟି ଦେବେ ତେବେ ତାହା ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇବ । ଏମିତି କରିବା ଦ୍ବାରା ଆପଣଙ୍କ ବୈବାହିକ ଜୀବନ, ସନ୍ତାନ ପ୍ରାପ୍ତି ଏବଂ ସୁଖ ଶାନ୍ତିରେ ବାଧା ଉପୁଜିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.